Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପଣତ
୧. ପିନ୍ଧାଲୁଗାର ଶେଷ ଭାଗ l ୨. ଶଗଡ ଚକର ବାହାର ଗୋଲେଇ ତିଆରିରେ ବ୍ୟବହୃତ ପଟା l
ପଣଫର
ଜନ୍ମ ପତ୍ରିକାର ଲଗ୍ନର ୨ୟ, ୫ମ, ୮ମ, ୧୧ଶ ସ୍ଥାନ l
ପଣବ
ଛୋଟ ନାଗରା, ପଖଉଜ, ଯୁଦ୍ଧବାଦ୍ୟ l
ପଣସୁନ୍ଦରୀ
ବେଶ୍ୟା, ବହୁଭୋଗ୍ୟା ନାରୀ l
ପଣା
୧. ମିଠା ମିଶ୍ରିତ ପାନୀୟ l କନ୍ଦ, ଛେନା, ଦୁଧ, ଦହି, ନଡିଆକୋରା, ବେଲ ଇତ୍ୟାଦିରେ ବିବିଧ ପଣା ହୁଏ l ଛେନାପଣା, ଗୁଡପଣା, ବେଲପଣା, ଫୁଟିପଣା ଇତ୍ୟାଦି ବିବିଧ ପଣାର ଦୃଷ୍ଟାନ୍ତ l ୨. ଢିଙ୍କି ଗାତରେ କୁଟା ହେବାକୁ ଭରା ଯାଇଥିବା ଧାନ ବା ଚାଉଳ l
ପଣାପାଣି
ପୁରୁଣା ଚଳଣିରେ ହଇଜା, ବସନ୍ତକୁ ଠାକୁରାଣୀ କୁହାଯାଉଥିଲା l ଏଥିରୁ ମୁକ୍ତ ହେବାକୁ ଲୋକେ ଛମମୁଣ୍ଡରେ ମାଟି ହାଣ୍ଡିରେ ପଣା ନେଇ ଦେଇ ଆସୁଥିଲେ l ଏହାକୁ ପଣାପାଣି କୁହାଯାଏ l
ପଣାସଂକ୍ରାନ୍ତି
ମହାବିଷୁବ ସଂକ୍ରାନ୍ତି, ମେଷ ସଂକ୍ରାନ୍ତି, ବୈଶାଖ ମାସର ପ୍ରଥମ ଦିନ l ଏଇ ଦିନ ଚଡକପୂଜା, ପାଟୁଆ ନାଚ, ଦଣ୍ଡନାଚ ହୁଏ l ଶୈବ ଓ ଶାକ୍ତପୀଠ ଗୁଡିକରେ ବିବିଧ ଉତ୍ସବ ଅନୁଷ୍ଠିତ ହୁଏ l ଝାମୁଯାତ୍ରା ଏହାର ଅନ୍ୟତମ ପ୍ରଧାନ ଆକର୍ଷଣ l ଘରେ ଘରେ ସଂକ୍ରାନ୍ତି ହୋମାଦି କରାଯାଏ l ତୁଳସୀ ଚଉରା ଉପରେ ଛିଦ୍ର ଯୁକ୍ତ ଘଟରେ କୁଶ ଦେଇ ବସାଯାଏ, ଦେବ ମନ୍ଦିରଗୁଡିକରେ ମଧ୍ୟ ଜଳଘଟ ବସାଯାଏ l
ପଣିବା
୧. ଧାନ କୁଟିବା ପାଇଁ ଧାନକୁ ଢିଙ୍କି ଭରାଣ୍ଡିରେ ଭରିବା l ୨. ବହୁ ପରିମାଣରେ ଖାଦ୍ୟ ତରତର ହୋଇ ଗିଳି ପକାଇବା l
ପଣ୍ଡା
