भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପାଛୁଡା

୧. ଗାମୁଛା l ୨. କୁଲାଦ୍ୱାରା ପରିଷ୍କୃତ ହୋଇଥିବା ଖାଦ୍ୟ ଶସ୍ୟ l କୁଲାରେ ପାଛୁଡି ଧାନରୁ ଅଗାଡି, ଚାଉଳରୁ କୁଣ୍ଡା, ତଳୁ ଇତ୍ୟାଦି ବାହାର କରାଯାଏ l

ପାଞ୍ଜି

ଦିନ, ମାସ, ତିଥି, ବାର, ରାଶି, ନକ୍ଷତ୍ର ପ୍ରଭୃତି ଶୁଭାଶୁଭ ଗଣନାର ଜ୍ୟୋତିଷ ଗ୍ରନ୍ଥ l ଏହା ସହାୟତାରେ ବିବିଧ କାର୍ଯ୍ୟ ସାଧନର ଅନୁକୂଳ ବା ଶୁଭାଶୁଭ ବେଳା ବିଚାର କରାଯାଏ l

ପାଟ

୧. ପାଣି ଜମୁଥିବା ଖାଲୁଆ ଜମି l ୨. ଧାନଜମି l ୩. ମୂଲ୍ୟବାନ ଲୁଗା l

ପାଟକ

୧. ପଶାର ଗୋଟି ଚାଳନା l ୨. ପାଣି ନିକଟକୁ ଯିବା ପାଇଁ ଗଢା ପାହାଚ l ୩. ଶୂଦ୍ରଙ୍କର ବିଭିନ୍ନ ଉପଜାତି, ସଂଖ୍ୟାରେ ଏମାନେ ୩୬ l ଯଥା- ୧. ଗଉଡ, ୨. ଭଣ୍ଡାରି, ୩. ବଢେଇ, ୪. କମାର, ୫. ଧୋବା, ୬. ତନ୍ତୀ, ୭. ପୋଟଳିବଣିଆ, ୮. ନାୟକ, ୯. ତୁଳାଭିଣା, ୧୦. ତେଲୀ, ୧୧. ତାମିଳି, ୧୨. ଓଡଚଷା, ୧୩. ଚଷା, ୧୪. ଗୋଲା, ୧୫. କେଉଟ, ୧୬. ମାଳୀ, ୧୭. ଶୁଣ୍ଢି, ୧୮. ଶଙ୍ଖାରି, ୧୯. ପାଟରା, ୨୦. ଖରୁଡା, ୨୧. କଂସାରି, ୨୨. ଥଟାରି, ୨୩. ପଥୁରିଆ, ୨୪. ବୈଶ୍ୟବଣିଆ, ୨୫. କାଚରା, ୨୬. ଗୁଡିଆ, ୨୭. କୁମ୍ଭାର, ୨୮. ଚିତ୍ରକର, ୨୯. ଦରଜି, ୩୦. ମହ୍ଲା, ୩୧. ରଙ୍ଗଣୀ, ୩୨. ତମ୍ବାରି, ୩୩. ଲୁଣିଆ, ୩୪. ଥୋରିଆ, ୩୫. ରସରା, ୩୬. ବୁଣା ଖଣ୍ଡାଏତ l ବାଉରି, ଗୋଖା, କଣ୍ଡରା, ପାଣ, ଶଅର, ହାଡି, ଡମ, ଚମାର-ଏମାନେ ଅନାର୍ଯ୍ୟ ଥିବାରୁ ପାଟକ ନୁହନ୍ତି l ପରାଶର ସଂହିତା ଅନୁଯାୟୀ ନଅ ପାଟକ ହେଲେ-ଗଉଡ, ମାଳୀ, ତେଲୀ, କେଉଟ, ଗୁଡିଆ, ବଢେଇ, କୁମ୍ଭାର, କମାର ଓ ଭଣ୍ଡାରି l

