भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପୁଡି/ପୁଡିଆ

ଔଷଧ ଥିବା ପୁଡା, ବିଭିନ୍ନ ସାମଗ୍ରୀ ଗୁଡା ହୋଇଥିବା ଛୋଟ ପୁଡା l

ପୁଡୁକା

ଛତୁ, ଶାଗ, ମାଛ ଇତ୍ୟାଦି ତେଲ ମସଲା ଦେଇ ପତ୍ରରେ ଗୁଡା ହୋଇ ନିଆଁରେ ପୋଡି ପ୍ରସ୍ତୁତ ହେଉଥିବା ବ୍ୟଂଜନ l

ପୁଡୁଗ

ବଡ ବଡ ଆକାରର ଧାନ ଓଳିଆ l ଶସ୍ୟର ପରିମାଣ l ଏକଖଣ୍ଡି =୨୦ମାଣ l ଏକପୁଡୁଗ =୨୦ଖଣ୍ଡି l

ପୁଡ୍‌କି

ପାଣି ପିଇବା ପାଇଁ କାହାଳୀ ପରି ମୋଡା ଯାଇଥିବା ପତ୍ରଠୋଲା l

ପୁତି

ପଥର ବା କାଚର ଛୋଟମାଳି l

ପୁତ୍ତିଳିଦାହ

ଦୂରରେ ମରିଥିବା ବ୍ୟକ୍ତି, ଯାହାର ଶବ ମିଳେ ନାହିଁ, ସେଇ ମୃତ ବ୍ୟକ୍ତିର ପଳାଶ ପତ୍ରରେ ତିଆରି ପୁତ୍ତଳିକୁ ଦାହ କରି ମୃତାହ କର୍ମ ସଂପାଦନ l

ପୁତ୍ର/ପୁଅ

ମନୁ ସଂହିତା ଅନୁଯାୟୀ ୧୨ ପ୍ରକାରର ପୁଅ ଥାଆନ୍ତି l ୧. ଔରସ-ନିଜ ସ୍ତ୍ରୀ ଗର୍ଭ ସଂଭୂତ l ୨. କ୍ଷେତ୍ରଜ-କ୍ଳୀବଓ ଅସମର୍ଥଙ୍କ ଅନୁମତିକ୍ରମେ ତାଙ୍କ ପତ୍ନୀଙ୍କ ସହ ଦେବରାଦିଙ୍କ ପୁଅ l ୩. ଦତ୍ତକ- ପୋଷ୍ୟପୁତ୍ର l ୪. କତ୍ରିମପୁତ୍ର- ଜଣକର ଗୁଣବନ୍ତ ପୁତକୁ ଆଉ ଜଣେ ପାଳିବା l ୫. ଗୂଢୋତ୍ପନ୍ନ- ସ୍ୱାମୀ ଘରେ ପରପୁରୁଷ ସହିତ ସଂପର୍କରୁ ଜନ୍ମ l ୭. କାନୀନ- ଅବିବାହିତ କନ୍ୟାର ପୁତ୍ର l ୮. ସହୋଢ- ବିବାହ ପୂର୍ବରୁ ଗର୍ଭବତୀ ଓ ବାହାଘର ପରେ ପ୍ରସବ l ୯. କ୍ରୀତକ- ମାଆ ବାପାଙ୍କ ଠାରୁ କିଣାଯାଇ ପାଳିତ l ୧୦. ପୌନର୍ଭବ- ସ୍ୱାମୀ ପରିତ୍ୟକ୍ତା, ବିଧବା ସ୍ତ୍ରୀ ଗର୍ଭରେ ପରପୁରୁଷ ସନ୍ତାନ l ୧୧. ସ୍ୱୟଂ ଦତ୍ତ – ଯେ ବାପାମାଆଙ୍କ ଅଗୋଚରରେ ଅନ୍ୟର ପୋଷ୍ୟପୁତ୍ର ହୁଏ l ୧୨. ପାରଶବ – ଦାସୀପୁତ୍ର, ଦ୍ୱିଜାଦି ପିତା, ଶୂଦ୍ରମାତା ଗର୍ଭରୁ ଉତ୍ପନ୍ନ ପୁତ୍ର l

ପୁନେଇଁଖିଆ

ପୂର୍ଣ୍ଣମୀ ଡାକରାରେ ଜ୍ୱାଇଁ ଶଶୁର ଘରକୁ ଯାଇ ସମ୍ମାନର ସହିତ ଭୋଜନ ଗ୍ରହଣ l ଦୋଳପୁନିଅଁ, କୁମାର ପୁନିଅଁ, ଗହ୍ମାପୁନିଅଁ ଓ ଦେବସ୍ନାନ ପୁନିଅଁରେ ଜୋଇଁ ଡାକରା କରାଯାଏ l

ପୁର

ମଣ୍ଡା, ଏଣ୍ଡୁରି ଇତ୍ୟାଦି ପିଠା ମଝିରେ ଦିଆଯାଉଥିବା ଛେନା, ନଡିଆ କୋରା ଓ ଗୁଡ ଇତ୍ୟାଦିର ଚକଟା l

ପୁରକ

ପ୍ରାଣାୟାମର ଏକ ଅଙ୍ଗ, ବାମ ନାକପୁଡା ଦ୍ୱାରା ବାହାର ବାୟୁକୁ ଭିତରକୁ ନେବା ବିଧି l ଏହାକୁ ରେଚକ ଦ୍ୱାରା ଅଟକାଇ ଡାହାଣ ନାକପୁଡା ଦ୍ୱାରା ବାହାର କରାଯାଏ l

