Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପଞ୍ଚଗବ୍ୟ
ପାପ ମୁକ୍ତି ଅଥବା ପ୍ରାୟଶ୍ଚିତ୍ତ ନିମିତ୍ତ ଗାଈଠାରୁ ପାଞ୍ଚ ଦ୍ରବ୍ୟ ଯଥା- ଦୁଧ, ଦହି, ଘିଅ, ଗୋବର ଓ ଗୋମୂତ୍ରର ମିଶ୍ରଣ l
ପଞ୍ଚଗ୍ରାସ
ଭୋଜନ ଆରମ୍ଭ ବେଳେ ବ୍ରାହ୍ମଣ ଚଳୁ କରି ପଞ୍ଚ ପ୍ରାଣବାୟୁଙ୍କ ନାମ ଧରି କରୁଥିବା ପାଞ୍ଚଗୁଣ୍ଡା ଅନ୍ନ l ଏଇ ପଞ୍ଚବାୟୁ ହେଉଛି ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ ବାୟୁ l
ପଞ୍ଚପଟିଆ
ପାଞ୍ଚଶେଣିଆ ଘର l
ପଞ୍ଚମକାର
ତନ୍ତ୍ରୋକ୍ତ ବାମ ମାର୍ଗ ଅନୁଯାୟୀ ପୂଜାରେ ବ୍ୟବହୃତ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଏବଂ ମୁଦ୍ରା l
ପଞ୍ଚଶସ୍ୟ
ଧାନ, ବିରି, ଯବ, ରାଶି, ମୁଗ l
ପଞ୍ଚାନନମେଳା
ଗଞ୍ଜେଇ, ପାଚିଲାକଦଳୀ, ପାନ, ଗୁଆ ଓ ତେଲ ଇତ୍ୟାଦି ଦେଇ ଶିବ ପୂଜା କରିବା ମେଳା ବିଧି l
ପଞ୍ଚାମୃତ
ଦହି, ଦୁଧ, ଘିଅ, ମହୁ ଓ ଗୁଡ ମିଶ୍ରଣ ବିବିଧ ପୂଜା ଉପାସନାରେ ବ୍ୟବହୃତ ହୁଏ l
ପଞ୍ଚାରୀ
ପଶାପାଲି l
ପଞ୍ଚୁଆତି
ଶିଶୁ ଜନ୍ମର ପଞ୍ଚମ ଦିବସରେ କରାଯାଉଥିବା ଉତ୍ସବ l ଏହି ଉତ୍ସବରେ ଭଜା ପଞ୍ଚଶସ୍ୟ ଭୋଗ କରାଯାଏ l
ପଞ୍ଚୁଗ୍ରାସୀ
୧. ବିବାହ ପରେ ବରକନ୍ୟାଙ୍କ ଏକତ୍ର ପାଞ୍ଚଗୁଣ୍ଡା ଭୋଜନ l ୨. ନୂଆ ହୋଇ ବ୍ରତ ହୋଇଥିବା ବ୍ରାହ୍ମଣ ବାଳକର ପ୍ରଥମ ପାଞ୍ଚଗୁଣ୍ଡା ଭୋଜନ l ୩. ଖାଇବା ବେଳେ ବ୍ରାହ୍ମଣଙ୍କର ଚଳୁ ପରେ ପ୍ରଥମ ପାଞ୍ଚଗୁଣ୍ଡା ଭୋଜନ l
ପଞ୍ଚୁଦୋଳ
ଫାଲ୍ଗୁନ ପୂର୍ଣ୍ଣିମା ପରଠାରୁ ଚୈତ୍ରର ପ୍ରଥମ ପାଞ୍ଚଦିନ ବିଭିନ୍ନ ସ୍ଥାନରେ ରାଧାକୃଷ୍ଣଙ୍କ ବିଗ୍ରହମାନେଙ୍କର ଭୋଗଖିଆ ଓ ମେଲଣ ପ୍ରଭୃତି l
