भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456Next >

ଧଅସ(ସି)

ଅତି ଚଞ୍ଚଳ, ଚଟାପଟ୍ l

ଧଇଁ

ଶ୍ୱାସରୋଗ l

ଧଇରି

ପୋଳୁହ, ପେଟରା ଆକୃତିର ମାଛଧରା ଯନ୍ତ୍ର l ଏଗୁଡିକ ବାଉଁଶକାଠିରେ ତିଆରି l ସ୍ଥଳ ବିଶେଷରେ ଏହାକୁ ଧଉଳି ମଧ୍ୟ କୁହାଯାଏ l

ଧକ

ଦହକ, ଜଳୁଥିବା ନିଆଁ ତେଜ l

ଧଟ

୧. ଧଡା, ନିକିତି, ଓଜନଯନ୍ତ୍ର l ୨. ୪୨ରତି ଓଜନ ବିଶିଷ୍ଟ l

ଧଟୀ

୧. ଦଣ୍ଡିଦାର, ଓଜନକରାଳି l ୨. ଗର୍ଭାଧାନ ପରେ ନାରୀମାନେ ପିନ୍ଧୁଥିବା ଲୁଗା l

ଧଡା

୧. ନିକିତି l ୨. ଠେଙ୍ଗା l ୩. କାଠଦଣ୍ଡା, ଅର୍ଗଳ l ୪. ଚିରାକପଡା l ୫. ତାଟିକୁ ଧରି ରଖିବା ପାଇଁ ବ୍ୟବହୃତ ବାଉଁଶ l ୪. କବାଟ ବନ୍ଦ କରି କବାଟ ପଛରେ ଠେସ ଦିଆଯାଉଥିବା ଲମ୍ବା ଟାଣୁଆ କାଠଖଣ୍ଡ l

ଧଡାଧରିବା

ପାସଙ୍ଗ ଧରିବା, ତୁଳାଦଣ୍ଡରେ ଲାଗିଥିବା ପଲାର ଓଜନ କମ୍ ବେଶି ଥିଲେ, ଉପରକୁ ଉଠିଥିବା ପଲାଟିକୁ ସମାନ କରିବା ପାଇଁ, ଏଥିରେ ବନ୍ଧାଯିବା ଗୋଡି ଇତ୍ୟାଦି l ସମାନ ତଉଲ ପାଇଁ ଏହା ସହାୟକ ହୋଇଥାଏ l

ଧଡି

ଲୁଗାର ଲମ୍ବା ପାଖର ଧାରରେ ବୁଣାଯାଇଥିବା ମୋଟା ସୂତାର ଆଧାର l

ଧଡି

ନୋଳି ପରି ଦିଶୁଥିବା କାନ ଅଳଂକାର l

ଧଡିଆ

ମୁଣ୍ଡ ବାଳରେ ବାନ୍ଧିବା ଡୋରି ବା ପାଟଫୁଲି l

ଧଣିଚା

ଦୀର୍ଘ ଓ ଶୀର୍ଣ୍ଣ ଗଛ, ଏଗୁଡିକ ଧାନକ୍ଷେତ ଓ ଏହାର ହିଡରେ କରାଯାଏ l ଏହାର ପତ୍ର କ୍ଷେତରେ ପଡି ଧାନ ଫସଲକୁ ଉର୍ବର କରେ l ଏହାର ମଂଜି ଗୋ-ଖାଦ୍ୟ ରୂପେ ବ୍ୟବହୃତ ହୁଏ l

ଧଣୁଆଁ

ଯେଉଁ ଗାଈ ଦୁଧ ଦେଉଥାଏ, ଦୁହାଁଳିଆ ଗାଈ l

ଧଣ୍ଡା

୧. ବେକରୁ ପାଦ ଯାଏ ଲମ୍ବିଥିବା ଫୁଲହାର l ୨. ଏକ ଗଛ ଆଖୁ l ୩. ଦେବଦେବୀଙ୍କ ଛଡା ମାଳ l

ଧଣ୍ଡି

୧. ଲମ୍ବାବାଉଁଶ ଅଗରେ ଲଗାଯିବା ପତାକା l ୨. ଜମି ମାପରେ ବ୍ୟବହୃତ ଜରିବର ଘୋଷରା ଦାଗ l

ଧତୁରିଆ

ପଥିକଙ୍କୁ ଦୁଦୁରାମଂଜି ଖୋଇ ବେହୋସ କରି ସେମାନଙ୍କୁ ଲୁଟୁଥିବା ଠକ ଓ ଖଣ୍ଟ l

ଧନ

ଖଣିରୁ ବାହାରିଥିବା ଅଶୁଦ୍ଧ ଧାତୁ l

ଧନୁ

୧. ଶର ମାରିବା ପାଇଁ କାଠ ବା ବାଉଁଶ ଫାଳରେ ତିଆରି ଅର୍ଦ୍ଧବୃତ୍ତଠାରୁ ସାମାନ୍ୟ ଅଳ୍ପ ଆଧାର l ଏହା ଦୁଇ ମୁଣ୍ଡକୁ ଗୁଣଟି ଧରି ରଖିଥାଏ l ଗୁଣରେ ଶର ବସାଇ ଟାଣି ଦେଇ ଛାଡିଦେଲେ ଶର ଦୀର୍ଘବାଟ ଗତିକରେ l ୨. ଦୁଇଗଜ ବା ଚାରିହାତ ମାପ ପରିମାଣ l ୩. ତୂଳା ଭିଣିବା ପାଇଁ ବକ୍ରାକାର ଯନ୍ତ୍ର l

ଧନୁମୁଆଁ

ଧନୁ ସଂକ୍ରାନ୍ତିରେ ଠାକୁରଙ୍କ ନିକଟରେ ଭୋଗଲାଗି ହେଉଥିବା ମୁଆଁ, ଏହା ଖଇ, ଶର୍କରା ଓ ନଡିଆପାତିରେ ତିଆରି ହୁଏ l

ଧନ୍ଦପୁଆ

ଡାବର(ଳ) ପୁଆ ଖେଳ l
< previous123456Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App