Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ପଅଁରୀ/ପଇଁରୀ
ଗୋଡର ବଳା, ମଲ ଶ୍ରେଣୀର ରୁପା ଅଳଙ୍କାର l
ପଇ(ହି)
୧. ପହ୍ୟା, ଶଗଡ ଚକର ଅର, ଯାହା ମୂଳ କେନ୍ଦ୍ର ସହିତ ଚକର ବଳୟକୁ ଧରି ରଖେ l ଶଗଡ ଚକରେ ପରିଧିରେ ଯୋଡା ଯାଇଥିବା କାଠ ଖଣ୍ଡ l ୨. କ୍ଷେତର ଚାରିପାଖରେ ଦିଆଯାଇଥିବା ମାଟି ହିଡ l
ପଇକାର
ଖୁଚୁରା ବିକାଳି, କୋଚ ବେପାରୀ l
ପଇକାସ୍ତ
ପାହିରଇତ, ନିଜେ ବାସ କରୁଥିବା ମୌଜା ବା ଗାଁ ଛାଡି ଅନ୍ୟ ଗାଁରେ ଜମି ଭାଗଚାଷ କରୁଥିବା ଚାଷୀ l
ପଇଚଲା
ଶଗଡ ଦଣ୍ଡାର ଶେଷ ଫଳି l
ପଇଞ୍ଚି
ପହିଁଚି, ହାତ କଚଟିରେ ପିନ୍ଧା ଯାଉଥିବା ରୁପା ବା ପିତଳ ଖଡୁ l
ପଇଁତରା
କୁସ୍ତିଖେଳରେ ଜଣେ ଜଣକୁ ଘେରିବା l
ପଇତା
ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟଙ୍କର ଉପବୀତ l ତିନିଖିଅ ସୂତାରେ ଗଣ୍ଠି କରାଯାଏ l ନଅ ବା ଏଗାର ବୟସରେ ବ୍ରାହ୍ମଣ ପିଲାଙ୍କର ବ୍ରତଘର କରି ପଇତା ପିନ୍ଧାଯାଏ l ଦୁଇପଟରେ ଗୋଟିଏ ପଇତା ହୁଏ, ପ୍ରତି ପଟରେ ତିନିଖିଅ ସୂତା ଥାଏ l ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟଙ୍କର ପଇତା ଗଣ୍ଠି ପରସ୍ପରଠାରୁ ପୃଥକ l ପଇତା ଗଣ୍ଠିରେ ହଳଦୀମାଖି, ମନ୍ତ୍ର କରି ଏହାକୁ ପିନ୍ଧାଯାଏ l
ପଇତି
ମୁଗ, ବିରି, କୋଳଥ ଇତ୍ୟାଦିର ପାଣିଆ ଡାଲି l
ପଇବନ୍ଦ
ଲଥା, ଚକତି, କଣା ଲୁଗାରେ ପଡୁଥିବା ତାଳିକପଡା l
ପଇବସ୍ତ
ପଟୁମାଟି ଜମିଥିବା ଆବାଦ ଯୋଗ୍ୟ ଜମି l
ପଇରନ୍
ଦେବ ଦେବୀଙ୍କ ନିକଟରେ ରୋଗମୁକ୍ତି ଅଥବା କୌଣସି ବିଶେଷ ଉଦ୍ଦେଶ୍ୟ ସିଦ୍ଧି ନିମିତ୍ତ ଅଧ୍ୟା ପଡିବା l
ପଇଲା
ଏକସେର ଓଜନର ଶସ୍ୟ ପରିମାପକ ଗୌଣି l
ପଇସାମୁଣ୍ଡିବାହା
ଆଦିବାସୀ ସଂପ୍ରଦାୟର ଏକ ପ୍ରକାରର ବିବାହ ପ୍ରଥା l ଏଥିରେ ଯୁବତୀ ବିବାହ ପାଇଁ, ଯୁବକର ଘରେ ରହି ତାକୁ ପ୍ରଲୋଭିତ କରେ, ଦରକାର ପଡିଲେ ପ୍ରଲୋଭିତ କରେ, ଦରକାର ପଡିଲେ ଗାଳି ଶୁଣେ, ମାଡ଼ ଖାଏ । ଏସବୁ ସହିଗଲେ ସେଇ ଯୁବକ ତାକୁ ବିବାହ କରେ l
ପଉଟି
ଶସ୍ୟାଦି ପରିମାପର କୋଡିଏ ଗୌଣି ପରିମାଣ l
ପଏଛଲା
ଶଗଡର ପଛଦଣ୍ଡାର ଶେଷ ଫଳି l
ପଏଟି
ତରଳ ପଦାର୍ଥ ମାପ ନିମିତ୍ତ ବ୍ୟବହୃତ ଛୋଟ ବୋତଲ ବିଶେଷ l
ପକାଣ
ଶବରମାନଙ୍କ କୁଡିଆ ଘର l
ପଖଉଜ
ପୋଲା କାଠଖଣ୍ଡି, ଯାହାର ଦୁଇ ପଟେ ଚମଡା ଛାଉଣି ହୋଇଥାଏ ଚମଡା ଗଛଦ୍ୱାରା ଏହା ବନ୍ଧାଯାଏ, ଛାଉଣି ହୋଇଥିବା ଚମଡା ଉପରେ କିରଣ ଥାଏ l ଏଇ ବାଜାଟି ଏକ ଆନଦ୍ଧ ତାଳ ବାଦ୍ୟ l
ପଖାବାଡି