भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପିତୃସମ୍ବତ୍ସର

ପିତା, ମାତାଙ୍କ ମୃତ୍ୟୁ ପରଠାରୁ ଏକବର୍ଷ କାଳ l ଏଇ ବର୍ଷରେ ପ୍ରତି ମାସରେ ଶ୍ରାଦ୍ଧ ଦିଆଯାଏ l କ୍ରିୟା କର୍ମ କରିଥିବା ବ୍ୟକ୍ତି, ଏକବର୍ଷ ପାଇଁ ଅନ୍ୟ କାହା ପାକରେ ଭୋଜନ କରେ ନାହିଁ l ବର୍ଷକ ମଧ୍ୟରେ ଘରେ କୌଣସି ପୂଜା, ପାର୍ବଣ, ଉତ୍ସବାଦି କରା ନ ଯାଇ, ଅତି ନିରାଡମ୍ବର ଭାବରେ ଜୀବନ ଯାପନ କରାଯାଏ l ଗୋଟିଏ ବର୍ଷ ପାଇଁ କର୍ତ୍ତାଙ୍କୁ ନାନା ରୋଗ, ଦୁଃଖରେ ପୀଡିତ ହେବା ମଧ୍ୟ ଲୋକ ବିଶ୍ୱାସରେ ରହିଛି l

ପିନା

କାଠ ବା ବାଉଁଶର ଛୋଟ ଖିଲ, ଏହା କାଠର ଯୋଡ ସ୍ଥାନରେ ଭଅଁରରେ କଣା କରାଯାଇ ମରାଯାଏ l

ପିପା

ମୃଦଙ୍ଗ ବା ଢୋଲ ଆକୃତିର ମାଟି ତିଆରି କୋତ, ଏହା ଭିତରେ ତେଲ ଇତ୍ୟାଦି ରଖାଯାଏ l

ପିପେଇ ଅମାବାସ୍ୟା

ପୟା ଅମାବାସ୍ୟା, କାର୍ତ୍ତିକ ଅମାବାସ୍ୟା, ଦୀପାବଳୀ l ଏଇଦିନ ସଂଧ୍ୟାରେ ମହାଳୟା ଶ୍ରାଦ୍ଧ ଦିଆଯାଏ ଏବଂ ପିତୃପୁରୁଷଙ୍କୁ ପୁପ ବା ପିଠା ଉପରେ ଦୀପ ଆଲୋକ ପ୍ରଦାନ କରାଯାଏ l କାଉଁରିଆକାଠିରେ ନିଆଁ ଜଳାଯାଇ ବଡବଡୁଆ ଡକାଯାଏ ଓ ବାଣଫୁଟା ହୁଏ l ବଡ ବଡୁଆ ଡକା ସମୟରେ କୁହାଯାଏ-‘ବଡବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ ଗଡଉଥାଅ l’ l

ପିରଡା

ପିଢା, ଚାଳ ଛପର ଘର ଚଳର ଉପରିଭାଗ l

ପିଲ

୧. କଦଳୀଗଛ ମୂଳରୁ ବାହାରୁଥିବା ଛୋଟ ପୁଆ, ଏହାକୁ ତାଡି ନେଇ ମାଟିରେ ପୋତିଲେ କଦଳୀ ଗଛ ହୁଏ l ୨. ଧାନଗଛର ମୂଳପିଣ୍ଡରୁ ବାହାରୁଥିବା ଧାନଗଛ ଏଥିରେ ମଧ୍ୟ ଧାନ ଫଳେ l

ପିଲବାଡି

୧. ଛୋଟକିଳା l ୨. ଦୁଇଖଣ୍ଡ ବାଡି ଦ୍ୱାରା ହେଉଥିବା ଏକ ପ୍ରକାର ଖେଳ l ଏଇ ଖେଳ ଦୁଇଦଳ ମଧ୍ୟରେ ସମ୍ପନ୍ନ ହୋଇଥିବା l

ପିଲାକନ୍ୟା/କନିଆଁ

ଯେଉଁ ଝିଅ ରଜୋବତୀ ନ ହେବା ପୂର୍ବରୁ ବିବାହ କରିଥାଏ l

ପିଲାଖେଳ

୧. ପିଲାଏ ଖେଳୁଥିବା ଖେଳ l ୨. ଅତି ହାଲକା, ସାଧାରଣ l

ପିଲାବସାଣି

କନ୍ୟା ପ୍ରଥମ କରି ରଜସ୍ୱଳା ହେଲେ, ସାତଦିନ ପାଇଁ ତାକୁ ଅନ୍ୟମାନଙ୍କ ଠାରୁ ପୃଥକ କରି ଘରେ ରଖାଯିବା ପ୍ରଥା ଓ ପରେ ପରେ ନାରୀମାନେ ତାକୁ ବନ୍ଦାପନା କରି ଯାଉ ଖାଇବା ବିଧାନ l

