Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଦଅଣ
ଭଉଁରି ଜାଲର ଘାଇରେ ଥିବା ଦଉଡାରେ ଲୁହା ବା ସୀସା ଗୁଳି ମାଳପରି ବନ୍ଧାଯାଇଥାଏ l
ଦଅଣା
ଡଅଣା, ଏକ ପ୍ରକାର ଚିରା ଚିରା ଛୋଟ ପତ୍ରଥିବା ଗଛ, ଚଉରାରେ ଏହାକୁ ଲଗାଯାଏ l
ଦଅଣାଚୋରି
ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ହେଉଥିବା ଶ୍ରୀଜଗନ୍ନାଥଙ୍କ ଦମନକଚୋରି ଯାତ୍ରା l
ଦଇତା
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବକ ନୀଳମାଧବଙ୍କ ଉପାସକ ଶବରଙ୍କର ବଂଶଧର, ଯେଉଁମାନେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଜଗନ୍ନାଥ ଅଣାଯିବାପରେ ସେବକରୂପେ ସେବାକଲେ l
ଦଉଡବତି
ବାଣରେ ନିଆଁ ଲଗାଇବା ପାଇଁ, ତହିଁରେ ଖଂଜା ହୋଇଥିବା ବାରୁଦଭରା ଏକ ପ୍ରକାର ଲମ୍ବ ବଳିତା l ଏଇ ବତୀ ଜଳି ଜଳି ଶେଷରେ ବାଣରେ ନିଆଁ ଲାଗେ ଓ ବାଣ ଫୁଟେ l
ଦଉଡା
୧. ରସି, କତା ତିଆରି ଦଉଡି l ୨. ଦୋଅଡ, ଦ୍ୱିତୀୟବାର l ୩. ଦୋଓଡା, ଦିନରେ ଦ୍ୱିତୀୟବାର ଭୋଜନ l
ଦଉଡା ଦେବା
ବେକରେ ଦଉଡି ଫାଶ ଲଗାଇ ମରଣ ବରଣ କରିବା l
ଦଉଡିଆ
ଦଉଡିରେ ପଡିଥିବା ଗଣ୍ଠି l କନ୍ଧ ବା ଭୂୟାଁ ସଂପ୍ରଦାୟର ଦିନ ସଂଖ୍ୟା ନିର୍ଦ୍ଦେଶ କରିବାକୁ ଥିବା ଏକ ପ୍ରକାରର ଗଣ୍ଠି l ସେମାନେ ଦଉଡିରେ ଗଣ୍ଠି ପକାଇ ଦିନ ହିସାବ କରନ୍ତି l
ଦଉଡିବଳା
ଦଉଡି ତିଆରି l କତାରେ ଛେଉଣ୍ଡି ତିଆରି କରି ଏହାକୁ ଦୁଇ ହାତ ସାହାଯ୍ୟରେ ବଳି ଦଉଡି ପ୍ରସ୍ତୁତି l
ଦଉଡିଭଙ୍ଗା
ଛୋଟ ଓ ସରୁ ଦଉଡିଗୁଡିକୁ ଏକାଠି କରି, ଗୋଟିଏ କାଠି ଦ୍ୱାରା ଏହାକୁ ବଳି ମୋଟା ଓ ଟାଣୁଆ ଦଉଡି ତିଆରି କରିବା l
ଦକ୍ଷିଣକବାଟ
ଖଣ୍ଡାଏତ ବା ପାଇକ ମାନଙ୍କର ଏକ ରଜଦତ୍ତ ଉପାଧି l
ଦକ୍ଷିଣା
୧. ଗୁରୁ, ପୂଜକ, ପୁରୋହିତଙ୍କୁ, ପ୍ରଦାନ କରଯାଉଥିବା ଦେୟ l ୨. ଭୋଜନ ପରେ ବ୍ରାହ୍ମଣଙ୍କୁ ଦିଆ ଯାଉଥିବା ଅର୍ଥ l ଦକ୍ଷିଣ ଦିଗରୁ ବହୁଥିବା ପବନ l
ଦକ୍ଷିଣୀକୀର୍ତ୍ତନ
ଦାକ୍ଷିଣାତ୍ୟ ଶୈଳୀର କୀର୍ତ୍ତନ l
ଦକ୍ଷିଣୀଖୋଷା
ତେଲେଙ୍ଗାଣୀଙ୍କ ଚୁଟିବନ୍ଧା ଶୈଳୀ, ଏମାନେ ମୁଣ୍ଡବାଳରେ ଗଣ୍ଠି ପକାଇ ସେ ଗଣ୍ଠିକୁ ତଳ ଆଡକୁ ଲେଉଟାଇ ଗୋଟିଏ ପାଖରେ ବଙ୍କା ଭଙ୍ଗୀରେ ଖୋଷା ପକାଇବା ଶୈଳୀ l
ଦକ୍ଷିଣୀପାଟୁ
ଚାଳଘରର ଚାଳତଳେ, କାନ୍ଥ ଉପରେ ବାଉଁଶ ବତାଦି ପାରି ମାଟି ଛଟା ହୋଇଥିବା ଢାଲୁଆ ଛାତ l
ଦକ୍ଷିଣୀଲଙ୍କା
ଏକ ପ୍ରକାର ସରୁଆ ଓ ଲମ୍ବାଳିଆ ରାଗୁଆ ଲଙ୍କା l
ଦଖଲା
ଜମିର କାଦୁଆ ଅବସ୍ଥା l
ଦଗ୍ଧବାଡିଆ
ଦଶତୁଠରେ ଦଗ୍ଧହଣ୍ଡିକୁ ଗୋଟିଏ ବାଡି ସାହାଯ୍ୟରେ ଧରି, ଅନ୍ୟ ବାଡି ଦ୍ୱାର ଆଘାତ କରି ଭାଙ୍ଗିବା ଓ ପାଣିରେ ବୁଡିବା l
ଦଗ୍ଧହାଣ୍ଡି
ଦଶାହ ଦିନ ଦଶତୁଠରେ ଯେଉଁ ହାଣ୍ଡିରେ ଚାଉଳ ସହିତ ତେଲ ଘିଅ ମିଶାଇ ନିଆଁ ଲଗାଇ ପଚାଯାଏ ଓ ପରେ ଏହାକୁ କର୍ତ୍ତା ଭାଙ୍ଗି ପାଣିରେ ଡୁବ ଦିଅନ୍ତି l
ଦଣ୍ଟେଇବା