Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପେଡି
ବେତ ତିଆରି ଚତୁଷ୍କୋଣାକାର ଘୋଡଣୀ ଥିବା ଆଧାର l ଏଥିରେ ବିଭିନ୍ନ ଜିନିଷ ଓ ଲୁଗାପଟା ରଖାଯାଏ l ଏହାକୁ ବିଭିନ୍ନ ସ୍ଥାନକୁ ବୋହିନେବା ସହଜ ହୁଏ l ପେଡିରେ ଶାଶୂ ଘରକୁ ଝିଅ ବାପଘରୁ ବିଭିନ୍ନ ଜିନିଷ ନେଇଥାଏ l
ପେଡିଭୋଗ
ଶ୍ରୀଗୁଣ୍ଡିଚା ଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଯିବା ବେଳେ ଦୂରବର୍ତ୍ତୀ ଗ୍ରାମର ଭକ୍ତମାନେ ତାଳପତ୍ର ପେଡିରେ ଲଗାଉଥିବା ବିଭିନ୍ନ ପ୍ରକାରର ମିଷ୍ଟାନ୍ନ ଭୋଗ l
ପେଡିଲୁଗା
ଉତ୍ସବାଦି ସମୟରେ ପେଡିରେ ସାଇତାଥିବା ଲୁଗା ପରିଧାନ l ପେଡିରେ ସାଧାରଣତଃ ମୂଲ୍ୟବାନ ଲୁଗା ଗୁଡିକ ସାଇତା ହୋଇ ରଖା ଯାଇଥାଏ ଓ ବିଶେଷ ଉତ୍ସବ ଗୁଡିକରେ ଏ ସବୁକୁ କାଢି ପିନ୍ଧାଯାଏ l
ପେଣ୍ଠ
ପ୍ରଖ୍ୟାତ ବାଣିଜ୍ୟ କ୍ଷେତ୍ର, ଏଠାରେ ବିଭିନ୍ନ ପ୍ରକାରର ବାଣିଜ୍ୟ କାରବାର ଚାଲେ l ବିଭିନ୍ନ ଦ୍ରବ୍ୟ ଏଠାରେ ତିଆରି ହୁଏ ଏବଂ ବିକାକିଣାର ବ୍ୟବସ୍ଥା ମଧ୍ୟ ଥାଏ l
ପେଣ୍ଠାବାଳ
ଗୋଛାଏ ଲମ୍ବାବାଳ l
ପେଣ୍ଠି
୧.ଗେଡୀ, ବାଙ୍ଗୁରୀ l ୨. ବାଂଝ ମାଈଛେଳି l ୩. ମାଈ କୁକୁଡା l
ପେଣ୍ଠି
୧. କାନରେ ପିନ୍ଧାଯାଉଥିବା ସୁନା ଅଳଂକାର l ୨. ନୋଥ ତଳେ ଝୁଲୁଥିବା ଝୁମ୍ପା l ୩. ଧାତୁ ବା ପାଟଫୁଲିର ଗୁଚ୍ଛା, ଭୁଣ୍ଡିର ସ୍ତବକ l
ପେଣ୍ଠିଆ
ମୁଖ୍ୟ ଶିକାରୀର ସହାୟକ l
ପେଣ୍ଠିଜହ୍ନି
ପେଣ୍ଡା ପେଣ୍ଡା ହୋଇ ଫଳୁଥିବା ଛୋଟ ଜହ୍ନି l
ପେଣ୍ଠିଝଂଜିର
ଚଉଁରୀଭୁଣ୍ଡି ବା ଝରାକାଠିରୁ ଓହଳିଥିବା ଝଂଜିରର ଗୁଚ୍ଛ l
ପେଣ୍ଡିଝଲକା
କାନର ବାଉଳି ଦେହରେ ପେନ୍ଥା ପେନ୍ଥା ହୋଇ ଝୁଲୁଥିବା ଝରା l ଏହା ବାଉଳି ପରି କାନର ଅଳଂକାର l
ପେଣ୍ଡିବାଇଗଣ
