भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପିଞ୍ଜଳ

ଶ୍ରାଦ୍ଧ ଓ ଯଜ୍ଞାଦି କର୍ମରେ ଏକାଠି ବନ୍ଧା ହୋଇଥିବା ଦୁଇଟି କୁଶ l

ପିଢା

୧. ଦୁଇ ମୁଣ୍ଡର ସାମାନ୍ୟ ଉଚ୍ଚ ଓ ଉପର ସମତଳ ଥିବା କାଠ ଆସନ l ଆମ୍ବ, ପଣସ, ଶାଳ, ଗହ୍ମାରି କାଠରେ ପିଢା ତିଆରି ହୁଏ l କୁଣିଆକୁ ପିଢା ଦିଆଯାଏ l ବ୍ରାହ୍ମଣ ପିଢାରେ ବସି ପୂଜା କରନ୍ତି ଓ ଭୋଜନ କରନ୍ତି l ୨. ଘରଚାଳର ମଥାନ ଓ ଉପର ପାଖ l

ପିଢାପାଣି

୧. ଖାଇବା ପୂର୍ବରୁ ବସିବାକୁ ପିଢା ଯୋଗାଣ, ପିଇବାକୁ ପାଣି ଯୋଗାଣ l ୨. କୁଣିଆଁ ଘରକୁ ଆସିଲେ ତାଙ୍କ ଗୋଡ ଧୋଇ ତାଙ୍କୁ ବସିବା ନିମିତ୍ତ ପିଢା ପ୍ରଦାନ ଓ ପିଇବା ନିମିତ୍ତ ପାଣି ପ୍ରଦାନ କରାଯିବା ବିଧି l

ପିଣ୍ଡ

୧. ମାତୃ ପିତୃ ଶ୍ରାଦ୍ଧରେ ପୂର୍ବ ପୁରୁଷଙ୍କୁ ସମର୍ପଣ କରାଯାଉଥିବା ଅନ୍ନ ବ୍ୟଂଜନାଦିର ଗୋଲାକୃତି ଗୋଟାଳି l ଶ୍ରାଦ୍ଧ ପତ୍ରରେ କର୍ତ୍ତା ଅନ୍ନ, ବ୍ୟଂଜନାଦିକୁ ହାତରେ ବଳି ବର୍ତ୍ତୁଳାକାର ଗୋଟାଳି ପ୍ରସ୍ତୁତ କରି ଏହାକୁ ପିତୃପୁରୁଷ କ୍ଷୁଧା ନିବାରଣ ପାଇଁ ଉତ୍ସର୍ଗ କରନ୍ତି l ୨. କେତେକ ସ୍ଥଳେ ପତ୍ରରେ ଚାଉଳ, ପରିବା, ଡାଲି, ଘିଅ ଇତ୍ୟାଦି ଉତ୍ସର୍ଗୀକରଣ l ୩. ଛତୁଆ, ଶର୍କରା, ପାଚିଲା କଦଳୀ ଚକଟି ବର୍ତ୍ତୁଳାକାର ପିଣ୍ଡ ପ୍ରସ୍ତୁତି l ୪. ମାଟିଆଳୁ ପ୍ରଭୃତି ଉପର ଅଂଶ, ଏହାକୁ ବିହନ ରୂପେ ସଂରକ୍ଷଣ କରି, ଗଜା ବାହାରିଲେ ମାଟିରେ ପୋତି ପୁନର୍ବାର ଗଛ କରାଯାଏ l ୫. ଉତ୍ତମ ସ୍ୱାସ୍ଥ୍ୟ l

ପିଣ୍ଡଦାନ

ମାତା, ପିତାଙ୍କର ମୃତ୍ୟୁ ପରେ ପ୍ରତିବର୍ଷ ହେଉଥିବା ଭୋଜ୍ୟ ବା ଶ୍ରାଦ୍ଧ ଦିବସ ଏବଂ ଏଥିରେ ପିତୃ ପୁରୁଷଙ୍କୁ ସମର୍ପିତ ଅନ୍ନ ବ୍ୟଂଜନାଦିର ବର୍ତ୍ତୁଳାକାର ଗୁଣ୍ଡା l ପୟାଶ୍ରାଦ୍ଧାଦିରେ ପିତୃପୁରୁଷଙ୍କୁ ଭୋଜ୍ୟ ପଦାର୍ଥ ସମର୍ପଣ l

