भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଧାନ୍‌ପେଟା

ଧାନ କଚଡା, ମୂଳରୁ କଟା ହୋଇଥିବା ଧାନଗଛକୁ କ୍ଷେତରେ ଶୁଖିବା ପାଇଁ ଲମ୍ବ ଭାବରେ ପକାଇବା l

ଧାନ୍‌ମଡା

ବେଙ୍ଗଳା ପକାଇବା, ଧାନ ଅମଳ ପାଇଁ, ବେଙ୍ଗଳାରେ ଧାନ ହଳା ବିଛାଇ ଏହା ଉପରେ ବଳଦ ଚଳାଇବା l

ଧାମ

୧. ଦେବଦେବୀ ପୀଠ l ୨. ଏକ ପ୍ରକାର ବାଉଁଶ l ୩. ଲଗାମ, ବାଗଡୋର l

ଧାମା/ଢମା

ଗୋରୁଙ୍କୁ କୁଣ୍ଡାପାଣି ପେଇବା ପାଇଁ, ବାଉଁଶ ବା ବେତପାତିଆ ତିଆରି ଆଧାର, ଟୋକେଇ l

ଧାୟାଁ

ପଖୌଜ, ମୃଦଙ୍ଗ ଇତ୍ୟାଦି ତାଳ ବାଦ୍ୟ ଯନ୍ତ୍ରର ବାମ ପାଖର ଚମଡା ଛାଉଣି l

ଧାର

ତାଳ ବାହୁଙ୍ଗାରେ ଭିତର ଅଂଶରୁ କଢଯିବା ଲଇ, କୋରଟ l ଘର ଛପର ଓ ବାଡବନ୍ଦୀ କାମ ଏବଂ ଟୋକେଇ ବୁଣାରେ ଏଗୁଡିକ ଲାଗେ l

ଧାରଣା

କବାଟ ଲଗାଯିବା ସ୍ଥାନରେ ଉପରାଂଶର ଆଡିକାଠ, ଏହା ଉପରେ ମଧ୍ୟ କାନ୍ଥ ଗଢାଯାଏ l

ଧାରା

୧. ଘଡି ବା ମାଠିଆର ତଳ ଅଂଶରେ ପାଣି ଗଳିବା ପାଇଁ କରାଯାଇଥିବା କଣା l ୨. ରଥ ଚକ ଓ ଏହାର ଚିହ୍ନ l

ଧୁଆଁଖିଆ

୧. ପିକା ଟାଣି ଧୂଆଁ ଖାଇବା l ୨. ଚାକର, କୋଠିଆ ଇତ୍ୟାଦିକୁ ପିକା ଖାଇବା ପାଇଁ ସାମାନ୍ୟ ଖର୍ଚ୍ଚ ପ୍ରଦାନ, ପିକାଖିଆ l

ଧୁଆଁଗଦା

ମଶା ଡାଆଁଶ ଇତ୍ୟାଦିଙ୍କୁ ଗୋରୁ ଗାଈଙ୍କ ନିକଟରୁ ଘଉଡାଇବା ପାଇଁ ଗୋରୁବନ୍ଧା ସ୍ଥାନରେ ଅଳିଆ, କାଠି, କୁଟାକୁ ନେଇ କୁହୁଳା ପକାଇବା l

ଧୁଆଁଦେବା

ଘରୁ ମଶା, ଡାଆଁଶ ଇତ୍ୟାଦିଙ୍କୁ ତଡିବା ପାଇଁ ଘଷି, ତଷୁ ଇତ୍ୟାଦି ଗଦାକରି ତହିଁରେ ନିଆଁ ଲଗାଇ କୁହୁଳା ପକାଇବା l

ଧୁଆପଖାଳ

ଗରମ ଭାତକୁ ଥରେ ଧୋଇବା ପରେ ପୁଣି ପାଣି ମିଶାଇ କରାଯାଉଥିବା ପଖାଳ l

ଧୁଆଁପଚା

ଦରପାକଲା ଆମ୍ବ, କଦଳୀ ଇତ୍ୟାଦିକୁ ଶୀଘ୍ର ପଚାଇବ ପାଇଁ ଧୂଆଁ ଦେବା ବ୍ୟବସ୍ଥା l ମାଟିରେ ଗାତ ଖୋଲି ଭିତରେ କୁଟା ବିଛାଇ ଆମ୍ବ, କଦଳୀ ଇତ୍ୟାଦି ରଖାଯାଏ l ଏଇ ଗାତକୁ ଲାଗି ଆଉ ଏକ ଛୋଟ ଗାତ ଖୋଳାଯାଏ l ବଡ ଗାତରୁ ଛୋଟ ଗାତ ଭିତରୁ ସୁଡଙ୍ଗ ଖୋଳାଯାଏ ଓ ଗାତ ଭିତରେ ନିଆଁ ଲଗାଇ ଫୁଙ୍କ ଦେଲେ ବା ବିଞ୍ଚିଲେ ଧୂଆଁ ସୁଡଙ୍ଗ ଦେଇ ବଡ ଗାତରେ ପଶେ ଓ କଦଳୀକୁ ପଚାଏ l

