भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପଦିକା

୧. ଚାରିପଣ ବା ଚାରିଅଣା l ୨. ପୁରୁଣା ଜମିମାପର ପରିମାଣ l ଆଞ୍ଚଳିକ ବିଭିନ୍ନତା ଦୃଷ୍ଟିରୁ ୨୪ଦସ୍ତି, ୨୦ଦସ୍ତି, ୧୬ଦସ୍ତି ଏବଂ ୧୪ଦସ୍ତିରେ ପଦିକା କରାଯାଉଥିଲା l

ପଦ୍ମତୋଳା

କେଳାମାନଙ୍କର ସାପ ବଶୀକରଣ ମନ୍ତ୍ର, ଏହାକୁ ବୋଲି କେଳା ସାପ ବସୀକର୍ଣ କରି ଧରନ୍ତି l

ପଧାନ

ଗ୍ରାମର ପ୍ରଧାନ ବ୍ୟକ୍ତି, ଦଳବେହେରା l

ପନ୍ତାରି

ପାନବରଜରେ ଆଡବାଗରେ ବିଛା ଯାଇଥିବା ବାଉଁଶ l

ପନ୍ତାରିଆଖୁ

ଦୋଳ ଠାକୁର ଗାଁ ଦାଣ୍ଡରେ ଯିବା ବେଳେ ତାଙ୍କ ଉଦ୍ଦେଶ୍ୟରେ ଘରୁ ଘରୁ ଅର୍ପିତ ଭୋଗ l

ପନ୍ଥେଇ

ପୁଷମାସରେ ଗାଁ ଦାଣ୍ଡରେ ବାଟମଙ୍ଗଳାଙ୍କୁ ନାରୀମାନଙ୍କର ମିଳିତ ପୂଜା l ଏହି ଉଦ୍ଦେଶ୍ୟରେ ଗାଁ ଦାଣ୍ଡରେ ଚାରିକୋଣିଆ ଛୋଟ ନାଳୀ ଖୋଳାଯାଏ, ମଝିରେ ଗୋଟିଏ ଛୋଟ ଗାତ କରାଯାଏ, ଏଥିରେ ଶିଳପୁଆ ରଖାଯାଏ ଓ ଗାତ ଭିତରେ ହଳଦୀପାଣି ଢଳାଯାଏ l ନାରୀମାନେ ପନ୍ଥେଇ ଠାକୁରାଣୀଙ୍କୁ ପୂଜା କରନ୍ତି l ଚୈତ୍ରମାସରେ ମଧ୍ୟାହ୍ନରେ ମଧ୍ୟ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ଏଇ ପୂଜା କରାଯାଏ l କଳାପାତୀ, ସିନ୍ଦୂରଫରୁଆଦି ଏହି ପୂଜା ସ୍ଥାନରେ ରଖାଯାଏ l

ପନ୍ଦ

ଡଙ୍ଗାର ମୂଳଦଣ୍ଡାରେ ଫୋଡା ହୋଇ ପଡିବା ଆଡିପଟା l

ପନ୍ଦାଡ

୧. ପିଣ୍ଡାର ଶେଷଭାଗ l ୨. ଘର ଚାଳର ଗୋଟିଏ ପାଖ, ଓଳି l

ପନ୍ଦାରି

୧. ପନ୍ଦାନି, ଶଗଡ ଚକର ତୁମ୍ବ ବା ହାଣ୍ଡି ମଧ୍ୟସ୍ଥ କଣାରେ ପଶିଥିବା ଲୁହା ବଳୟ l ୨. ଓଲୁଅ l

ପୟା

କାର୍ତ୍ତିକ ଅମାବାସ୍ୟା, ଦୀପାବଳୀ ଅମାବାସ୍ୟ, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏଇଦିନ ପିଣ୍ଡଦାନ କରାଯାଏ l କାଉଁରିଆ ଜଳାଇ ବଡ ବଡୁଆ ଡକାଯାଏ l

ପରକରଣ

ମନ୍ଦିରର ହିସାବ ଲେଖକ l

ପରକଲମ

ପକ୍ଷୀର ମୂଳ ଅଂଶ ମୁନିଆ ହୋଇ କଟା ଯାଇ ପ୍ରସ୍ତୁତ ହେଉଥିବା ପୁରୁଣା କାଳିଆ କଲମ, ଏହାକୁ ସ୍ୟାହିରେ ବୁଡାଇ ଲେଖାଯାଉଥିଲା l

ପରଚୂଳା

କୃତ୍ରିମ କେଶ l ଯାତ୍ରା ଅଭିନୟ କାଳରେ ଅଭିନେତା ପରିଧାନ କରୁଥିବା କୃତ୍ରିମ କେଶଗୁଚ୍ଛ l

ପରଚ୍ଛିତି

ଛପର ହୋଇଥିବା ମାଟି ପାଚିରି l

ପରଞ୍ଜ

ଘରକାମ ବେଳେ ଜିନିଷ ପତ୍ର ଉପରକୁ ଉଠାଇ କାମ କରିବାକୁ ତିଆରି ହୋଇଥିବା ଭାଡି, ଭାରା l

ପରଞ୍ଜା

ଚାଳଘରର ରୁଅ l

ପରତଳା

ତରବାରୀ ଝୁଲାଇବା ନିମିତ୍ତ ବ୍ୟବହୃତ ଚମଡାର ପଟି l

ପରନ୍ଦ

ଡଙ୍ଗାର ଦୁଇପାଖ ଫନ୍ଦରେ ଥିବା ଦୁଗୁଣା, କିମ୍ବା ଗୋଟିଏ ମଙ୍ଗରୁ ଅନ୍ୟ ମଙ୍ଗ ପର୍ଯ୍ୟନ୍ତ ଲାଗିଥିବା ଦୁଇ ମୋଟା ଓ ଲମ୍ବା ପଟାକୁ ଭିଡି ରଖିବା ନିମିତ୍ତ ବ୍ୟବହୃତ ଆଡିପଟା l

ପରଲି

ବାଉଁଶ ପାତିଆରେ ତିଆରି ଡାଲା l

ପରଳ

ଆଖିର ରୋଗ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App