भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫାଣି

୧. ପାଣିଆଗୁଡ l ୨.ଦହିମିଶା ଛତୁଆ l

ଫାଣିତ

୧. ଗାଢା ଆଖୁ ଗୁଡ l ୨. ଗୁଡ ତିଆରି ପିଠା,ଫେଣା l

ଫାଣ୍ଟ

ବିବିଧ ଔଷଧୀୟ ଗୁଣଯୁକ୍ତ ଜଡି,ବୁଟି,ମୂଳ,ପତ୍ର,ଫଳ ଫୁଲକୁ ଶୁଖାଇ, ଗୁଣ୍ଡ କରି ଗରମ ପାଣିରେ ବତୁରାଇ ଔଷଧ ପ୍ରସ୍ତୁତ ପଦ୍ଧତି l

ଫାଣ୍ଟିବା

ଫେ୍ଣ୍ଟିବା, ଦୁଇ ପଦାର୍ଥ କୁ ଏକାଠି ମିଶାଇ ହାତ ଦ୍ୱାରା ଗୋଳିବା l

ଫାନ୍ଦ

ଦଉଡିର ଫାଶ,ଗଣ୍ଠି l

ଫାଫଣ

ଦଣ୍ଡିରେ ଝୁଲୁଥିବା ଅସଲ ବା ନକଲି ମୋତି l

ଫାର

୧. ଧାନ କ୍ଷେତରେ ହୁଡାରେ କଟାଯିବା ନାଳ,କ୍ଷେତ ଆଡିରେ ପାଣି ଯିବା ପାଇଁ କଟାଯିବା ବାଟ l ୨. ଲଙ୍ଗଳ ଲୁହା l

ଫାରଣା

ବେଣ୍ଟଲଗା ଚଉଡା ମୁହାଁ ଧାରୁଆ କୁରାଢି l

ଫାର୍ଶ(ର୍ସ)

ହାସ୍ୟରସଭରା ବ୍ୟଙ୍ଗାତ୍ମକ ପ୍ରହସନ, ସୁଆଙ୍ଗ ଇତ୍ୟାଦି l ପ୍ରାଚୀନ ଲୋକନାଟକର ଏକ ଜନପ୍ରିୟ ଶୈଳୀ l

ଫାଳ

୧. ଲଙ୍ଗଳ ଲୁହା l ୨. ଯାଉଁଳି କବାଟର ଏକ ପଟା l

ଫାଳଗୋହି

ଲଙ୍ଗଳ ମୁଣ୍ଡାରେ ଲୁହା ପଶିବା ପାଇଁ ଖୋଳା ଯାଇଥିବା ଲମ୍ବାଳିଆ ଗୋହିରି ଗାତ l

ଫାଳି ବତା

ବାଉଁଶକୁ ଫାଳ କରି ତିଆରି ହୋଇଥିବା ବତା l

ଫାଳିଆ

କାଠ ବା ବାଉଁଶ ର ଚିରା ଖଣ୍ଡ l

ଫାଳିଆ କାଠ

ଗଣ୍ଡିରୁ ଚିରା ହୋଇଥିବା କାଠ l

ଫାଳିଆ ବାଉଁଶ

ଦୁଇ ଫଡା ହୋଇ ଚିରା ହୋଇଥିବା ବାଉଁଶ l

ଫାଶ

୧. ସୂତା,ଦଉଡିର ଫାନ୍ଦ l ୨. ପଶୁ ପକ୍ଷୀ ଧରିବା ପାଇଁ ଉଦ୍ଦିଷ୍ଟ ଜାଲ l ୩. ଦଉଡିରେ ପଡିଥିବା ହୁଗୁଳା ଗଣ୍ଠି l

ଫାଶି

୧. ଦଉଡି ଲଗାଇ ମାରିବା l ୨. ମଝିରେ ମଝିରେ ଫାଙ୍କ ଥାଇ ବୁଣା ହୋଇଥିବା ତଲେଇ l ୩.ଭଉଁରୀ ଜାଲର ଗୁଳି ଲାଗିଥିବା ତଳ ଅଂଶ l

ଫାଶି ଦଉଡି

ଯେଉଁ ଦଉଡିରେ ମଣିଷକୁ ଫାଶି ଦିଆଯାଏ l

ଫାଶି ଦଣ୍ଡ

ଅପରାଧର ଦଣ୍ଡ ସ୍ୱରୂପ ଜୀବନନାଶ ରୂପ ଦଣ୍ଡ l

ଫାଶିଆ

ନାକ,କାନରେ ପିନ୍ଧାଯିବା ସରୁ ତାର ତିଆରି ସୁନା ବା ରୁପାର ମୁଦିଆ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App