भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପୋଇ

୧. ମୁଗ, ବିରି, କୋଳଥ, ମାଣ୍ଡିଆ ଇତ୍ୟାଦି ଶସ୍ୟକୁ ଦେଢି ମହାଜନୀ ବା ପାଞ୍ଚପାଇ ସୁଧ କାରବାରରେ ଦାଦନ ଲଗାଇବା ରୀତି l ଏଥିରେ ଯେ କରଜ କରେ, ସେ ସୁଧ ବାବଦକୁ ଏହାର ଏକ ଚତୁର୍ଥାଂଶ ଅଧିକ ଦେଇ ଋଣମୁକ୍ତ ହୁଏ ନହେଲେ ଦାଦନ ଖଟେ l ୨. ଏକ ପ୍ରକାରର ଶାଗ ଥିବା ଲଟା l ଏହାର ଡଙ୍କ ଓ ପତ୍ର ଖିଆଯାଏ l

ପୋଇପଣସ

କଷି ଅବସ୍ଥାରୁ ସଢିଯାଇ ଗଛରୁ ଖସି ପଡୁଥିବା ପଣସକଠା l

ପୋଇଲୀ

ରାଜା ବା ଜମିଦାରଙ୍କ ଉଆସରେ ଥିବା ରକ୍ଷିତା, ଏହାକୁ ବିବାହ ନ କରି ମଧ୍ୟ ସ୍ତ୍ରୀ ପରି ରଖାଯାଏ l ଏହାଠାରୁ ଜନ୍ମିତ ସନ୍ତାନକୁ ଉତ୍ତରାଧିକାର ମିଳି ନଥାଏ, ବରଂ ଏହାକୁ ଗେଟା ବା ଗୋଲାମ କୁହାଯାଏ l ରାଜଉଆସରେ ପୋଇଲୀକୁ ଘରଝିଅ କୁହାଯାଏ l କାରଣ ଓ କ୍ଷତ୍ରିୟ ସମାଜରେ ଓଡିଶାରେ ପୋଇଲୀ ରଖିବା ପ୍ରଥା ରହିଛି l ପୋଇଲୀପୁଅକୁ ‘ଅନ୍ତର ପୁଅ’ କୁହାଯାଏ l

ପୋକରା

ଧାନ, ଚାଉଳ, ମୁଗ, ବିରି ପ୍ରଭୃତି ଶସ୍ୟ, କାଠ, ବାଉଁଶାଦିର ପୋକ ଥିବା ଅବସ୍ଥା l

ପୋଖତି

ଗର୍ଭବତୀ ଅବସ୍ଥା , ସନ୍ତାନ ପ୍ରସବ l

ପୋଖତିଆଳି

ସନ୍ତାନ ପ୍ରସବ ସମୟରେ ପ୍ରସୂତିକୁ ସହାୟତା କରୁଥିବା ନାରୀ l

ପୋଖତିଘର

ଏନ୍ତୁଶାଳ, ପିଲାଜନ୍ମ କରାଯାଉଥିବା ଘର l

ପୋଖତିମାଇପ

ନଗଦ ସନ୍ତାନ ପ୍ରସବ କରିଥିବା ନାରୀ l

ପୋଖତିହାଣ୍ଡି

ସନ୍ତାନ ଜନ୍ମର ଷଷ୍ଠ ଦିବସରେ ଅନ୍ତୁଡି ପାଉଁଶ ଇତ୍ୟାଦି ପୂରାଇ ବାହାରେ ଫିଙ୍ଗା ଯାଉଥିବା ହାଣ୍ଡି l

ପୋଖରିଆ

ଦେଉଳ ମଧ୍ୟରେ ଥିବା ଚାରିକୋଣିଆ ଗହ୍ୱର, ପୋଖରୀ ପରି ଏହା ଗଭୀର l

ପୋଗଣ୍ଡ

୧. ଯେଉଁ ବ୍ୟକ୍ତିର ହାତ ବା ଗୋଡର ଆଙ୍ଗୁଠି ସଂଖ୍ୟା କମ୍ ବା ବେଶି ଥାଏ l ୨. ପାଞ୍ଚରୁ ଷୋଳବର୍ଷ ବୟସର ପିଲା l

