भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ପଳବ

ପୋଳୁହ l ବାଉଁଶ କାଠିରେ ତିଆରି ଗୋଲାକାର ମାଛମରା ଯନ୍ତ୍ର l

ପଳା

ତେଲ, ଘିଅ ଇତ୍ୟାଦି କାଢିବା ଓ ଅଜାଡିବା ନିମିତ୍ତ ଗୋଲାକାର ବେଣ୍ଟଲଗା ଆଧାର l ପୂର୍ବରୁ ଏହା କାଠ ବା ବାଉଁଶରେ ପ୍ରସ୍ତୁତ ହେଉଥିଲା, ବର୍ତ୍ତମାନ ଧାତୁରେ ଏଗୁଡିକ ତିଆରି ହୋଇଛି l

ପଳିଘ

ଲୁହା ଗୋବମରା ମୁଦ୍‌ଗର l

ପଶା

୧. ଚଉସାର l ଏକ ପ୍ରକାର ଖେଳ, ଏହା ପାଇଁ ପାଲି, ୧୬ଟି ଗୋଟି ଓ ତିନିଗୋଟି କାଠି ବ୍ୟବହୃତ ହୋଇଥାଏ l ୨. କୋଡି, କାଙ୍କ, କୁରାଢିର ମୂଳରେ ଥିବା ବଳୟ ଏଥିରେ ବେଣ୍ଟ ପଶିଥାଏ l ୩. ଛୁଞ୍ଚିର ପଛପାଖ ଛିଦ୍ର l ୪. ଲଙ୍ଗଳରେ ଲୁହାକୁ ଧରି ରଖିବା ନିମିତ୍ତ ବ୍ୟବହୃତ ଲୁହା ମୁନିଆ l

ପଶାକାଠି

ପଶାଖେଳରେ ଦାନ ପକାଇବା ନିମିତ୍ତ ବ୍ୟବହୃତ ତିନିଖଣ୍ଡ ଆୟତଘନାକାର କାଠି l ଏହା ଶିଙ୍ଗ ବା ହାତୀଦାନ୍ତରେ ତିଆରି l ଏହାର ଗୋଟିଏ ପଟେ ପ୍ରଥମ, ଦ୍ୱିତୀୟ ଏପରି ଦୁଇଟି ତୃତୀୟ ପଟରେ ପାଞ୍ଚଟି ଓ ଚତୁର୍ଥ ପାଖରେ ଛଅଟି ବିନ୍ଦୁ ଥାଏ l ପଶା ପାଲିରେ ଏଇ ତିନି ଖଣ୍ଡି କାଠି ଗଡାଯାଏ, ଉପରକୁ ଦିଶୁଥିବା ପଟରେ ଲେଖାଥିବା ବିନ୍ଦୁକୁ ଗଣନା କରାଯାଇ ଦାନ ହିସାବ କରାଯାଏ l

ପଶାଗୋଟି

ପଶାଖେଳରେ ବ୍ୟବହୃତ କାଠା ଗୁଟୁକା l ଏଗୁଡିକ ସଂଖ୍ୟାରେ ୧୬ l ଏଥିରୁ ଚାରିଟି ନାଲି, ଚାରିଟି ନେଳୀ, ଚାରିଟି କଳା ଓ ଚାରିଟି ହଳଦିଆ ରଙ୍ଗର l ଏହାର ଉପରାଂଶ ଚିକ୍‌କଣ ଓ ତଳଅଂଶ ସମତଳ ବିଶିଷ୍ଟ l ଦାନ ପଡିଲେ ପଶାପାଲିରେ ଗୋଟିଗୁଡିକୁ ହିସାବ କରି ଚଳାଯାଏ l

ପଶାଦାନ

ପଶାପାଲିରେ ପଶାକାଠିକୁ ଗଡାଇ, ଉପରଭାଗରେ ଲେଖା ଯାଇଥିବା ବିନ୍ଦୁଗୁଡିକର ସଂଖ୍ୟା ସମଷ୍ଟି l ଏଇ ଗଣନା ମାଫିକ୍ ଗୋଟି ଚାଳନା କରାଯାଏ l

ପଶାପାଲି

ପଶାଖେଳରେ ବ୍ୟବହୃତ ରଙ୍ଗ ବେରଙ୍ଗର କପଡା ଚିତ୍ରିତ ପଟି l ବିପରୀତ ମୁଖୀ ଏହାର ଚାରିପଟେ ଚାରିଟି ପଟି ମଧ୍ୟାଂଶରେ ସଂଯୁକ୍ତ ହୋଇଥାଏ l ପ୍ରତ୍ୟେକ ପଟିରେ ଗୋଟି ରଖିବା ନିମିତ୍ତ ଘର କଟା ଯାଇଥାଏ l ଏଇ ଘର ଦେଇ ଗୋଟି ଚଳାଯାଏ ଓ ଖେଳ ପାଚିଲେ ମଧ୍ୟବର୍ତ୍ତୀ କେନ୍ଦ୍ର ସ୍ଥାନକୁ ଆସେ l ପ୍ରତ୍ୟେକ ପଟିରେ ତିନି ଧାଡିରେ ଛଅଟି କରି ଅଠରଟି ଘର ଥାଏ l