ପିଣ୍ଡପତ୍ର

ପିତୃଶ୍ରାଦ୍ଧରେ ପିଣ୍ଡଦାନ ପାଇଁ ବ୍ୟବହୃତ ଅଗି କଦଳୀପତ୍ର ଅଥବା ଶାଳଖଲି l ଏହା ଉପରେ ତିନୋଟି ପିଣ୍ଡ ବଢାଯାଏ, ଗୋଟାଗୁଆ, ବିଡିଆପାନ ରଖାଯାଏ, ସୂତା ଖଣ୍ଡେ ମଧ୍ୟ ଏହା ଉପରେ ପକାଯାଏ l ବ୍ରାହ୍ମଣଘର ପିଣ୍ଡ ଦାନ ସମୟରେ ବୈଶ୍ୱଦେବଙ୍କୁ ସମର୍ପିତ ଭୋଜ୍ୟ ମଧ୍ୟ ଅଗି ପତ୍ରରେ ବଢାଯାଏ l ଯାହାପାଇଁ ପିଣ୍ଡଦାନ କରାଯାଏ, ତା’ର ନାତି, ଭଣଜା ଇତ୍ୟାଦି ଏଇ ପିଣ୍ଡ ପତ୍ର ଭୋଜ୍ୟକୁ ଭୋଜନ କରନ୍ତି l

ପିଣ୍ଡଭାଗୀ

ପିତୃଶ୍ରାଦ୍ଧାଦିରେ ପିଣ୍ଡଦ୍ରବ୍ୟ ଗ୍ରହଣ କରୁଥିବା ପୁରୋହିତ ବ୍ରାହ୍ମଣ l

ପିଣ୍ଡଲେପ

ପିତୃ, ପିତାମହ, ପ୍ରପିତାମହଙ୍କ ଶ୍ରାଦ୍ଧରେ ପ୍ରଦତ୍ତ ମୁଖ୍ୟପିଣ୍ଡ ନିକଟରେ ସମର୍ପିତ କ୍ଷୁଦ୍ରାକୃତି ପିଣ୍ଡ l ଏହାକୁ ଲେପଭାଗ କୁହାଯାଏ l

ପିଣ୍ଡା

ଚାଳଘରର ବାହାରେ କାନ୍ଥକୁ ଲାଗି ଥିବା ଖୋଲା ମାଟିଚଉତରା, ଯାହା ଉପରେ ଚାଳ ଥାଏ l ଦାଣ୍ଡ, ଦୁଆର ଓ ବାଡିରେ ଥିବା ବସାଉଠା କରିବା ପାଇଁ ଉଦ୍ଦିଷ୍ଟ ଏଇ ଅଂଶକୁ ଦାଣ୍ଡିପିଣ୍ଡା, ବାଡିପିଣ୍ଡା ଓ ଦୁଆରପିଣ୍ଡା କୁହାଯାଏ l

ପିଣ୍ଡି

୧. ବେଦି, ପୀଠ l ୨. ଦେବଦେବୀ ମୂର୍ତ୍ତି ଗୋଡ ତଳେ ଥିବା ବଇଠି l ୩. ହାଣ୍ଡିଶାଳରେ ହାଣ୍ଡି ରଖିବା ନିମିତ୍ତ ମଳାଥିବା ତେଙ୍ଗେଡା, ମୁଚୁଳା ଇତ୍ୟାଦି l ୪. ଗଛ ମୂଳରେ ବନ୍ଧାଯିବା ମାଟି ବେଦି l

