भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପାଟୁଆ

ଘଟ ପାଟୁଆ, ବେତ ପାଟୁଆ l ପଣା ସଂକ୍ରାନ୍ତି ଦିନ ଶୈବ ଓ ଶାକ୍ତ ପୀଠ ଗୁଡିକରେ ଏମାନେ ପାଟୁଆ ବ୍ରତ ଉଦ୍‌ଯାପନ କରନ୍ତି l କେହି କେହି ଜଳନ୍ତା ନିଆଁରେ ଚାଲନ୍ତି, କେହି କେହି ତଳେ ବିଛା ହୋଇଥିବା କଣ୍ଟା ଉପରେ ଶୁଅନ୍ତି l କେତେକ ମଧ୍ୟ ଶରୀରରେ ଲୁହାକଣ୍ଟା ଫୋଡି ହୋଇ ଉଡା ପଟାରେ ଉଡନ୍ତି l ଶାରଳା, ମଙ୍ଗଳା ପ୍ରଭୃତି ଠାକୁରାଣୀଙ୍କ ନିକଟରେ ବେତପାଟୁଆ ଓ ଘଟପାଟୁଆମାନେ ବ୍ରତ ଉଦ୍‌ଯାପନ ଦିନ ବହୁ କଷ୍ଟସାଧ୍ୟ କର୍ମ କରନ୍ତି l ଘଣ୍ଟା, ଘଣ୍ଟା, ଢୋଲ, ମହୁରୀ ପ୍ରଭୃତି ବାଦ୍ୟ ରୋଳରେ ଏମାନଙ୍କର ଝାମୁଯାତ୍ରା ଚିତ୍ତାକର୍ଷକ ହୁଏ l ପଶ୍ଚିମ ଓଡିଶାରେ ଉଡାପର୍ବ ପାଳିତ ହୁଏ l

ପାଟୁଆ ନାଚ/ପାଟୁଆ ଯାତ୍ରା

ପଣା ସଂକ୍ରାନ୍ତିର ଏକମାସ ପୂର୍ବରୁ ସମାଜର ନିମ୍ନ ବର୍ଗର କେତେକ ଭକ୍ତ, ଶୈବ ଓ ଶାକ୍ତ ଉପାସନା କରି ପାଟୁଆ ସାଜନ୍ତି l ଏମାନେ ପରିବାରଠାରୁ ପୃଥକ ରହି, ହବିଷାନ୍ନ ସେବନ କରନ୍ତି l ଅର୍ଦ୍ଧନାରୀଶ୍ୱର ବେଶରେ ମଥାରେ ଚନ୍ଦନ ସିନ୍ଦୂର ଲଗାଇ ବେତ ଖଣ୍ଡେ ଧାରଣ କରି ଗାଁ ଗାଁ ବୁଲି ଭିକ୍ଷା ସଂଗ୍ରହ କରନ୍ତି l ଗ୍ରାମଦାଣ୍ଡରେ ଖୋଳ କରତାଳ ଓ ଗୀତ ସହିତ ନୃତ୍ୟ କରନ୍ତି l କେହି କେହି ଢୋଲ ମହୁରୀ ସହିତ ନୃତ୍ୟ କରନ୍ତି l ପଣା ସଂକ୍ରାନ୍ତି ଦିନ, ବହୁ ସଂଖ୍ୟକ ପାଟୁଆ, ଶିବ ବା ଶାକ୍ତ ପୀଠରେ ଏକତ୍ର ହୋଇ, ଜଳନ୍ତା ନିଆଁରେ ଚାଲି, ଦେହରେ କଣ୍ଟା ଫୋଡି ବହୁ କଷ୍ଟ ସାଧ୍ୟ ସାଧନା କରନ୍ତି l ସମବେତ ଦର୍ଶକଙ୍କ ଭକ୍ତିଭାବ ଉଦ୍ରେକ କରୁଥିବା ଏମାନଙ୍କର ଏଇ ଯାତ୍ରାକୁ ପାଟୁଆଯାତ୍ରା ବା ପାଟୁଆନାଟ କୁହାଯାଏ l

ପାଡିଆ/ପାରିଆ

ନାଆଚାଳିଆ l ଚାଳ ଘରର ଲମ୍ବ ବାଗରେ ଥିବା ଖୁଣ୍ଟ ବା କାନ୍ଥ, ଶେଣି l

ପାଣତୀ

ପ୍ରତିଦିନ ଘରେ ପାଣି ଯୋଗାଉଥିବା ନାରୀ l

ପାଣି

୧. ବଳଦ ଚାଷ ବା ଶଗଡରେ ଲାଗିବା ପରର ବର୍ଷ ବା କାଳ l ୨. ଲୁହା ତତାଇ ଏହାକୁ ଶକ୍ତ କରିବା ଲାଗି ପାଣିରେ ବୁଡାଇବାର ପଦ୍ଧତି l

ପାଣିଆଆପଟ

ଜଗନ୍ନାଥଙ୍କ ଭୋଗ ବାସନ ପ୍ରଭୃତି ଧୁଆପୋଛା କରୁଥିବା ସେବକ l

ପାଣିକାଚ

ସଧବାମାନେ ହାତରେ ପିନ୍ଧୁଥିବା କାଚ ଅଳଂକାର l

ପାଣିକେନ୍ଦରୀ/ପାଣି କେନ୍ଦୁଲୀ

ପୋଖରୀ, ବିଲ, ଖାଲୁଆ ଜାଗାରେ ଉଠୁଥିବା ଜଳଜ ଶାଗ, ଏହାର ମୂଳରେ ଡେମ୍ପ ଥାଏ ନାଡରେ କଦଳୀ ଭଳି ଫଳ ହୁଏ, ଫୁଲା ସ୍ଥାନରେ ଏହାକୁ ବାଟି ବୋଳିଲେ ଫୁଲା ଉପଶମ ହୁଏ l

