Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପହିଲିପାଳି
ବାଳୁତ କାଳରୁ ବିବାହିତା କନ୍ୟା ରଜସ୍ୱଳା ହେବା ପରେ ପ୍ରଥମେ ଶାଶୁଘରକୁ ଭାରଥୋର ନେଇ ଯିବା l
ପହିଲିଭୋଗ
ପ୍ରଥମଭୋଗ l ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳେ ଦିଅଁଙ୍କୁ ଲାଗି ହେବା ପିଠା, ଖେଚୁଡି ଇତ୍ୟାଦି ଭୋଗ l
ପହ୍ନା
୧. ଗାଈ ମଇଁଷିଙ୍କ ସ୍ତନ l ୨. ଘୋଡା ମୁହଁରେ ବନ୍ଧା ଯାଇଥିବା ଲଗାମର ଚମଡାପଟି l
ପହ୍ନେଇବା
ଗାଈ, ମଇଁଷିଙ୍କ କ୍ଷୀର ଦୁହାଁ ପୂର୍ବରୁ କ୍ଷୀର ସ୍ରବି ଆସ୍ତି ସ୍ତନରେ ଜମା ହେବା ଓ କ୍ଷୀର ଦୁହାଁ ପାଇଁ ଅସ୍ଥିର ହେବା l
ପହ୍ଲା
ଫସଲ, ମାଛ ପୋଖରୀ ପ୍ରଭୃତି ଜଗିବା ପାଇଁ ପ୍ରସ୍ତୁତ କୁଡିଆ ଘର l
ପାଆ
୧. ଏକ ସେରର ଚାରି ଭାଗରୁ ଏକ ଭାଗ l ଏକସେର=୪ପାଆ l ଏକ ପାଆ =୪ଛଟାଙ୍କି l ୨. ଏକମାଣ ଜମିର ଏକ ଚତୁର୍ଥାଂଶ l ୩. ଏକକଡା ପାନର ଏକ ଦ୍ୱିତୀୟାଂଶ, ୨୫ଟା l
ପାଆଜମି
ପାଦରେ ପିନ୍ଧାଯିବା ଏକ ପ୍ରକାର ପୁରୁଣା ଅଳଂକାର l
ପାଆଧୁଆ
ବାହାଘରରେ ଶଳା ଭିଣୋଇର ଗୋଡ ଧୋଇଦେବାର ଆଚାର l
ପାଆଫିଆ
ବାହାଘର ପୂର୍ବରୁ ଭଣ୍ଡାରୁଣୀ ବର ଓ କନ୍ୟାଙ୍କ ପାଦରେ ଅଳତା ଲଗାଇବା ବିଧି l
ପାଆଭୋଗ
ଘରର ପିଣ୍ଡା l
ପାଇ
୧. ପାହୁଲା, ପୁରୁଣା କାଳର ଏକ ପଇସିଆ ମୁଦ୍ରାର ଏକ ତୃତୀୟାଂଶ ବିଶିଷ୍ଟ ତମ୍ବାମୁଦ୍ରା l ୨. କବାଡି ଖେଳର ଗୋଟିଏ ପଟର ସୀମା l ୩. କାଖ କରିବା l
ପାଇକ
୧. ପଦାତିକ ସୈନ୍ୟ l ୨. କ୍ଷତ୍ରିୟ ଜାତି l ୩. ପିଆଦା l
ପାଇକକଛା
ପିନ୍ଧିବା ଲୁଗାର ସାମନା ପାଖରେ ତଳକୁ ଓହଳିଥିବା ଫେରକୁ ଦୁଇ ଗୋଡ ସନ୍ଧିବାଟ ଦେଇ ଅଣ୍ଟାପାଖରେ ଖୋଷିବା ଭଳି ଲୁଗାପିନ୍ଧିବା ଶୈଳୀ l
ପାଇକରା
ଓଡିଶା ରାଜାଙ୍କ ଦ୍ୱାରା ଖଣ୍ଡେଇତ ବା କ୍ଷତ୍ରିୟମାନଙ୍କୁ ପ୍ରଦତ୍ତ ଉପାଧି l
ପାଇଛା
ଗଞ୍ଜପା ଖେଳରେ ବ୍ୟବହୃତ ସାରର ୧୨ ସଂଖ୍ୟା ଥିବା ଚିତ୍ର, ରାଜା ଚିହ୍ନିଥିବା ସାର l
ପାଇଁଛେକ
ଏକ ପ୍ରକାରର କଉଡି ଖେଳ, କସି ପାଞ୍ଚି l
ପାଇଁଜଲ
ନୂପୁର l
ପାଇବାଟ
ମୁଖ୍ୟ ସଡକ କଡର ବାଟ, ପାଖେ ପାଖେ ଥିବା ଶଗଡିଆ ବାଟ l
ପାଉଡୀ ମେଳା
ପ୍ରତି ବାରବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ପାଉଡୀ ଠାକୁରାଣୀଙ୍କ ମେଳା l
ପାଏଡା