ପଞ୍ଜଡା
୧. ମହୋତ୍ସବ ବା ଆମୋଦ ପ୍ରମୋଦ ଉଦ୍ଦେଶ୍ୟରେ ବହୁଲୋକଙ୍କ ଏକତ୍ର ସମାବେଶ l ୨. ପଶା ବା କଉଡି ଖେଳର ପାଞ୍ଚ ସଂଖ୍ୟକ ଦାନ l
ପଞ୍ଜୁରି
୧. ପକ୍ଷୀକୁ ଆବଦ୍ଧ କରି ରହିବାର କାଠି ତିଆରି ପିଞ୍ଜରା ବା ଆଧାର l ୨. ଅଟା, ଚିନି ଓ ମସଲାଗୁଣ୍ଡ ଦିଆ ଘିଅ ତିଆରି ଖାଦ୍ୟ, ଯାହା ଜନ୍ମାଷ୍ଟମୀ ପ୍ରଭୃତିରେ ଦିଅଁଙ୍କୁ ଭୋ଼ଗ ଲାଗି କରାଯାଏ l ୩. ପଶାଖେଳରେ ପଶାକାଠିରେ ପଡିବା ୫ ଦାନ l
ପଟ
୧. କଦଳୀ ପାଟୁଙ୍ଗା l ୨.କିଆ ଗଛର ଶିଅ l ୩. ନଡିଆର ସଂଖ୍ୟା ଯଥା ୩୬୦ ନଡିଆରେ ଏକପଟ ହୁଏ l ୪. କୁସ୍ତି ସମୟରେ ପହିଲିମାନର ତଳମୁହାଁ ହୋଇ ରହିବା ସ୍ଥିତି l ୫. ତିନିସରି ପଇତା ସୂତା l ୬. ଦୁଇଜଣ ଖେଳାଳିଙ୍କ ଭିତରୁ ଜଣେ l ୭. ଏକ ପକ୍ଷର ଖେଳାଳି l
ପଟଚିତ୍ର
ଓଡିଶାର ଏକ ଲୋକକଳା l ପୁରୁଣା କପଡାର ପ୍ରସ୍ତକୁ ତେନ୍ତୁଳି ମଂଜି ଅଠାରେ ଯୋଡି, ଏହା ଉପରେ ଖଡି ପଥର ଚୂନା ଓ ଅଠାର ମଣ୍ଡ ଦେଇ ଖରାରେ ଶୁଖିବା ପରେ ଏଥିରେ ବିବିଧ ରଙ୍ଗ ଦେଇ ଚିତ୍ର କରାଯାଏ l ପଟଚିତ୍ର ଗୁଡିକ ଆଖ୍ୟାନଧର୍ମୀ, ପୁରାଣ ଚରିତ୍ର, ଦେବଦେବୀ ଇତ୍ୟାଦିଙ୍କ ରୂପ ରଚନା ପଟଚିତ୍ରରେ ବେଶ୍ ଚମତ୍କାର l
ପଟଣା
୧. ଗାଁ l ୨. ଗଡ l ୩. ଗାଁକୁ ଲାଗିଥିବା ଛୋଟ ଗାଁ l
ପଟବାଦ୍ୟ
ଗାନ ସମୟରେ ତାଳ ରକ୍ଷା କରିବା ନିମିତ୍ତ ଏକ ପ୍ରକାର ଝାଞ୍ଜ l
ପଟାଖେଳ
ଏକ ସମୟରେ ଦୁଇ ହାତରେ ବାଡି ବା ଖଣ୍ଡା ବୁଲାଇବା ମଲ୍ଲକ୍ରୀଡା l
ପଟାଦୋଳି
ବାଉଁଶ ଦୋଳି, ଗଛ ଡାଳରୁ ଶକ୍ତ ଦଉଡି ବନ୍ଧା ହୋଇ ଝୁଲୁଥିବା ବାଉଁଶରେ ଲାଗିଥିବା ପଟା, ଯାହା ଉପରେ ଝୁଲିବା ସମ୍ଭବ ହୁଏ l
ପଟାପୋଷ