ପାଟଗାମୁଛା

୧. ରାଜା, ସାମନ୍ତ ବ୍ୟବହାର କରୁଥିବା ପାଟ ତିଆରି ଗାମୁଛା l ୨. ସାମନ୍ତ, ରାଜାଦି କଳାକାର, ସଂଗୀତଜ୍ଞଙ୍କ ମୁଣ୍ଡରେ ବାନ୍ଧି ଦେଉଥିବା ଉନ୍ନତ ମାନର ମୂଲ୍ୟବାନ ବସ୍ତ୍ର l

ପାଟଛତି

ରାଜା ବା ଦିଅଁଙ୍କ ଗମନକାଳରେ ଟେକା ହୋଇ ଧରା ଯାଉଥିବା ରେଶମ କପଡା ପ୍ରସ୍ତୁତି କାରୁକାର୍ଯ୍ୟ ଖଚିତ ବଡ ଛତା l

ପାଟଜମି

୧. ଉର୍ବରାଜମି l ୨. ଖାଲୁଆଜମି l

ପାଟଜେମା

ରାଜାଙ୍କର ପ୍ରଥମ କନ୍ୟା l

ପାଟଡୋର

ପାଟ ସୂତାରେ ତିଆରି ଡୋର, ମୋଟାଳିଆ ପାଟ ସୂତା l

ପାଟଥୋପ

ଦୁଇମୁଣ୍ଡରେ ଦୁଇଟି ପାଟ କପଡା ତିଆରି ଫୁଲଥିବା ପାଟସୂତା ଡୋର l

ପାଟପତନୀ

ପାଟଲୁଗା ବା ପଟ୍ଟବସ୍ତ୍ର l

ପାଟପଥର

ଦେଉଳ ବା କୋଠାଘରର ଦ୍ୱାରରେ କବାଟ ଚାଲିବା ପାଇଁ ଆଡ ବାଗରେ ନାଗବନ୍ଧ ପରି ଦିଆଯାଉଥିବା ପଥର l

ପାଟଫୁଲି

୧. ପାଟ କପଡାରେ ତିଆରି ଥୋପ l ୨. ଫୁଲିଲଗା କସ୍ତାଲୁଗାର ଫିତା ବା ଡୋର l

ପାଟମହାଦେଈ

ରାଜାଙ୍କର ପ୍ରଥମ ଓ ପ୍ରଧାନ ରାଣୀ l

ପାଟମୁଦି

କ୍ଷତ୍ରିୟ, ସାମନ୍ତ ବା ରାଜାଙ୍କର ପୁତ୍ର ବା କନ୍ୟା ବିବାହର ନିର୍ବନ୍ଧ ଦିବସରେ ଉଭୟ ପକ୍ଷରୁ ଉଭୟ ପକ୍ଷ ଉଦ୍ଦେଶ୍ୟରେ ପ୍ରଦତ୍ତ ପାଟଲୁଗା ଓ ସୁନାମୁଦି l

ପାଟରା

ପାଟ, କସ୍ତା, ସୂତା ଓ ଲୁଗା ଇତ୍ୟାଦିର ବ୍ୟବସାୟୀ ଜାତି l

ପାଟି

୧. କପାଳଠାରୁ ଗାଲ ପର୍ଯ୍ୟନ୍ତ ବୋଳାଯିବା ଚନ୍ଦନ ଓ ତିଳକର ପଟି l ୨. ଘରର ଛାତ ତିଆରିରେ ଲମ୍ବା ହୋଇ ପକାଯିବା କାଠ ଖଣ୍ଡ, କଡି, ତଳେଶେଣି l ଧାତୁ ତିଆରି ପତଳା ପତ୍ର l ୪. ସୁନ୍ଥା, ମାଙ୍ଗ, ଟେରି, ମୁଣ୍ଡରେ କେଶ ବିନ୍ୟାସ l

ପାଟିଆ

ମୁଣ୍ଡ ବାଳକୁ ଦୁଇ ଭାଙ୍ଗରେ ଭାଙ୍ଗି କେଶ ରଚନା l

ପାଟିଡି

ବେକ ପିନ୍ଧା ଅଳଙ୍କାର ବିଶେଷ l

ପାଟିବତା

ତୁଣ୍ଡବତା, ପାଣି ପାଟିଆକୁ ଚାଳ ଉପରକୁ ଟାଣି ରଖିବା ବତା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App