भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପରଳା

ଚାଳଘରର ରୁଅ ଉପରେ କାମଡା ଭିଡି ବତା ବିଛାଇବା l

ପରିଖା

ନଗର ବା ଗଡକୁ ସୁରକ୍ଷା ଭିତରେ ରଖିବାକୁ ଏହା ଚାରିପଟେ ଖୋଳା ଯାଇଥିବା ଗଡଖାଇ l

ପରିଘ

ପୁରୁଣା ଯୁଦ୍ଧାସ୍ତ୍ର, ଏହା ମୁଦ୍‌ଗର ଭଳି ଗୋଲ, ମୋଟା, ଏହା ମୁଣ୍ଡରେ ଲୁହାବଳା ବସୁଥିଲା l

ପରିଚ୍ଛନ୍

କାଠବିଟ l ଦୁଇଟି ପଟାର ଯୋଡା ସ୍ଥାନରେ ଥିବା ଫାଙ୍କକୁ ବନ୍ଦ କରିବାକୁ ଏହା ଉପରେ ପିଟା ଯାଇଥିବା ପତଳା ପଟା l

ପରିଚ୍ଛା

ମନ୍ଦିରର ପ୍ରଧାନ କର୍ମଚାରୀ l

ପରିପରା

ମନୁଆ, ନିଜ ବଡପଣ ଜାହିରକାରୀ, ନିଜ ବଡେଇ ଶୁଣି ଖୁସି ହେଉଥିବା ବ୍ୟକ୍ତି, ନିର୍ଲ୍ଲଜ, ବଡେଇମନ୍ତିଆ l

ପରିବେତ୍ତା

ବିବାହିତ ସାନଭାଇର ଅବିବାହିତ ବଡଭାଇ l

ପରିମ୍ କରିବା

ଲୁଗା ବୁଣା ପାଇଁ ସୂତାକୁ ମଣ୍ଡ ଦେବା ଓ ଏହାକୁ ଟାଣି ଲମ୍ବା କରି ପାନିଆଁ ଦ୍ୱାରା ସୂତାଗୁଡିକୁ କୁଣ୍ଡାଇ ଖିଅ କରିବା l

ପରୁଡି

୧. ବିଶାକାଠି ତଳେ ଝୁଲା ଯାଇଥିବା ବେତ, ବାଉଁଶପାତିଆ ଅଥବା ତାଳପତ୍ର ତିଆରି ଖୋଲାମୁହାଁ ଡାଲା l ୨. ସନ୍ତରା ବା ସପକାଠିରେ ବୁଣା ପଟି l

ପରୁଷୁଣୀ

ପଙ୍ଗତ ବା ଭୋଜିରେ ଖାଦ୍ୟ ପରିବେଷଣକାରୀ l

ପର୍ବ

ଯାତ୍ରା, ଉତ୍ସବ l ୨. ଅଷ୍ଟମୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ଓ ସଂକ୍ରାନ୍ତି ଏଇ ପାଞ୍ଚଟି ବିଶେଷ ତିଥି l ୩. ଗୋଳମାଳ l

ପଲନ୍ତି

କୋଠା ଘରର କାନ୍ଥ ଓ ଛାତରେ ବସିଥିବା ଶିଉଳି l

ପଲମ

ବଡ ମାଟିସରା, ତେଲୁଣୀ, ମାଟି ହାଣ୍ଡିର ଢଙ୍କା, ଢାଙ୍କୁଣି l

ପଲା

୧. ପତ୍ର କୁଡିଆ, ଛୋଟ ନୁଆଁଣିଆ ଚାଳଘର l ୨. ତରାଜୁର ଦୁଇପାଖରେ ଓହଳିଥିବା ପାତ୍ର l

ପଲାଣ

ଥୋରିଆ ବଳଦଙ୍କ ପିଠିରେ ପଡୁଥିବା ଅଖାର ଆସ୍ତରଣ l ହାତୀ ଉପରେ ମଧ୍ୟ ବୋଝ ବୋହିବା ପାଇଁ ପଲାଣ ପଡିଥାଏ l

ପଲାଣ୍ଟି

ପତଳା ହୋଇ ବୁଣାଯାଇଥିବା ମସିଣା l

ପଳ

ଚାରିତୋଳା ପରିମାଣର l ଯଥା- ୧ସେର=୨୦ପଳ, ୧ବିଶା=୨୫ପଳ l

ପଳଖ

କାଠର ଛାଲିତଳେ ଥିବା ଅସାର ଅଂଶ, ଅଂଶା ନ ଥିବା ଅସାରକାଠ l

ପଳଛି

ନୁଆଁଣିଆ କୁଡିଆ l

ପଳତା

ପସାରୁଣି ପତ୍ର ବଟାରେ ପ୍ରସ୍ତୁତ ତରକାରି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App