ପେନ୍ଥା ପେନ୍ଥା ହୋଇ ଫଳୁଥିବା ଛୋଟ ଓ ସରୁ ବାଇଗଣ l
ପେତକାସାଁପ
ନାଉଡଙ୍କିଆ ସାପ l ଏହା ଅତି ସରୁ ଓ ଏହାର ରଙ୍ଗ ନେଳିଆ l ଏଣୁ ଏ ଧରଣର ସାପ ଗଛର ସବୁଜ ପତ୍ରରେ ଲୁଚି ରହିଥାଏ l
ପେତୁଣୀ
ପିଶାଚୁଣୀ, ପିତାଶୁଣୀ l ନବପ୍ରସୂତି ମରିଗଲେ ପିଶାଚୁଣୀ ହୁଏ ବୋଲି ଲୋକ ବିଶ୍ୱାସ ଅଛି l
ପେନୁ
କନ୍ଧମାନଙ୍କ ଦେବତା l ଏମାନେ ବିଭିନ୍ନ ଉଦ୍ଦେଶ୍ୟ ନେଇ ବିଭିନ୍ନ ଦେବତାଙ୍କୁ ପୂଜା କରନ୍ତି l ଯଥା-ବେରାପେନୁ-ଧରଣୀଦେବତା, ଲୋହାପେନୁ-ଯୁଦ୍ଧ ଦେବତା, ନାଦଜୁପେନୁ-ଗ୍ରାମଦେବତା, ଦାଞ୍ଜୁପେନୁ-ଚନ୍ଦ୍ରଦେବତା, ସାଣ୍ଡେପେନୁ-ବାସ୍ତୁଦେବତା, ଯୁଗପେନୁ-ବସନ୍ତ ରୋଗଦେବତା, ସୋରୁପେନୁ-ପାହାଡ ଦେବତା, ସିଗୁପେନୁ-ଝରଣାଦେବତା, ପିଦ୍ଜୁପେନୁ-ବର୍ଷାଦେବତା, ପିଲାମୁପେନୁ-ଶିକାରଦେବତା, ସିଙ୍ଗାପେନୁ-ପ୍ରଳୟଦେବତା l
ପେନ୍ଦି
୧. ଗେଣ୍ଡୁ l କଂସା,ଗିନା ଇତ୍ୟାଦିର ତଳେ ଭିତର ପାଖକୁ ପଶି ଯାଇଥିବା ଅଂଶ l ୨. ଗଢା ହୋଇଥିବା କଞ୍ଚା ଇଟାର ତଳ ପାଖରେ ଲାଗି ରହିଥିବା ବହକା ମାଟି l ୩. କାକୁଡିର ଭୁଣ୍ଡି ପାଖରେ ଥିବା ପିତାଳିଆ ଅଂଶ l ୪. ତୁମ୍ବବାଣରେ ନିଆଁ ଲଗାଇବା ପାଇଁ ଥିବା ସରୁଆ ମୁହଁ l
ପେୟା
ଯାଉପାଣି l ଚାଉଳକୁ ବହୁ ପରିମାଣରେ ପାଣିରେ ସିଝାଇ ପ୍ରସ୍ତୁତ କରାଯାଉଥିବା ମଣ୍ଡ l ଏହାକୁ ପିଇ ଅଧିକାଂଶ ଦରିଦ୍ର ଶ୍ରେଣୀର ଲୋକ କ୍ଷୁଧା ନିବାରଣ କରନ୍ତି l
ପେଲଣାକାଠି/ପେଲଣାପଟା
ଧାନ କୁଟିବା ସମୟରେ ଧାନକୁଟୁଣୀ ଢିଙ୍କି ଲାଞ୍ଜରେ ଚଢି, ଢିଙ୍କି ଗାତ ନିକଟରେ ପଣା ହୋଇଥିବା ଧାନକୁ ଯେଉଁ କାଠ ବା ପଟା ସାହାଯ୍ୟରେ ଢିଙ୍କି ଗାତକୁ ପେଲି ନିଏ l
ପେଲଣାଜାଲ
ଠେଲାଜାଲ, ତିନିକୋଣିଆ ବାଉଁଶ କାଠିରେ ଲାଗିଥିବା ଜାଲ l ଏହାକୁ ପାଣିରେ ବସାଇ ମାଛ ମରାଯାଏ l
ପେଲା