ପୋଙ୍ଗା

ଦୁଇ ପାଖ ପୋଲାଥିବା ସରୁ ବାଉଁଶ ନଳ l ଏହାକୁ ରୋଷେଇ ବେଳେ ଚୁଲିଫୁଙ୍କା ଓ ବଣିଆ କାମବେଳେ ଫୁଙ୍କନଳ ଭାବରେ ବ୍ୟବହାର କରାଯାଏ l ହାତ ବିଞ୍ଚଣା ବେଣ୍ଟକୁ ଏହା ଭିତରେ ପୂରାଇ, ଏହାକୁ ଧରି ବିଞ୍ଚଣା ବୁଲାଯାଏ l

ପୋଚରା

୧. ପଚା ସଢା, ଘର l ୨. କାନ୍ଥ ଇତ୍ୟାଦି ଚୂନା ହେବା ଝୋଟ ଗୁଚ୍ଛ l ୩. ଶଗଡର ଚକ ଓ ପହି ସନ୍ଧିରେ ମରାଯିବା କାଠ ବା ବାଉଁଶର ପତଳା ଖିଲ l

ପୋଚାଇ

ଚାଉଳ, ଯଅ ଇତ୍ୟାଦି ସଢାଇ ତାକୁ ରନ୍ଧାଯାଇ ପ୍ରସ୍ତୁତ ହେଉଥିବା ରଙ୍ଗ l

ପୋଛ

୧. ରଙ୍ଗ ବା ଚୂନ ବୋଳିବାର ଥର l ୨. ରଙ୍ଗ ବା ଚୂନ ବୋଳିବା ନିମିତ୍ତ ବାଉଁଶ କାଠି ଅଗରେ ଲଗାଯିବା ଗୁଚ୍ଛାକୃତି ଝୋଟ l ୩. ବଟାଳୀ ଓ ନିହଣ ଆଦି ଶସ୍ତ୍ରର ଶାଣଦିଆ ଯାଇଥିବା ପାହାନିଆ ଅଂଶ l

ପୋଛଣି

ନୂଆ ହୋଇ ଧରାଯାଇଥିବା ସାପକୁ ବଶ କରିବା କାମ l ଗୁଣିଆ ଗଦ, ପଦ ମାଧ୍ୟମରେ ସାପର ଗରଳ ବାହାର କରି ତାକୁ ପୋଷା ମନାଇବା ବ୍ୟବସ୍ଥା l

ପୋଛମାଟି

ହାଣ୍ଡି ଗଢି ସାରିବା ପରେ, ଏହାକୁ ଚିକ୍କଣ କରିବା ପାଇଁ କୁମ୍ଭାରମାନେ ବ୍ୟବହାର କରୁଥିବା ମାଟି କାଦୁଅର ସୂକ୍ଷ୍ମ ଲେପ l ଏହା ପାଣିଆ କାଦୁଅ, ଏହାକୁ ବୋଳିଲେ କଞ୍ଚାମାଟିରେ ତିଆରି ଜିନିଷ ଚିକ୍‌କଣ ହୁଏ l

ପୋଛା

ଦିଅଁଙ୍କ ନିକଟରେ ପଡିଥିବା ଟଙ୍କା କଉଡିକୁ ଶେଷ ବେଳକୁ ପୋଛି ଆଣିବା କାମ l

ପୋଛିବା

୧. ଗାମୁଛା ଇତ୍ୟାଦିରେ ଦେହ ବା ଅଙ୍ଗ ମାର୍ଜନ l ୨. ଗୋବରପାଣି ମିଶାଇ ମାଟିଘରର ଚଟାଣ ପରିଷ୍କରଣ l ୩. କାନ୍ଥ ଲେଖାଦିକୁ ଓଦା କପଡାରେ ପରିଷ୍କରଣ l ୪. ଉଚ୍ଚଭୂମି ବା ବୃକ୍ଷାଦିର ଗଣ୍ଡିକୁ ସମତଳୀକରଣ l

ପୋଛୁଣୀ

ଯେଉଁ କାନରେ ମାଟି ଗୋବର ପାଣି ମିଶାଇ ଘର ପୋଛାଯାଏ, ପୋଛା କପଡା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App