ପଶୁରିଗଉଣି

ପଞ୍ଚସେର ପରିମାଣର ଶସ୍ୟାଦି ପଶୁଥିବା ଗୌଣି l

ପହଡ

୧. ପହୁଡ l ୨. ରାଜାଙ୍କର ନିଦ୍ରା ବା ଶୟନ, ଦେବଦେବୀଙ୍କର ନିଦ୍ରା ଓ ବିଶ୍ରାମ ନୀତି l ୩. ମନ୍ଦିର ପ୍ରଭୃତିରେ ଦିଅଁଙ୍କ ଶୟନ ଯୋଗୁଁ ସାଧାରଣଙ୍କ ଦର୍ଶନ ବନ୍ଦ ନୀତି l

ପହଣ୍ଡମଣା

ରାଜା, ସାମନ୍ତ ବା ଦିଅଁଙ୍କ ବିଜେ ସମୟରେ ସେବକର ଆଗେ ଆଗେ ଯାଇ ବାଟ କଢାଇବା l

ପହଣ୍ଡି

୧. ଧୀରେ ଧୀରେ ଚାଲିବା l ୨. ରଥଯାତ୍ରା ସମୟରେ ମୂର୍ତ୍ତି ଶ୍ରୀମନ୍ଦିରରୁ ରଥକୁ ଓ ରଥରୁ ଶ୍ରୀମନ୍ଦିରକୁ ବିଜେ ହେବାର ନେତ୍ର ଶୋଭାକର ଉତ୍ସବ l ଏଇ ତିନି ଦିଅଁଙ୍କର ପହଣ୍ଡି ଦୁଇ ପ୍ରକାରର l ଯଥା ଗୋଟିପହଣ୍ଡି ଓ ଧାଡିପହଣ୍ଡି l ଗୋଟିପହଣ୍ଡିରେ ପ୍ରଥମେ ବଡଠାକୁର ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ଅଲଗା କରି ରଥ ଉପରକୁ ନିଆଯାଏ l ଧାଡିପହଣ୍ଡିରେ ତିନିଦିଅଁକୁ ଆଗପଛ କରି ଦେଉଳରୁ ରଥ ଉପରକୁ ଘଣ୍ଟା, ଘଣ୍ଟ, ମର୍ଦ୍ଦଳ, କାହାଳୀ ଭଳି ବାଦ୍ୟନାଦ ଏବଂ ଭକ୍ତମାନଙ୍କ ଉଚ୍ଛ୍ୱସିତ ହରିବୋଲ ଓ ହୁଳହୁଳି ଧ୍ୱନି ସହିତ ବିଜେ କରାଯାଏ l

ପହନ୍ଦ

ଡଙ୍ଗାର ଧନୁଭଳି ହୋଇଥିବା ଅବସ୍ଥାର ଧାର ବା ଫନ୍ଦ l

ପହର

ଦିନ ବା ରାତିର ଚାରିଭାଗରୁ ଏକଭାଗ ସମୟ l ପ୍ରତ୍ୟେକ ପହର ଚାରିଘଡି, ବର୍ତ୍ତମାନର ତିନିଘଣ୍ଟା ସମୟ ବିଶିଷ୍ଟ l

ପହରା

ଜଗାରଖା, ଜଗିବା l

ପହଁରାମୁଠା

ଝାଡୁମୁଠା, ନଡିଆ ଖଡିକା ଗୋଛାରେ ତିଆରି ଘରଓଳା ଝାଡୁ l

ପହଲ

୧. କାଠଖଣ୍ଡର ଧାରକୁ ରନ୍ଦାଦ୍ୱାରା ଗଡାଣିଆ କରିବା କାମ l ୨. ମୂଲ୍ୟବାନ ମଣିର କଟା ହୋଇଥିବା ପାଖ l

ପହଳି

ଢଗ, ପ୍ରବାଦ, ପ୍ରହେଳିକା, ନାଁଦିଆ, କୌଣସି ବ୍ୟକ୍ତି, ବସ୍ତୁ ଆଦିର ଅସଙ୍ଗତି ପ୍ରତି ବ୍ୟଙ୍ଗାତ୍ମକ ପଦ୍ୟ l

ପହି

ଶଗଡ ଚକର ପରିଧିରେ ଘେରିଥିବା ଲୁହା ବଳୟ, ହାଲ l

ପହିଲିଧୂପ

ଦେବତାଙ୍କ ନିକଟରେ ସର୍ବପ୍ରଥମେ ଦିଆଯିବା ଧୂପ, ଦୀପ ଓ ଭୋଗ ଇତ୍ୟାଦି l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App