Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପୋହଳ
ଶଗଡ ଦଣ୍ଡାର ଶେଷ ଫଳିରେ ଦୁଇ ମୁଣ୍ଡରେ ଦିଆଯାଇଥିବା କିଳା, ଏହା ଦ୍ୱାରା ଫଳି ଓ ଦଣ୍ଡାର ଯୋଡ ଶକ୍ତ ହୋଇ ରହେ l
ପୋହଳାମାଳ
ପ୍ରବାଳ ମାଳ l ପୋହଳା ନାମକ ଏକ ସାମୁଦ୍ରିକ ଜୀବର ଅସ୍ଥିକୁ ସୁନ୍ଦର ଭାବରେ କାଟି, ଏହାର ମଧ୍ୟାଂଶରେ କଣା କରି ମାଳା ଗୁନ୍ଥାଯାଏ, ଯାହାକୁ ନାରୀମାନେ ଗଳାରେ ପିନ୍ଧନ୍ତି l
ପ୍ରଉଗ
ରଥଦଣ୍ଡାର ସାମନା ପାଖର ତ୍ରିଭୁଜାକାର ଅଗ, ଶଗଡର ଝରାମୁଣ୍ଡି l
ପ୍ରଜା
ରାଜାଙ୍କଦ୍ୱାରା ଶାସିତ ସାଧରଣ ମଣିଷ l ରାଜା ସମସ୍ତ ଭୂସ୍ୱତ୍ୱର ଅଧିକାରୀ ଥିଲେ, ପ୍ରଜାମାନେ ତାଙ୍କ ଜମି ଚାଷ କରି ଉତ୍ପନ୍ନ ଶସ୍ୟର କିଛି ଅଂଶ କର ସ୍ୱରୂପ ସେମାନଙ୍କୁ ପ୍ରଦାନ କରୁଥିଲେ l
ପ୍ରତିପଦ
ଶୁକ୍ଳ ବା କୃଷ୍ଣ ପକ୍ଷର ପ୍ରଥମ ତିଥି, ପୂର୍ଣ୍ଣମୀ ବା ଅମାବାସ୍ୟାର ପରବର୍ତ୍ତୀ ଦିନ l
ପ୍ରଧାନ
ଗ୍ରାମ ବା ଜନପଦର ମୁଖିଆ, ଯେ ଗ୍ରାମର ମାନ-ମନାନ୍ତରକୁ ଅପୋଷ ସମାଧାନ କରିବା ସହିତ ଗ୍ରାମର ବିକାଶ ପାଇଁ ପରାମର୍ଶ ଦିଅନ୍ତି l
ପ୍ରବଚନ
ଦେଶ ପ୍ରଚଳିତ ଆପ୍ତ ବଚନ, ଶାସ୍ତ୍ର ବଚନ, ନୀତିବାକ୍ୟାଦି l
ପ୍ରବାଣି
ତନ୍ତୀର ତନ୍ତ ସହାୟକ ମାଙ୍କୁ ବା କଣ୍ଡା l
ପ୍ରବାଦ
ପରମ୍ପରା ବାକ୍ୟ, ଜନଶ୍ରୃତି, ଉଡାକଥା, ଶୁଣାକଥା l
ପ୍ରବେଣି
୧. ହାତୀ ପିଠିରେ ପଡୁଥିବା ରଙ୍ଗୀନ୍ କପଡା l ୨. ନାରୀମାନଙ୍କର ଏକ ପ୍ରକାରର କେଶ ବିନ୍ୟାସ l ୩. ଲମ୍ବ ବେଣି ପକାଇବା ରୀତି l
ପ୍ରଭା
ଦେବ ଦେବୀ ମୂର୍ତ୍ତି ପଛ ଆଡେ ମୁଣ୍ଡର ଚାରିପାଖକୁ ବେଢି ଲଗାଯାଇଥିବା ଧାତୁ ତିଆରି କାରୁକାର୍ଯ୍ୟ ଖଚିତ ଆଡା,ବାଡା ବା ମେଢ l