ପିଣ୍ଡିକା

ଦେବଦେବୀଙ୍କ ଦର୍ଶନକାଳରେ ସେମାନଙ୍କୁ ଦିଆଯାଉଥିବା ଉପହାର ବା ଭେଟି l

ପିତାପାଣି

୧. ଆଷାଢ ମାସ ଆରମ୍ଭରେ ପ୍ରଥମ ଅସରା ବର୍ଷା l ୨. ମୃତାହ କର୍ମରେ ଶବ ସଂସ୍କାର କରି ଘରକୁ ପ୍ରବେଶ କରିବା ପୂର୍ବରୁ ପାନ କରାଯାଇଥିବା ନିମ୍ବପତ୍ରମିଶା ପାଣି l

ପିତାମାରିବା

ନିମ୍ବପତ୍ରକୁ ଭାଜି ଭଜା ବା ତିଅଣରେ ମିଶାଇ ପ୍ରସ୍ତୁତ ହେଉଥିବା ବିଶେଷ ବ୍ୟଂଜନ, ଯାହା ପିତା ଲାଗେ l

ପିତାଶୁଖୁଆ

ପିତକଢା ନ ଯାଇ କେରାଣ୍ଡି, ଚେଙ୍ଗ, ଶିଙ୍ଗି ଇତ୍ୟାଦି ଛୋଟ ମାଛକୁ ଖରାରେ ଶୁଖାଇ ତିଆରି କରାଯାଉଥିବା ଶୁଖୁଆ l

ପିତିନାଟ

ତନ୍ତ୍ର ଯନ୍ତ୍ର ପ୍ରୟୋଗ କରାଯାଇ ଦୁଇ ଜଣଙ୍କ ଭିତରେ ଲଗାଯାଉଥିବା କଳି ଝଗଡା, ଯାହା ଦୁଇ ପକ୍ଷଙ୍କୁ ଉତ୍‌କ୍ଷିପ୍ତ ଓ ହାସ୍ୟାସ୍ପଦ କରିଥାଏ l

ପିତୁଳା

୧. ପ୍ରତିମୂର୍ତ୍ତି, କଣ୍ଢେଇ, ପୁତ୍ତଳିକା l ମାଟି, ଗୋବର, କାଠ ଇତ୍ୟାଦିରେ ଏସବୁ ତିଆରି କରାଯାଇ ଏଗୁଡିକରେ ରଙ୍ଗ ଦିଆଯାଏ l ୨. ଆଖିର ପୁଅ l ୩. ଶ୍ମଶାନରେ ମୃତାହ କର୍ମ ବେଳେ ଗୋବର ତିଆରି ପିତୃମାତୃଙ୍କ ପରିକଳ୍ପିତ ମୂର୍ତ୍ତି l

ପିତୁଳାକାନ୍ଦ

ମୃତ୍ୟୁର କିଛିକ୍ଷଣ ପୂର୍ବରୁ ମୁମୂର୍ଷୁ ଆଖିରୁ ଗଡୁଥିବା ଲୁହ, ଯାହା ଅଣାୟତ ଥାଏ ଓ କିଛି କ୍ଷଣପରେ ରୋଗୀ ମରେ l

ପିତୁଳାଘର

୧. ପିତୁଳା ରଖା ଯାଇଥିବା ଘର l ୨. ମନ୍ଦିର ଚାରି ପାଖରେ ମନ୍ଦିର କାନ୍ଥରେ ପାର୍ଶ୍ୱ ଦେବ ଦେବୀଙ୍କ ନିମିତ୍ତ ଉଦ୍ଦିଷ୍ଟ ସ୍ଥାନ l

ପିତୁଳିଆ

ପିତା ଲାଗିବା l

ପିତୃପକ୍ଷ

୧. ଆଶ୍ୱିନ କୃଷ୍ଣପକ୍ଷ, ଏଇ ପକ୍ଷରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧାଦି ପ୍ରଦାନ l ଏଇ ଦିନ ଗୁଡିକରେ ଶୁଦ୍ଧ ସ୍ନାନ ପରେ ପିତୃଲୋକଙ୍କ ତୃପ୍ତି ପାଇଁ ଜଳ ଓ ତିଳାଦି ତର୍ପଣ କରାଯାଏ l ୨. ନିଜ ବଂଶର ଆତ୍ମୀୟ ସ୍ୱଜନାଦି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App