Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ନ’ନୁଆଣୀ
ସାପ l
ନଅ
୧. ଲଅ, ଲଇ, ବାନ୍ଧେଣି, କାମଡାରେ ଭିଡାଯିବା ଗଣ୍ଠି, କୋରଟ, କିଆପଟରୁ ଏହା ତିଆରି ହୋଇଥାଏ l ୨. ଗୋଟିକିଆ ପାନ ଲଟା l
ନଉତା
ବଡ ଆକାରର ମାଟି ହାଣ୍ଡି l
ନଉତି
ବଡ ମାଟି ହାଣ୍ଡି, ଶସ୍ୟ ମାପିବାର ପାତ୍ର ବିଶେଷ, ଗଉଣି l ଏହା ପିତଳ ଅଥବା ବେତରେ ତିଆରି କରାଯାଏ l ଓଡିଶାର ବିଭିନ୍ନ ଅଞ୍ଚଳରେ ତିନି, ସାଢେତିନି, ଚାରି ଓ ପାଞ୍ଚ ସେରିଆ ନଉତି ଶସ୍ୟ ମାପ ନିମିତ୍ତ ବ୍ୟବହୃତ ହୋଇଥାଏ l
ନଉବତଖାନା
ରାଜା, ସାମନ୍ତ, ଜମିଦାର ଇତ୍ୟାଦିଙ୍କର ବିବାହାଦି ଉତ୍ସବ, ଦଶହରା ପର୍ବ ଇତ୍ୟାଦି ଦେବୀ ଉତ୍ସବ, ସମୟରେ ସଦର ଦୁଆର ନିକଟରେ ଯୋଡି ନାଗରା ଓ ମହୁରୀ ବାଦ୍ୟ ବାଦନ ନିମିତ୍ତ ଅସ୍ଥାୟୀ ମଞ୍ଚା, ଯାହା ଉପରେ ବସି ବାଦ୍ୟକାରମାନେ ବାଦ୍ୟବାଦନ କଲେ ତାହା ବହୁଦୂରକୁ ଶୁଣାଯାଏ l
ନଉବତ୍
ଏହାକୁ ନହବତ୍, ଯୋଡି ନାଗରା କୁହାଯାଏ l ରାଜଦ୍ୱାର, ଦେବଦେବୀ ମନ୍ଦିର ଏବଂ ବିବିଧ ମାଙ୍ଗଳିକ ଉତ୍ସବରେ ଏଇ ବାଦ୍ୟ ବାଜେ l ଘୋଡାନାଚରେ ଯୋଡି ନାଗରା ପ୍ରମୁଖ ଲୋକବାଦ୍ୟ l ଏହା ଏକ ତାଳବାଦ୍ୟ l ଚମଡା ଛାଉଣି ହୋଇଥିବା ହାଣ୍ଡିରେ ଏ ବାଦ୍ୟ ପ୍ରସ୍ତୁତ ଓ ଦୁଇଖଣ୍ଡି କାଠି ସାହାଯ୍ୟରେ ଏଇ ବାଦ୍ୟ ବଜାଯାଏ l
ନକସ
ଗଞ୍ଜପା ଖେଳର ଏକ ପ୍ରକାରର ବ୍ୟବସ୍ଥା l ଏଥିରେ ଦୁଇରୁ ଚାରିଜଣ ଖେଳନ୍ତି ଜଣକର ଏକା ରାଜା ଅନ୍ୟ ଜଣକର ଏକା ବା ରାଜା, ଦଶକୁ ଦଶ ଇତ୍ୟାଦି ମେଳ ଖାଇଲେ ନକସ ହୁଏ l
ନକସୀ
କାରୁକାର୍ଯ୍ୟ, ଖୋଦେଇ କାମ l ବଣିଆ ଦ୍ୱାରା ସୁନା, ରୁପା ଓ ମଣିର କାରୁକାର୍ଯ୍ୟ, ସୁନା ବା ରୁପା ଅଳଂକାରର କାରୁକାର୍ଯ୍ୟ ବିଶେଷ l
ନକିବ
ରାଜା, ସାମନ୍ତ ପ୍ରଭୃତିଙ୍କ ଆଗମନ ପୂର୍ବରୁ ତାଙ୍କ ଆଗମନର ବାର୍ତ୍ତା ପ୍ରଚାରକ ଦୂତ, ରାଜାଙ୍କ ପ୍ରଶଂସକ ଭାଟ ବିଶେଷ l