ପ୍ରଶ୍ନ
ଶୁଭ ଅଶୁଭ ବିଚାର ପାଇଁ, ପ୍ରଶ୍ନକର୍ତ୍ତା ଦ୍ୱାରା କଥିତ ଫୁଲ, ଫଳ,ନଦୀ,ଦେବତାଙ୍କ ନାମର ଅକ୍ଷର ଗଣନା କରି ଭବିଷ୍ୟତ ପାଇଁ ଜ୍ଞାତବ୍ୟ ବିଷୟ l ସାଧାରଣତଃ ଜ୍ୟୋତିଷମାନେ ଏଇ ପ୍ରକାରର ଗଣନା କରିଥାଆନ୍ତି l
ପ୍ରାଣାୟାମ
ମନ୍ତ୍ର ଜପ କରି ନାକର ବାମପୁଡାରେ ବାହାର ପବନ ଭିତରକୁ ନେଇ, ଏହାକୁ କିଛିକ୍ଷଣ ଭିତରେ ରଖି ଡାହାଣ ପୁଡା ବାଟେ ଛାଡିବା ରୂପକ ଯୋଗସାଧନ ବିଧି l
ପ୍ରାୟଶ୍ଚିତ
ପାତକ ଜନିତ ଦୋଷ ମୁକ୍ତି ପାଇଁ ଶାସ୍ତ୍ର ନିର୍ଦ୍ଦିଷ୍ଟ ଅନୁଷ୍ଠାନାଦି ଆଚରଣ l ବିଭିନ୍ନ ପାପ ଲାଘବ ପାଇଁ ବିଭିନ୍ନ ପ୍ରକାରର ପ୍ରାୟଶ୍ଚିତ ବ୍ୟବସ୍ଥା ଅଛି l ପଞ୍ଚଗବ୍ୟ ପାନ, ଗୋମୟ ଭକ୍ଷଣ,ପଞ୍ଚାମୃତ ସ୍ନାନ,ବ୍ରାହ୍ମଣ ଭୋଜନ,ଦାନ,ଦେବାର୍ଚ୍ଚନ ଆଦି ବିବିଧ ପାୟଶ୍ଚିତ ବ୍ୟବସ୍ଥା ରହିଛି l ହୋମ,ଯଜ୍ଞ,ପୁରାଣ ଶାସ୍ତ୍ର ଶ୍ରବଣ, ଗୋ-ବ୍ରାହ୍ମଣ ସେବାଦି ମଧ୍ୟ ଏହାର ଅନ୍ତର୍ଭୁକ୍ତ l
ପ୍ରେତ
ପିଶାଚ, ଭୂତ l ମୃତ୍ୟୁ ପରେ ଆତ୍ମା ଲିଂଗ ଶରୀର ଧାରଣ କରେ, ଶ୍ରାଦ୍ଧାଦି ସପିଣ୍ଡୀକରଣ କର୍ମଦ୍ୱାରା ଶରୀର ମୁକ୍ତ ହୁଏ l ଏହା ନ କରାଗଲେ ମଣିଷ ପ୍ରେତ ହୁଏ ପାପୀ,ଆଦାତ,ପରନାରୀଗାମୀ,ମିଥ୍ୟାବାଦୀ,ନିଷ୍ଠୁର,ମଦ୍ୟପ,କୁକର୍ମକାରୀମାନେ ମୃତ୍ୟୁ ପରେ ପ୍ରେତ ହୋଇଥାନ୍ତି l ଏମାନଙ୍କର ଅତୃପ୍ତ ଆତ୍ମା ଅନ୍ୟମାନଙ୍କ ଉପରେ ସବାର ହୁଏ,ଗୁଣିଆ ଦ୍ୱାରା ଝଡା ଫୁଙ୍କା ହେବାପରେ ପୁଣି ପ୍ରେତ ସବାର ଓହ୍ଲାଇ ଯାଏ l
ପ୍ରେତ କର୍ମ
ମୃତକର ମୁକ୍ତି ନିମିତ୍ତ ମଲାପରେ କରା ଯାଉଥିବା କ୍ରିୟାକର୍ମ,ଅନ୍ତ୍ୟେଷ୍ଟିକ୍ରିୟା l ମଲାଠାରୁ ବାରଦିନ ପର୍ଯ୍ୟନ୍ତ ଯାବତୀୟ ଶ୍ରାଦ୍ଧାଦି କ୍ରିୟା l
ପ୍ରୋକ୍ଷଣି