୧. ପୂଜାହାରୀ ବ୍ରାହ୍ମଣ l ୨. ତୀର୍ଥ ଦର୍ଶନାଦି କ୍ଷେତ୍ରରେ ଥିବା ଯାତ୍ରୀଙ୍କ ତୀର୍ଥଗୁରୁ l ୩. ଅଣ୍ଡିରା ମଇଁଷି, ପୋଢୁଅ l ୪. ମଣ ହୋଇ ନଥିବା ଅଣ୍ଡିରା ବାଛୁରି l ୫. ଛଣ, ନଡା, ଧାନ ହଳାଦିକୁ ମାଡିବାର ଚାରିକୋଣିଆ ଗଦା l ୬. ଅଣ୍ଡିରା ଗଛ l
ପଣ୍ଡିତ
ଶାସ୍ତ୍ରଜ୍ଞ ବିଦ୍ୱାନ ବ୍ୟକ୍ତି, ଜ୍ୟୋତିଷ, ଗୁରୁ, ଅବଧାନ, ସଂସ୍କୃତଜ୍ଞ ବ୍ୟକ୍ତି, କର୍ମ କର୍ମାଣିରେ ଅଭ୍ୟସ୍ତ ବ୍ରାହ୍ମଣଙ୍କୁ ସଂବୋଧନ l
ପତକା
ବିଜୟ ବାନା l
ପତନି
ବେଙ୍ଗଳା ପଡିବା ପରେ ମେରି ଚାରିପଟେ ବିଛେଇ ହୋଇ ପଡିଥିବା କୁଟା ବା ପାଳ l
ପତରପୋଡା
ଶାଗ, ଚୂନାମାଛ, ଛତୁ ଇତ୍ୟାଦିରେ ଲୁଣ, ବେସର ଇତ୍ୟାଦି ଦେଇ ପତ୍ରରେ ପୁଡା କରି ନିଆଁରେ ପୋଡି ପ୍ରସ୍ତୁତ କରାଯାଉଥିବା ଖାଦ୍ୟ l
ପତରଶଉରା
୧. ଜଙ୍ଗଲୀ ଆଦିବାସୀ ଜାତି l ୨. ଆଦିବାସୀଙ୍କର ଏକ ପ୍ରକାରର ନୃତ୍ୟ ଗୀତ l
ପତରସିଆଁ
ଶାଳ ପତ୍ରକୁ ଯୋଡି କାଠି ଦ୍ୱାରା ସିଲାଇ କରି ଖଲି ପ୍ରସ୍ତୁତି l
ପତୁରି
ଧାନଗଛର ଉର୍ବର ଅବସ୍ଥାରୁ ପତ୍ର ଗୁଡିକ ଖୁବ୍ ବଢିବା ଏବଂ ଏଥିରେ ଫଳ କମ୍ ହେବା ଅବସ୍ଥା l
ପତୁରିଖଇର
ତାଳପତ୍ର ଗୁଡା ହୋଇଥିବା ଖଇର l କିଆଫୁଲ ଓ କେତକୀଫୁଲ ପାଖୁଡାରେ ଖଇରକୁ ଗୁଣ୍ଡ କରି ଏଥିରେ ପାନମଧୁରୀ, ଗନ୍ଧଶୁଣ୍ଠି ଇତ୍ୟାଦିର ଗୁଣ୍ଡ ମିଶାଇ କାଦୁଆ କାଦୁଆ ହୋଇ ବନ୍ଧା ଯାଇ ପ୍ରସ୍ତୁତ ହେଉଥିବା ଖଇର l
ପତୁଲି
୧. ମୁହଁ ବଡ ଥିବା ଚେପ୍ଟା ଛୋଟହାଣ୍ଡି l ୨. ବେଙ୍ଗଳା ଧାନକୁ କୁଲାରେ ଉଡାଇବା ସମୟରେ ତଳେ ଗଦା ହେଉଥିବା ଧାନ l
ପଥି
ରୋଗୀ ଯୋଗ୍ୟ ଖାଦ୍ୟ l
ପଦ