ଧୁଆଁପତ୍ର

ତମାଖୁ l ଏହାକୁ ମୋତିହାର, ମୋତିଚୁର, ବାଇଗଣୀପତ୍ର ଇତ୍ୟାଦି କୁହାଯାଏ l ବାଇଗଣ ପତ୍ରାକୃତି ଏଇ ମୋତିଆରପତ୍ର ଶଖିଗଲେ ଫାଣ୍ଡରା କଳା ରଙ୍ଗ ହୋଇଯାଏ, ଏଗୁଡିକୁ ପିକା ବଳାଯାଏ, ଧନିଆଁରେ ଏଗୁଡିକୁ ମିଶାଇ ଗୁଣ୍ଡି ତିଆରି କରାଯାଏ l କେହି କେହି ଏହାକୁ ଦଳି ନାସ ତିଆରି କରୁଥିବାରୁ ଏହାକୁ ନାସପତ୍ର କୁହାଯାଏ l

ଧୁକୁଡି କର୍ମ

ଶ୍ରୀକ୍ଷେତ୍ରର ସେବାୟତ ସଂପ୍ରଦାୟର କିଶୋରୀମାନେ ଭାଦ୍ରବ ପୁନେଇଁ ଦିନଠାରୁ, ଉତ୍ତମ ବରପ୍ରାପ୍ତି ନିମିତ୍ତ କରୁଥିବା ଶିବପୂଜନାଦି ଉପଚାର l ଅଶିଣ ଶୁକ୍ଳ ପଞ୍ଚମୀଠାରୁ ନବମୀ ମଧ୍ୟରେ ଏଇ ବ୍ରତ ଉଦ୍‌ଯାପନ ହୁଏ l ଏମାନେ ସଂଘାଡି ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦିଅନ୍ତି, ଗୋଟା ନଡିଆ, ସାତଖଣ୍ଡ ହଳଦି ନୂଆ ବାଉଁଶିଆରେ ରଖନ୍ତି l ହଳଦି ଲଗାଇ ଗାଧାନ୍ତି, ନଡିଆରେ ପ୍ରସ୍ତୁତ ଯାଉ ଖାଆନ୍ତି l

ଧୁକ୍‌ନା

ହାତପଙ୍ଖା, ବିଞ୍ଚଣା l

ଧୁଙ୍ଗେଇବା

ମଶା, ଡାଆଁଶ ତଡିବା ପାଇଁ ଧୂଆଁ ଦେବା l

ଧୁଡୁକି

ଘୁଡୁକୀ, ଏକ ପ୍ରକାର ବାଦ୍ୟ ଯନ୍ତ୍ର l କାଠ ନଳର ଗୋଟିଏ ପଟ ଚମଡା ଛାଆଣି ହୋଇଥାଏ l ଚମଡାର କେନ୍ଦ୍ର ସ୍ଥଳରେ କଣା କରି ,ଏଥିରେ ଟାଣୁଆ ସୂତା ପୂରାଇ ଭିତରପଟେ ବାହାରକୁ ବାହାର କରି, ସୂତା ଅଗରେ କାଠିଟିଏ ବାନ୍ଧିଦିଆଯାଏ l ନଳଟିକୁ କାଖରେ ଜାକି, ସୂତା ଅଗବନ୍ଧା କାଠିକୁ ଟାଣିଧରି, ଆଙ୍ଗୁଠି ଦ୍ୱାର ସୂତା ଉପରେ ଆଘାତ କଲେ ଧୁଡୁଧୁଡୁ ବା ଘୁଡୁଘୁଡୁ ଶଦ୍ଦ ହୁଏ l

ଧୁଡୁକିନାଚ

ଧୁଡୁକି ବାଜା ସହିତ ଗୀତ ଗାଇ କରାଯାଉଥିବା ନାଚ l ଏଥିରେ ଜଣେ ମୁଖ୍ୟ କଳାକାର ଧୁଡୁକି ବଜାନ୍ତି ଗୀତ ଗାଆନ୍ତି ଓ ନାଚନ୍ତି, ଅନ୍ୟ କେତେକ କଳାକାର ଆବଶ୍ୟକ ସ୍ଥଳେ ତାଙ୍କୁ ସହାୟତା କରନ୍ତି l

ଧୁନି

୧. କାଠି କୁଟା ବା କାଠ ମୁଣ୍ଡିଆରେ ନିଆଁ ଜଳାଇ ରଖିବା ବ୍ୟବସ୍ଥା l ୨. ବୈଷ୍ଣବ ପଙ୍ଗତରେ ବସିବା ବେଳେ ଦେବତା ଗୁରୁ ଓ ଭକ୍ତମାନଙ୍କ ନାମରେ କରୁଥିବା ଜେଜେକାର l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App