ନଖଦର୍ପଣ
ଗୁଣି ଗାରୁଡି ବିଦ୍ୟାର ଅଂଶ l ଦୂରରେ ଘଟୁଥିବା ଦୃଶ୍ୟକୁ ନଖରେ ପ୍ରତିଫଳିତ କରାଇ ପ୍ରକୃତ ଶଠ, ଚୋର, ଖଣ୍ଟ ଇତ୍ୟାଦିଙ୍କୁ ସନ୍ଧାନ କରିବାରେ ଏଇ ବିଦ୍ୟା ସହାୟତା କରିଥାଏ l
ନଖମାରିବା
ଛିଆଁ ହୋଇଥିବା ପଇଡରୁ ପାଣି ବାହାର କରିବା ନିମିତ୍ତ ମୁନିଆଁ କଟୁରୀ ସାହାଯ୍ୟରେ କୋମଳ ସଢେଇକୁ ହାଣି ଚକତି ଆକାରର ଚୋପା ଛଡେଇବା l
ନଗରକୀର୍ତ୍ତନ
ହରିନାମ ସଂକୀର୍ତ୍ତନର ଶୋଭାଯାତ୍ରା ଓ ନଗର ପରିକ୍ରମା, ଖୋଳ କରତାଳ ବଜାଇ ନାମ କୀର୍ତ୍ତନ କରି ଧାର୍ମ ପ୍ରଚାର କରିବା l
ନଙ୍ଗଳ
ଲଙ୍ଗଳ, ହଳ ଉପକରଣ l
ନଙ୍ଗଳକଣ୍ଟି
ଲଙ୍ଗଳ, ମୁଣ୍ଡାରେ ଯୋଡେଇ ହୋଇଥିବା ବଗଥଣ୍ଟ ଆକୃତିର କାଠଖଣ୍ଡ, ଏହାକୁ ହାତରେ ଧରି ହଳ କରାଯାଏ l
ନଙ୍ଗଳକଣ୍ଟିଆ
ଚାଳ ଘରର ଦୁଇ ରୁଅକୁ ଶେଣି ଉପରେ ରଖିବା ପାଇଁ, ଏହାର କଣାରେ ପଶୁଥିବା ଦୁଇପାଖ ମୋଟ ଓ ମଝି ସରୁଥିବା ଟାଣୁଆ କାଠ ବା ବତା ଖଣ୍ଡ l
ନଙ୍ଗଳଦଉଡି
ଜୁଆଳି ସହିତ ନଙ୍ଗଳକୁ ବାନ୍ଧି ରଖିବା ନିମିତ୍ତ ବ୍ୟବହୃତ ମଜଭୁତ କତା ଦଉଡା l ଏହାର ଗୋଟିଏ ମୁଣ୍ଡରେ ଫାଶ ଥାଏ, ଏହାକୁ ଗୋଟିଏ କଣ୍ଟିକିଳାରେ ଗୁଡାଇ, ଈଶ ଧାରେ ଧାରେ ନେଇ ଆନ୍ଧ ଦଉଡିରେ ଭିଡାଯାଏ l
ନଙ୍ଗଳମୁଣ୍ଡା
୧. ନଙ୍ଗଳଗଢା ହେବା ପାଇଁ ବ୍ୟବହୃତ ଆମ୍ବଗଛ ମୂଳ ଗଣ୍ଡିକାଠ l ୨. ନଙ୍ଗଳର କଣ୍ଟି ତଳକୁ ଥିବା ମାଟିରେ ଘୁଷୁରୁଥିବା ମୋଟା ଅଂଶ l
ନଙ୍ଗଳସଜ
ହଳ ଉପକରଣ, ଲଙ୍ଗଳ, ଜୁଆଳି, ନଙ୍ଗଳ ଦଉଡା ଇତ୍ୟାଦି ସରଞ୍ଜାମ l
ନଙ୍ଘା
୧. ଚାଳଘରର ଓଳିପାଣିକୁ ଅଟକାଇବା ନିମିତ୍ତ ଲମ୍ବ ଭାବରେ ଚାଳ ତଳେ ବନ୍ଧା ଯାଇଥିବା ନଡିଆ ବା ତାଳ ଗଛର ଗଣ୍ଡିର ଫାଳ ବା ଲୋଧା l ୨. ସମକୋଣ ଭାବରେ ମିଳିତ ହୋଇଥିବା ଦୁଇ ଚାଳର ନୁଆଁ ଣିଆ ସନ୍ଧିସ୍ଥଳ l
ନଟକଣି