भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପଖାଳ

ପାଣି ଦିଆଯାଇ ପରେ ଖାଇବା ପାଇଁ ରଖାଯାଇଥିବା ଭାତ l ସେଇଦିନର ପଖଳା ଭାତ ସଜପଖାଳ, ପୂର୍ବଦିନର ପଖଳା ଭାତ ବାସିପଖାଳ ଏବଂ ସଦ୍ୟରନ୍ଧା ପାଣିପଶା ଭାତକୁ ଚାଇଁପଖାଳ କୁହାଯାଏ l ଅରୁଆ ଭାତରେ ଦହି ପକାଯାଇ ଅରୁଆପଖାଳ କରାଯାଏ l

ପଖାଳକରା/ ପଖାଳକରିଆ

ଗାମୁଛା, ଘରେ ପିନ୍ଧା ଲୁଗା, ରାତିପିନ୍ଧା, ପ୍ରତିଦିନ ପିନ୍ଧିସାରି ଧୁଆଯାଉଥିବା ଲୁଗା l

ପଖିଆ

୧. ତେଣ୍ଡାର ଖମ୍ବ କାଠ ବା ବାଉଁଶର ଆଡ ଧାରଣା l ୨. ତାଳପତ୍ରରେ ତିଆରି ଆଚ୍ଛାଦନ, ଯାହା ମୁଣ୍ଡଠାରୁ ଅଣ୍ଟା ପର୍ଯ୍ୟନ୍ତ ଲମ୍ବାଥାଏ, ଖରା, ବର୍ଷାରୁ ରକ୍ଷା ପାଇବା ନିମିତ୍ତ ଏହା ବ୍ୟବହାର କରାଯାଏ l

ପଖିପାଣି

ଗୁହୁକାଳିକା ଅଥବା କୋଚିଳାଖାଇ ଚଢେଇ ପରକୁ ପାଣିରେ ସିଝାଇ ସନ୍ନିପାତ ଓ ଆମବାତ ରୋଗୀକୁ ପିଆଇ ଦିଆଯାଉଥିବା ଔଷଧ l

ପଖୀ

୧. କବାଟର ଉପର ଦଶି l ୨. ଲଙ୍ଗଳର ପକ୍ଷାକୃତି ତଳ, ଏହା ସହିତ କଣ୍ଟି ଲାଗିଥାଏ ଅଗରେ ଲଙ୍ଗଳ ଲୁହା ଲାଗିଥାଏ, ମାଟି ଉପରେ ଏହା ଘୁଷୁରେ l ୩. ଢିଙ୍କିର ପଛ ଅଂଶରେ ଥିବା ଶକ୍ତକାଠ, ଯାହା ଢିଙ୍କି ଖମ୍ବ ଉପରେ ରହିଥାଏ ଏହା ପଛ ପାଖକୁ ଥାଏ ଢିଙ୍କିଲାଞ୍ଜି l

ପଗ

ପବ, ଆଖୁଦଣ୍ଡ, ବାଉଁଶ ଗଛର ଦୁଇ ଚାରି ଗଣ୍ଡି ମଧ୍ୟରେ ରହିଥିବା ଅଂଶ l

ପଗଛଡା

୧. ଦୁର୍ବଳ ସ୍ୱାସ୍ଥ୍ୟ l ୨. ଅତି ମାତ୍ରାରେ ଡେଙ୍ଗା l

ପଗରା

ନକାସୀ l ସୁନା ବା ରୁପା କଣ୍ଠି ବା କଙ୍କଣକୁ ସୁନ୍ଦର ଦେଖାଯିବା ପାଇଁ କଟା ଯାଇଥିବା ସରୁସରୁ ଗାର l

ପଗାର

ଜମିର ହିଡ, ସୀମା, ହିଡ ଉପରେ ଦିଆଯାଇଥିବା ବାଡ, ବଗିଚାଦିର ଚାରି ପାଖେ ଖୋଳାଯାଇଥିବା ଗଡଖାଇ l

ପଘା

ଗାଈ, ଗୋରୁ, ମଇଁଷି, ଛେଳି, ମେଣ୍ଢା ପ୍ରଭୃତି ଗୃହପାଳିତ ପଶୁଙ୍କୁ ବାନ୍ଧି ରଖିବା ପାଇଁ ବେକରେ ଲଗାଯାଇଥିବା ଦଉଡି l

ପଚକିଳା

ଶଗଡ ଚକର ହାଲ ହୁଗୁଳା ହେଲେ, ସେଇ ସ୍ଥାନକୁ ଦୃଢ କରିବା ନିମିତ୍ତ ବାଡିଆ ଯାଉଥିବା କାଠ ଖିଲ l

ପଚରା ମାରିବା

୧. ଶଗଡର ପୁଟୀ ସହିତ ଅରକୁ ଖିଲ ଦ୍ୱାରା ଦୃଢ ଭାବରେ ଯୋଡିବା l ୨. ପୋଛ ଦ୍ୱାର କାନ୍ଥ ଇତ୍ୟାଦିରେ ଚୂନମାରିବା l

ପଚିଶ

କଉଡି ଖେଳରେ ପାଞ୍ଚଟିଯାକ କଉଡି ଚିତ୍ ହୋଇ ପଡୁଥିବା ସାର l

ପଚିଶାକୁଟା

୨୫ ଗୌଣି ଧାନ କୁଟାଳିକୁ ଦେଲେ ସେ ୧୦ ଗୌଣି ଉଷୁନା ଚାଉଳ ଦେବାର ପ୍ରଥା l

ପଚୁରି

ବର୍ଷକୁ ଶତକଡା ୨୫ ଅଂଶ ସୁଧରେ ଧାନ କରଜ ଦେବା ରୀତି l

ପଛିଆଣି ପାଣି

ନଈବଢିରେ ପାଣି ବିପରୀତ ଭାବରେ ବହି ଆସି ଗାଁ ବା ଜମିକୁ ମାଡିଯାଉଥିବା ପାଣି l

ପଜାଣ

ଲୁହାଯନ୍ତ୍ର ଗୁଡିକ ଧାର କରିବା, ଶାଣଦେବା କାମ l

ପଝାରି

ଡଙ୍ଗା ଚଢି ନଈ ପାର ହେଉଥିବା ଯାତ୍ରୀ l

ପଞ୍ଚକ / ପଞ୍ଚୁକ

କାର୍ତ୍ତିକ ମାସର ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ବ୍ରତ l

ପଞ୍ଚକି

ଶତକଡା ଚଉଠ ଭାଗ ଅସୁଲ କରାଯାଉଥିବା ଋଣ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App