भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପଟାମୁଣ୍ଡି

ବାନାପଟା ଖେଳ, ଛୋଟ ପଟାରେ ଗାତ ହୋଇ ବଉଳ ବା ତିନ୍ତୁଳି ମଞ୍ଜି ରଖାଯାଇ ଏ ପ୍ରକାର ଖେଳ ହୁଏ l

ପଟାଳି

୧. ଶାଗ କିଆରି l ୨. କାଠ ବା ବାଉଁଶକୁ ଏକାଠି କରି ପାଣିରେ ଭସାଇବା l

ପଟାହାଡ

ପଲାଣ ବନ୍ଧାବେଳେ ବଳଦ ବା ମଇଁଷିର ପେଟତଳେ ବନ୍ଧାଥିବା ଦଉଡି ଗୋଛା l

ପଟି

୧. ତାଳ ବା ଖଜୁରିପତ୍ରରେ ବୁଣା ଲମ୍ବାଳିଆ ଆସନ l ୨. ଚିରା ଲୁଗାରେ ସିଲେଇ ହେବା ତାଳି l ୩. କ୍ଷେତର ଲମ୍ବାଳିଆ ଅଂଶ l

ପଟିଦିଅଁ

ଶ୍ରୀଜଗନ୍ନାଥ, ବଳଦେବ, ସୁଭଦ୍ରା ସ୍ନାନ ଯାତ୍ରାପରେ ଅଣସର ଘରେ ରହିବାରୁ, ଭକ୍ତଙ୍କ ଦର୍ଶନ ପାଇଁ ସେମାନଙ୍କ ପ୍ରତିଚ୍ଛବି ଅଙ୍କିତ ପଟି l

ପଟୁଆର

ନାଗଗୀତ, କୀର୍ତ୍ତନ, ବାଦ୍ୟାଦି ସହିତ ଦିଅଁଙ୍କ ଶୋଭାଯାତ୍ରା l ରାଜା, ଜମିଦାରଙ୍କ ଶୋଭାଯାତ୍ରା, ରାଜାଙ୍କ ସୈନ୍ୟ ବା ପାଇକଙ୍କ ସମବେତ ଶୋଭାଯାତ୍ରା l

ପଟୁକା

୧. କଦଳୀପାଟୁଙ୍ଗା l ୨. ପଗଡି l ୩. ଅଣ୍ଟାରେ ଭିଡାଯିବା ଲମ୍ବା ବସ୍ତ୍ର ଖଣ୍ଡ l

ପଠା

୧. ନଈ ଭିତରେ ଥିବା ଚଉଡା ଭୁଇଁ, ନଈ କୂଳର ଉର୍ବର ଚାଷଜମି l ୨. ପିଠି ବ୍ରଣ, ଯାହା ପିଠିରେ ଚିତଉପିଠା ପରି ଆକାର ଧାରଣ କରିଥାଏ ଓ ଅତି କଷ୍ଟ ଦିଏ l

ପଠାନିଯିବା

ପୁଆଣି ହୋଇ ଶାଶୁଘରକୁ ଯିବା, ରଜସ୍ୱଳା ହେବା ପରେ ବିବାହିତା କନ୍ୟା ପ୍ରଥମଥର ଶାଶୁଘରକୁ ଯିବା l

ପଡି

ଭରଣ ପୋଷଣ ପାଇଁ ଫି ରୋଜ୍ ଦିଆଯିବା ଖାଇବା ସାମଗ୍ରୀ, ସଞ୍ଚା, ହଳିଆକୁ ମାସ ହିସାବରେ ଦିଆଯିବା ଧାନ l

ପଡିଅଣ

ଇଟା ବା ଟାଇଲ୍ ପକାଯିବା ନିମିତ୍ତ ପରିଷ୍କୃତ ସମତଳ ଜାଗା l

ପଡିଆ

୧. ଅନାବାଦି ଜମି, ଚାଷ ହୋଇ ନଥିବା ଜମି l ୨. ନଈରେ ଅଳ୍ପ ପାଣିଥିବା ଜାଗା l ୩. କାମରେ ହଳିଆ ମୂଲିଆଙ୍କ ଅନୁପସ୍ଥିତି l ୪. ଠିକ ଭାବରେ ବୁଣା ଯାଇନଥିବା ଲୁଗାର ଅଂଶ l ୫. କମ୍ ପରିମାଣରେ କ୍ଷୀର ଦେଉଥିବା ଗାଈ l

ପଡିଆଣ

ଲୁଗାର ଭରଣୀ ବା ଚଉଡା ବାଗରେ ବୁଣାଯିବା ସୂତା l

ପଡିଆରୀ

୧. ଦ୍ୱାର ରକ୍ଷକ, ଜଗୁଆଳ l ୨. ଜଗନ୍ନାଥ ମହାପ୍ରଭୁଙ୍କ ସେବକ ବିଶେଷ, ମନ୍ଦିର ସେବକ, ତାଲା ଖୋଲିବା ଏବଂ ସେବକମାନଙ୍କୁ ଡକାହକା କରି ସେବାରେ ଲଗାଇବା ଏମାନଙ୍କର କାମ l

ପଡିବାଣୁଆ

ମୁଖ୍ୟ ଶିକାରୀର ସହାୟକ, ପେଣ୍ଠିଆ l

ପଢୁଆଁ/ପୋଢୁଆଁ/ପୋରୁହାଁ

ପ୍ରଥମ ଜାତ ସନ୍ତାନ, ପ୍ରଥମାଷ୍ଟମୀ ଦିନ ତାକୁ ନବବସ୍ତ୍ର ପିନ୍ଧାଯାଏ l

ପଢୁଆଁଅଷ୍ଟମୀ

ମାର୍ଗଶିର କୃଷ୍ଣ ଅଷ୍ଟମୀ l ଏଇଦିନ ପରିବାରର ଜ୍ୟେଷ୍ଠ ସନ୍ତାନକୁ ନୂଆଲୁଗା ପିନ୍ଧାଯାଏ ଏବଂ ପିଠାପଣା ବିଶେଷତଃ ଏଣ୍ଡୁରି ପିଠାଦି ହୋଇ ଭୋଗ ଲାଗି ହୁଏ l

ପଣ

୧. ଅଶି, କୋଡିଏ ଗଣ୍ଡା କଉଡି l ୨. ବାଜି ରଖି ଖେଳାଯାଉଥିବା ଖେଳ, ଯଥା ଜୁଆଖେଳ ଇତ୍ୟାଦି l ୩. କନ୍ୟାପଣ, ବରପଣ, ବର ବା କନ୍ୟାର ମୂଲ୍ୟ ସ୍ୱରୂପ ପ୍ରଦତ୍ତ ଅର୍ଥ, ଶୁଳ୍କ l ୪. ପୁରୁଣା ପଦ୍ଧତିରେ ମୁଠାଏ ପରିମାଣ ଶସ୍ୟ l

ପଣଅଜା

ଅଜାଙ୍କ ଅଜା l

ପଣକିଆ

ପଣ ସମ୍ବନ୍ଧୀୟ ଗୁଣନ ଗଣିତ l ଏହା ସାଧା ପଣକିଆ, ପାହି ପଣକିଆ, କଡାଗଣ୍ଡା ପଣକିଆ ଇତ୍ୟାଦି l ଏଥିରେ ‘କ’ ଲଗା ଯାଏ l ଯଥା ଏକକ, ଦୁଇକ, ତିନିକ ଇତ୍ୟାଦି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App