Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପୋଟଳଚକୁଳି
ଭିତରେ ଛେନା, ନଡିଆ, ଗୁଡ ଇତ୍ୟାଦି ପୁର ଦିଆଯାଇଥିବା ଚଉଆଂଶ ଭାଙ୍ଗଥିବା ସରୁ ଚକୁଳିପିଠା l
ପୋଟଳି
ପୁଟୁଳା, ପତ୍ରାଦି ବନ୍ଧା ଯାଇଥିବା ପୁଡା l
ପୋଟଳି ବଣିଆ
ଗନ୍ଧ ବଣିଆ l ବିଭିନ୍ନ ଚେରମୂଳ ଓ ଔଷଧୀୟ ଶୁଖିଲା ବୃକ୍ଷ, ଲତା, ଗୁଳ୍ମାଦି କାରବାର କରୁଥିବା ବଣିଆ l
ପୋଟା
୧. ନାରୀ ଲକ୍ଷଣ ଥିବା ପୁରୁଷ, ନପୁଂସକ l ୨.ସନ୍ତାନାଦି ଥାଇ, ନିଶ ଉଠିଥିବା ପୁରୁଷ ଲକ୍ଷଣଯୁକ୍ତା ନାରୀ l
ପୋଟେଈ
୧. ନିୟମିତଃ ଭାବରେ ଋତୁସ୍ରାବ ହେଉ ନଥିବା ନାରୀ l ୨. ମାଛ, ଶୁଖୁଆଦିକୁ ନଡାରେ ଲମ୍ବାଳିଆ ଓ ଗୋଲାକାର ଭାବରେ ଗୁଡାଇ ବନ୍ଧା ଯାଇଥିବା ପୁଡା l
ପୋଡ ପିଠା
ଅରୁଆ ଚାଉଳଗୁଣ୍ଡ, ବିରିଚୂନା ବା ବିରିବଟାରେ, ମିଠା, ନଡିଆପାତି ମିଶାଇ କଦଳୀ ପତ୍ରରେ ଗୁଡା ହୋଇ ତଳ ଉପର ନିଆଁ ଦେଇ ପୋଡା ଯାଉଥିବା ପିଠା l ଓଡିଶାରେ ରଜପର୍ବର ମୁଖ୍ୟ ଆକର୍ଷଣ ଏଇ ପୋଡାପିଠା l
ପୋଡୁଅମାହାର
ମଇଁଷି ଚରାଳି l
ପୋଢ
ଅଣ୍ଡିରାମଇଁଷି l
ପୋଢୁଅ
ସମୁଦ୍ର ଭିତରେ ମାଛ ମାରିବା ନିମିତ୍ତ ନୋଳିଆ ମାନଙ୍କ ବ୍ୟବହୃତ ଛୋଟ ଡଙ୍ଗା l
ପୋଢୁଆ ଅଷ୍ଟମୀ
ମାର୍ଗଶିର ମାସର କୃଷ୍ଣ ଅଷ୍ଟମୀ l ଏଇଦିନ ଘରର ଜ୍ୟେଷ୍ଠ ସନ୍ତାନକୁ ନୂଆବସ୍ତ୍ର ପିନ୍ଧାଯାଏ ଓ ବନ୍ଦାପନା କରାଯାଏ l ଘରେ ଘରେ ଅଥାର ବସେ ଓ ଏଥିରେ ହଳଦୀପତ୍ର ଦିଆ ଏଣ୍ଡୁରି ପିଠା କରାଯାଏ l
ପୋତ
୧. ବୋଇତ, ଜାହାଜ l ୨. ଦଶବର୍ଷ ବୟସର ହାତୀ ଛୁଆ l ୩. ଘର ତିଆରି ସ୍ଥାନ, ବାସ୍ତୁଭୂମି l ୪. ପାନ ବରଜରେ ତେରେଛା ବାଗରେ ପୋତା ଯାଇଥିବା ଗୋଟାଳିଆ ବତାଖଣ୍ଡ, ଯେଉଁ ଦୁଇଖଣ୍ଡ ବତାର ଅଗକୁ ମୁଠା ଗଣ୍ଠିରେ ବାନ୍ଧି ଦିଆଯାଏ l
ପୋତରକ୍ଷ
ଡଙ୍ଗାର ସୁକାନୀ ବା ମଙ୍ଗ l
ପୋତେଇଶୁଣୀ
ପୋତା ଯାଇଥିବା ଶବକୁ ବାହାର କରି ଖାଉଥିବା ଡାଆଣୀ l
ପୋଥି
ଲେଖନରେ ଲେଖାଥିବା ତାଳପତ୍ର ଗ୍ରନ୍ଥ l ଶୁଖିଲା ତାଳପତ୍ରକୁ ପାଗ କରି, ଏହାକୁ ସୁନ୍ଦର ଭାବରେ କାଟି, ଏହାର ମଝିରେ କଣା କରାଯାଇ ସୂତା ଫୋଡାଯାଏ l ଏହା ଉପରେ ଲେଖନୀରେ ଲେଖାଯାଏ l ଏହା ଉପରେ ତାଳପତ୍ରକୁ ପୁଡା କୁହାଯାଏ l ଉପର ଓ ତଳ ଅଂଶକୁ ସମାନ ଆକାରର ପତଳା କାଠ ପଟାଦ୍ୱାରା ବାନ୍ଧି ଦିଆଯାଏ l
ପୋଥିଗାଦି
ଭାଗବତ ପୋଥି ବିଡା ରଖାଯାଇଥିବା ଗାଦି, ଯେଉଁଠି ଅନ୍ୟ ପୁରାଣ ଓ ଧର୍ମ ପୋଥିମାନ ମଧ୍ୟ ରଖାଯାଇ ପୂଜାପାଠ କରାଯାଏ l
ପୋଥିପୂଜା
ପୋଥି ବା ପୁସ୍ତକରୁ ସତ୍ୟପୀରଙ୍କ ଆଖ୍ୟାନ ପାଠ କରି ସତ୍ୟନାରାୟଣଙ୍କ ପୂଜା କର୍ମ l ପ୍ରତିବର୍ଷ ଜନ୍ମପାଲା ବେଳେ ଷୋଳପୂଜା ପର୍ଯ୍ୟନ୍ତ ପୋଥି ପୂଜା ଅନୁଷ୍ଠିତ ହୋଇଥାଏ l
ପୋଳୁହ
ବାଉଁଶକାଠି ବା ସୂତାଜାଲରେ ବୁଣା ମାଛଧରା ଯନ୍ତ୍ର l ବାଉଁଶକାଠିରେ ତିଆରି ପୋଳୁହ ହେଉଛି କାଠିପୋଳୁହ, ଯାହାକୁ ପାଣିରେ ରଖି, ଏହାର ମୁହଁ ବାଟେ ହାତ ପୂରାଇ ମାଛ ଦରଣ୍ଡା ଯାଏ l
ପୋଷ
ଗୋଟିଏ ହାତର କରତଳକୁ ପାତ୍ରାକୃତି କରି, ତହିଁରେ ରଖା ଯାଉଥିବା ଜଳ, ଶସ୍ୟାଦି ପରିମାଣ l ଏହାକୁ ପୋଷେ ବା ଅଧା ଆଞ୍ଜୁଳାଏ କୁହାଯାଏ l
ପୋଷାପୁଅ
ଯେଉଁ ପୁଅକୁ ତା’ର ବାପା ମାଆଙ୍କଠାରୁ ଆଣି ଲାଳନ ପାଳନ କରାଯାଏ l
ପୋସ୍ତବାନ୍ଦୀ