ପିଲିସଜ

୧. ପିତ୍ତଳର ଦୀପରୁଖା l ୨. ଗଛଦୀପ, ଗୋଟିଏ ପିତ୍ତଳ ଦଣ୍ଡର ଚାରିପାଖରେ ଗୋଲ ଭାବରେ ସ୍ତର ସ୍ତର ହୋଇ ଖଞ୍ଜାଯାଇଥିବା ଓ ଭକ୍ତମାନେ ଏଥିରେ ବତି ଜଳାନ୍ତି l

ପିହାଣ

୧. ମାଟି ପଲମ, ତେଲୁଣି, ହାଣ୍ଡି ଉପରେ ଘୋଡଣି l ୨. ଗାଈ ଦୁହିଁବା ପୂର୍ବରୁ ଗାଈ ପହ୍ନାରେ ବାଛୁରିକୁ ଯୋଖି କ୍ଷୀରପାନ କରାଇବା ବିଧି l ୩. ମାଆଠାରୁ କୋଳଛୁଆ ସ୍ତନ୍ୟପାନ କରିବା ବିଧି l

ପିହାଣିଆ

୧. ଉପରପଟ ଚକିର କେନ୍ଦ୍ର କଣାରେ ବସାଯାଇଥିବା ଗୋଲାକାର କାଠ ଚକତି l ଏହାକୁ ତଳପଟ ଚକିର ମାଣି ଖୁଣ୍ଟରେ ଭର୍ତ୍ତି କରାଯାଇ, ଉପର ଚକିକୁ ଘୂରାଯାଏ l ୨. ଚଉରୀଭୁଣ୍ଡି ଅଳଂକାରେ ଲଗାଯିବା ସରା ଆକୃତିର ସୁନା ବା ରୁପା ଅଳଂକାର l ୩. ନାରୀମାନଙ୍କ ବେଣୀର ଶେଷ ଅଂଶରେ ଝୁଲୁଥିବା ପତଳା ଚକତି ଆକାରର ଭୁଣ୍ଡି l

ପୀଠ

ତୀର୍ଥ l ପୁରାଣ ବର୍ଣ୍ଣନା ଅନୁଯାୟୀ, କୁପିତ ମହାଦେବ ପତ୍ନୀ ସତୀଙ୍କର ଶରୀରକୁ ବିଷ୍ଣୁ ଚକ୍ରରେ ଛେଦିତ ଅଂଶର ଭାରତର ୫୧ଟି ସ୍ଥାନରେ ପଡିଥିଲା l ଏଇ ସ୍ଥାନ ଗୁଡିକ ପ୍ରଖ୍ୟାତ ପୀଠ ରୂପେ ଖ୍ୟାତ l ଏହା ବ୍ୟତୀତ ପୁରାଣରେ ୨୬ଟି ଉପପୀଠର ବର୍ଣ୍ଣନା ରହିଛି l ମୁଖ୍ୟତଃ ଦେବଦେବୀଙ୍କ ଅବସ୍ଥାନ ସ୍ଥଳ ପୁଣ୍ୟପୀଠ ରୂପେ ବିବେଚିତ l

ପୀଠଗର୍ଭ

ଦେବ, ଦେବୀ ମୂର୍ତ୍ତିଙ୍କ ଆସ୍ଥାନ ସୁନ୍ଦର ବଇଠିର ତଳ ଭାଗରେ ଥିବା ଗର୍ତ୍ତ l

ପୀଠନାୟୀକା/ପୀଠନାଗରୀ

ଦୁର୍ଗା ପୂଜା ସମୟରେ ଦେବୀରୂପେ ପରିକଳ୍ପନା କରାଯାଇ ପୂଜା କରାଯାଉଥିବା ଚଉଦ ବର୍ଷୀୟା ବାଳିକା l

ପୀଠିକା

ପୋଥିପୃଷ୍ଠାର ମୁଖବନ୍ଧ, କବି ଲିଖନକାରଙ୍କ ପରିଚୟାଦି l

ପୀର

ହିନ୍ଦୁ ପୂଜିତ ସତ୍ୟପୀର l ମୁସଲମାନ ମହାପୁରୁଷ, ଧାର୍ମିକ ବ୍ୟକ୍ତି l

ପୁଅ

୧. ପଶା କାଠିରେ ଅଙ୍କିତ ଏକ ସଂଖ୍ୟକ ଦାନ l ୨. କଦଳୀ ଗଛର ମୂଳରୁ ଉତ୍ପନ୍ନ ଛୋଟ କଦଳୀଗଛ l

ପୁଅପିଢା

ପିଲାମାନଙ୍କ ଖେଳ ପାଇଁ ଛୋଟ ଆକୃତିର ପିଢା, ଯାହାକୁ ଛୋଟ ପିଲା ବୋଲି ଧାରଣା କରି ପିଲାଏ ଖେଳନ୍ତି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App