भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପାଏନ୍‌ମଞ୍ଚା

ପାଣି ମାଠିଆ ପ୍ରଭୃତି ରଖିବା ମଞ୍ଚା l

ପାଏନ୍‌ହରା

ଘର ଘରବୁଲି ପାଣି ଯୋଗାଉଥିବା ବ୍ୟକ୍ତି l

ପାକଲାଗାମୁଛା

ପାଣିକଷ ଦ୍ୱାରା ନାଲି କରାଯାଇଥିବା ଗାମୁଛା l କଷବେଳେ ସୋରିଷତେଲ, ପଇଡପାଣି, କନ୍ଦପାଣି ଦିଆଯାଏ ଓ କିଛିଦିନ ଏଥିରେ ପଡିଲେ ଧଳାଗାମୁଛାର ରଙ୍ଗ ବଦଳିଯାଏ l

ପାକଳ

୧. ଫଳ ଇତ୍ୟାଦିର ପୁଷ୍ଟ ଅବସ୍ଥା l ୨. ଦଉଡା ବଳିବାର ପକ୍ୱତା l ୩. ବୁଦ୍ଧି ପରିପକ୍ୱ ହେବା l

ପାଖି

କରତଦ୍ୱାରା ଚିରାଯାଇଥିବା କାଠର ଦୁଇ ପାଖରେ ଥିବା ପଳଖ ଅଂଶ l

ପାଖିବନ୍ଧା

ହଳରେ ଥିବା ବଳଦ ପାଖରେ ଅମଣିଆ ବଳଦକୁ ହଳରେ ଅଭ୍ୟସ୍ତ କରିବା ନିମିତ୍ତ ବାନ୍ଧି ମଣ କରିବା l

ପାଖୁଡି

୧. ଅଗକଟା ଯାଇଥିବା ଇଙ୍କଡ ତୃଣ, ଏଗୁଡିକରେ ତାଟି ପ୍ରସ୍ତୁତ କରାଯାଇ ପାନବରଜ ଚାରିପାଖରେ ଘେରାଇ ଦିଆଯାଏ l ୨. ସରୁ ସରୁ ହୋଇ ଚିରା ହୋଇଥିବା ବତା l ୩. ସରୁ ସରୁ କଟା ଯାଇଥିବା ଗୁଆ l

ପାଗ

୧. ପଗଡି, ଠେକା l ୨. ରନ୍ଧା l ୩. ରନ୍ଧା ସାମଗ୍ରୀର ଏକ ସାର l ୪. ଉଖୁଡା ତିଆରି ପାଇଁ ଗୁଡକୁ ଉଷୁମ କରି ସିରା କରାଇବା l ୫. ମିଠା ତିଆରି ପାଇଁ ସିରା ପ୍ରସ୍ତୁତି l ୬. ଚାଷକାମ ପାଇଁ ଅନୁକୂଳ ସମୟ l

ପାଗଚଟୁ

ଉଖୁଡା ତିଆରି ପାଇଁ ଗୁଡିଆ ବ୍ୟବହାର କରୁଥିବା ଚଉଡାମୁହାଁ ଚଟୁ l

ପାଗଛଡା

ମଲା ମୃତିକିଆରେ ରନ୍ଧାଘରୁ କଢା ଯାଉଥିବା ହାଣ୍ଡି l

ପାଗଡ

୧. ବଡଡଙ୍ଗା, ନାଆ ପ୍ରଭୃତି ଟାଣିବାରେ ବ୍ୟବହୃତ ଶକ୍ତ ଝୋଟଦଉଡି l ୨. ଶକଟା ଖେଳର ଏକ ପ୍ରକାର ଦାନ l

ପାଗୁଆଳିହାଣ୍ଡି

ଉଖୁଡା ଓ ଖଳି ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ବଡ ବଡ ମାଟିହାଣ୍ଡି l

ପାଚକପାଣି

ଭାଙ୍ଗ, ପତି, ମରିଚ ଓ ମସଲାବଟା ପାଣି, ଏହାକୁ ପିଇଲେ ନିଶା ଲାଗେ l

ପାଚଣ

ହଳ, ଶଗଡ ଏବଂ ବେଙ୍ଗଳାରେ ଯୋଚା ବଳଦ ବା ମଇଁଷିଙ୍କୁ ଅଡାଇବା ପାଇଁ ବ୍ୟବହୃତ ସରୁ ଓ ଛୋଟବାଡି l

ପାଚନ

ବୈଦ୍ୟମାନେ ବିବିଧ ଔଷଧ ଦ୍ରବ୍ୟକୁ ଏହାର ସତରଗୁଣ ପାଣିରେ ମିଶାଇ ଅଳ୍ପ ନିଆଁରେ ସିଝାନ୍ତି, ଏହାର ତିନିଭାଗ ପାଣି ମରିବା ପରେ ବଳକା ଏକଭାଗ ପାଣିକୁ ପାଚନ କୁହାଯାଏ l ବୈଦ୍ୟଶାସ୍ତ୍ରରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ୱ ପାଚନର ବ୍ୟବସ୍ଥା ରହିଛି l

ପାଚଲ

ଘାଣ୍ଟ ତରକାରି l

ପାଁଚି

ଛୋଟ ଲୁଗା l ବିବାହ ସମୟରେ ମଙ୍ଗୁଳା କନ୍ୟା, ବ୍ରତ ସମୟରେ ବ୍ରାହ୍ମଣ ପିଲା ଏହା ପରିଧାନ କରନ୍ତି l

ପାଚିଆ

ବାଉଁଶ ପାତିଆ, ତାଳପତ୍ରାଦିରେ ତିଆରି ଛୋଟ ଡାଲା, ବାଉଁଶିଆ l ଶାଗ, ମାଛ ଇତ୍ୟାଦି ଏଥିରେ ରଖି ପରିଷ୍କାର କରାଯାଏ l

ପାଚିବା

ପଶା ବା କଉଡି ଖେଳରେ ଖେଳାଳି ଉପଯୁକ୍ତ ଦାନ ପକାଇବା ଦ୍ୱାରା ସବୁ ସାର ଶେଷ ମୁଣ୍ଡରେ ପହଞ୍ଚିବା ଅବସ୍ଥା l

ପାଛିଆଦହି

ବାଉଁଶ ବା ତାଳପତ୍ର ପାଚିଆରେ ପିଠଉ ବୋଳି ଏହାର କଣାତକ ବନ୍ଦ କରି ଏଥିରେ ବସା ଯାଉଥିବା ଦହି କରି ଏଥିରେ ବସା ଯାଉଥିବା ଦହି l କ୍ଷୀରର ଜଳୀୟ ଅଂଶ ପାଚିଆ ରନ୍ଧ୍ରଦେଇ ବାହାରିଗଲା ପରେ, ଦହି ଅତି ଗାଢ ହୁଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App