ପାଣିଖମ୍ବ

ଚାଳଘରର ପିଣ୍ଡା ଧାରରେ ଥିବା ଖୁଣ୍ଟ, ଯାହା ତଳ ଶେଣିକୁ ଟେକି ରଖେ l

ପାଣିଗାମୁଛା

ପାଣିରେ ତେଲ, ପଇଡ ପାଣି ଇତ୍ୟାଦି ମିଶାଇ କଷ କରାଯାଉଥିବା ଗାମୁଛା l

ପାଣିଛଡାଇବା

୧. ଜଳପୂର୍ଣ୍ଣ କ୍ଷେତରୁ ପାଣି ନିଷ୍କାସନ l ୨. ଦେବଦେବୀଙ୍କ ଉଦ୍ଦେଶ୍ୟରେ ରଖାଯିବା ନୈବେଦ୍ୟ ଚାରିପଟେ ପାଣି ଚଳୁ ବୁଲାଇବା l

ପାଣିଛତର

ଜଳଛତ୍ର, ଖରାଦିନେ ତୃଷାର୍ତ୍ତ ପଥଚାରୀ ମାନଙ୍କୁ ତୃଷା ନିବାରଣ ନିମିତ୍ତ ଜଳଯୋଗାଣ l

ପାଣିଟେକା

୧. କୌଣସି ଶୁଭ କର୍ମରେ ସଂକଳ୍ପ କରି ବ୍ରାହ୍ମଣ ପୁରୋହିତ ହାତକୁ ଜଳ ଟେକି ଦେବା l ୨. ଶତ୍ରୁର ଅମଙ୍ଗଳ ମନାସ କରି ଦେବା ଦେବୀଙ୍କ ଉଦ୍ଦେଶ୍ୟରେ ପାଣି ଆଞ୍ଜୁଳି ଟେକିବା l ୩. ତର୍ପଣ ସମୟରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପାଣି ଆଞ୍ଜୁଳି ଟେକିବା l

ପାଣିତୋଳା

୧. ବିବାହାଦି ମାଙ୍ଗଳିକ କର୍ମରେ ପଡୋଶୀଙ୍କ ଘରୁ ପାଣି ସଂଗ୍ରହ କରିବାର ଶୁଭକର୍ମ l ୨. ଦଣ୍ଡନାଟ ପାଇଁ ସଂକଳ୍ପ କରିଥିବା ଭକ୍ତମାନେ ଢୋଲ, ମହୁରୀ ବାଦ୍ୟ ସହିତ ସଂଧ୍ୟାବେଳେ ଜଳାଶୟକୁ ଯାଇ ସେଠାରୁ ଶୁଦ୍ଧସ୍ନାନ ପରେ ପାଣି ଆଣିବାର ଉତ୍ସବ l

ପାଣିଦିଆ

ଲୁହାଯନ୍ତ୍ରକୁ ଟାଣ କରିବା ପାଇଁ ଏହାକୁ ନିଆଁରେ ତତାଇ, ପାଣିରେ ପକାଇବା ଭଳି କମାରର କାମ l

ପାଣିପଟା

ଚାଳଘରର ଶେଷରେ ରୁଅ ମୁଣ୍ଡରେ ଲମ୍ବ ଭାବରେ ଦିଆଯାଇଥିବା ଠେକ ପଟା l

ପାଣିପାଟିଆ

କାଠରୁଆ, କାଠବତାରେ ପ୍ରସ୍ତୁତ ଚାଳଘର l ଧୂଳିଆଘର l

ପାଣିପିଢା

କୁଣିଆ ଆସିଲେ ତାଙ୍କ ଗୋଡ ଧୋଇବା ପାଇଁ ଓ ବସିବା ନିମିତ୍ତ ଦିଆଯାଉଥିବା ପିଢା l

ପାଣିବତା

ଚାଳଘରେ ଓଳିପାଣି ପଡି ପିଣ୍ଡାର ଦାଢ ଛିଡି ନଯିବା ପାଇଁ ଚାଳକୁ ଅଳ୍ପ ବଢାଇ, ରୁଅ ମୁଣ୍ଡରେ ବନ୍ଧା ଯାଇଥିବା ବତା l

ପାଣିଭାଙ୍ଗିବା

୧. ଜର ବା ପେଟ ଟଣାରେ ଆକ୍ରାନ୍ତ ହେଲେ ରୋଗୀର ପେଟ ଉପରେ ବଡକଂସାରେ ଥଣ୍ଡା ପାଣି ରଖି, ଛୋଟଗିନା ଦ୍ୱାରା ଜଳ ଉଠାଇ ପୁଣି କଂସାରେ ଓଜାଡିବା l ୨. ବଟା ଯାଇଥିବା ଭାଙ୍ଗକୁ ପାଣି ମିଶାଇ ଅନ୍ୟ ପାତ୍ରରେ ଅଜାଡିବା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App