ପୁରରା

ମଇଁଷିର ଅଣ୍ଡିରା ଛୁଆ l

ପୁରାଉଆଁସ

ସପ୍ତପୁରୀ ଅମାବାସ୍ୟା ବା ଭାଦ୍ରବ ଅମାବାସ୍ୟା ଦିନ ପାଳିତ ଉତ୍ସବ l

ପୁରାଣ

ପ୍ରାଚୀନ କାଳର ପ୍ରଖ୍ୟାତ ବ୍ୟକ୍ତିତ୍ୱ, ରାଜା, ମୁନି, ଋଷି, ସମାଜ, ଧର୍ମ, ଦେବତା ଇତ୍ୟାଦିଙ୍କ ଜନ୍ମ ଓ କ୍ରିୟା କଳାପ ଅବଲମ୍ବନରେ ରଚିତ ଆଖ୍ୟାନ l ଏଥିରେ ସୃଷ୍ଟିବିବରଣ, ରାଜବଂଶ ଓ ଋଷିବଂଶ ବିବରଣ ସ୍ଥାନ ପାଏ l ଲୋକ ସମାଜରେ ପୁରାଣ ଶାସ୍ତ୍ରୀୟ ମାନ୍ୟତା ପାଏ l ତେଣୁ ଗ୍ରାମେ ଗ୍ରାମେ ଥିବା ଭାଗବତ -ଟୁଙ୍ଗିଗୁଡିକରେ ସଂଧ୍ୟା ସମୟରେ ପୁରାଣ ଚର୍ଚ୍ଚା କରାଯାଏ l ବେଳେବେଳେ ପୁରାଣ ବଢା ହୁଏ ଓ ସଂକୀର୍ତ୍ତନ ସହିତ ଭୋଗରାଗ କରି ଲୋକେ ଧର୍ମାର୍ଜନର ଆମୋଦ ଅନୁଭବ କରନ୍ତି l ଏଗୁଡିକ ମୁଦ୍ରଣଯନ୍ତ୍ର ବ୍ୟବହାର ପୂର୍ବରୁ ପୋଥି ଆକାରରେ ଥିଲା l

ପୁରାଣପଣ୍ଡା

ପୁରାଣ ପାଠକ ବ୍ରାହ୍ମଣ, ଯେ ଅନ୍ୟମାନଙ୍କୁ ପୁରାଣ ଶୁଣାନ୍ତି ଓ ଏଥିପାଇଁ ପାରିଶ୍ରମିକ ସ୍ୱରୂପ ଦକ୍ଷିଣା ମଧ୍ୟ ଗ୍ରହଣ କରନ୍ତି l

ପୁରୋହିତ

ପୁରୋଧା, ଯଜମାନଙ୍କ ଯଜ୍ଞକର୍ମ କରାଇବାକୁ ନିଯୁକ୍ତ ବ୍ରାହ୍ମଣ l ମୃତାହ ଓ ମାଙ୍ଗଳିକ କର୍ମରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l

ପୁର୍‌ଗା

କଞ୍ଚା ପତ୍ରରେ ରଖି ପୋଡାଯିବା ଶାଗ ଇତ୍ୟାଦି ଖାଦ୍ୟ l

ପୁଲକ

୧. ହାତୀକୁ ଖାଇବାକୁ ଦିଆଯାଉଥିବା କୁଟାରେ ବନ୍ଧା ଯାଇଥିବା ଶସ୍ୟାଦିର ଗୋଲାକାର ପିଣ୍ଡୁଳା l ୨. କବାଟର ପଟାରେ ମରାଯାଇଥିବା ଛତିବାଲା କଣ୍ଟା l

ପୁଲାଙ୍ଗଗୁଡି

ଶୁଖିଲା ପୋଲାଙ୍ଗ ଦ୍ୱାରା ବାଳକମାନେ ଖେଳୁଥିବା ପୁଲାଙ୍ଗ ରଖାଯାଏ l ଏଇପରି ଅନେକ ପୁଲାଙ୍ଗ ଖଞ୍ଜା ଗଦା ଚାରିପାଖରେ ଗାର ଦିଆଯାଏ l ଦୂରରୁ ପିଲାଏ ଏହା ଉପରକୁ ଲକ୍ଷ୍ୟ କରି ପୁଲାଙ୍ଗ ଫିଙ୍ଗନ୍ତି ଓ ଯେଉଁ ଗଦାକୁ ଭାଙ୍ଗନ୍ତି ସେଇ ଗଦାର ପୁଲାଙ୍ଗ ଚାରିଟିକୁ ନିଅନ୍ତି l

ପୁଳି

୧. ଘିଅଛଣା ଏକ ପ୍ରକାର ପିଠା l ପିଠଉର ଏକ ପ୍ରକାର ବାଷ୍ପସିଦ୍ଧ ଛୋଟ ପିଠା l ଏଣ୍ଡୁରି ପିଠା l ଅରୁଆ ଚାଉଳ ବା ଗହମ ଚୂନାରେ ପାଣି ମିଶାଇ ପୁଳି ବାମ୍ପରେ ସିଝାଇ ବା ଘିଅରେ ଛାଣି ପୁଳି ପ୍ରସ୍ତୁତ କରାଯାଏ l

ପୁଷପୁନି

ପୌଷ ପୂର୍ଣ୍ଣିମା, ଏଇ ଦିନ ବିଭିନ୍ନ ସ୍ଥାନରେ ବିବିଧ ପର୍ବ ଓ ଉତ୍ସବ ଅନୁଷ୍ଠିତ ହୁଏ l କେତେକ ଆଦିବାସୀ ସଂପ୍ରଦାୟରେ ଏଇ ଦିନ ବିବାହ ସଂପର୍କ ସ୍ଥିର କରାଯାଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App