Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ବଅ
ତନ୍ତରେ ଲାଗିଥିବା ସୂତାପାନିଆଁ, ଏହାର ପ୍ରତ୍ୟେକ ଘରେ ଟାଣି ସୂତା ଭର୍ତ୍ତି କରାଯାଇ ଲୁଗା ବୁଣାଯାଏ l
ବଅ କାଠି
ଯେଉଁକାଠି ଦୁଇଟିରେ ବଅ ସୂତା ବନ୍ଧା ଯାଇଥାଏ l
ବଅପଟା
ବଅ ଝୁଲାଯାଇଥିବା ପଟା l
ବଅପଡିଆ
ଲୁଗା ବୁଣାରେ ତ୍ରୁଟି ହେତୁ ଗୋଟିଏ ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ସୂତା ଗୁଡାଇ ହୋଇଥିବା ଅବସ୍ଥା l
ବଅର
ନଈ ପାଣିରେ ଥଳ ପାଇବା l
ବଅର ପାଇବା
ଥଳ ପାଇବା l
ବଇ
କୁଢ,ଗଦା,ଘେର,ବାଡ l
ବଇଠା
୧. ଚକା ଆସନ l୨.ମୂର୍ତ୍ତି ଆଦିର ତଳେ ଲାଗିଥିଵା ଆସନ l ୩. ଗୋଲିଆ ଡେଙ୍ଗା ପଦାର୍ଥକୁ ସିଧା ଥୋଇବାକୁ ଏହା ତଳେ ଲାଗିଥିବା ଆସନ l
ବଇଁଠି
ପନିକୀ l
ବଇଠିକରଣ
ଛାମୁକରଣ , ଦେବାଳୟ କାର୍ଯ୍ୟ ତଦାରଖ ଓ ହିସାବକାରୀ ବ୍ୟକ୍ତି l
ବଇଦ
ବୈଦ୍ୟ,କବିରାଜ,ଚିକିତ୍ସକ l
ବଇନା
ଆଗିଲା ଦେୟ l କିଣିବା ନିମନ୍ତେ କ୍ରୟମୂଲ୍ୟର କିଛି ଅଂଶ ଆଗୁଆ ଦେୟ l
ବଇନି
ବ୍ୟବସାୟ,ଦୋକାନ ଖୋଲିବା ପରେ ପ୍ରଥମ ବିକ୍ରି ଦ୍ରବ୍ୟର ନଗଦ ମୂଲ୍ୟ, ବିକ୍ରି ଅନୁକୂଳ,ଏହାକୁ ମୁଣ୍ଡରେ ଲଗାଇ ବିକ୍ରେତା ରଖିଥାନ୍ତି l
ବଇନ୍ତି
ତେଙ୍ଗଡା,ରନ୍ଧାଘରେ ହାଣ୍ଡି ରଖିବା ମଳା,ବଇଠି l
ବଇବାଡ
ଝାଟି ମାଟିର ବାଡ l
ବଇଁରି
୧. ତୋଡିମାଛ l ୨. ପାଉଁଜି ପରି ଗୋଡର ଅଳଂକାର l
ବଉଲଖିଆ
ଫଗୁଣ ପୁନେଇଁରେ ଗାଁର ଘରେ ଘରେ ଅନୁଷ୍ଠିତ ଖିଆପିଆ l
ବଉଳ
୧. ଆମ୍ବଗଛର ମୁକୁଳ l ୨. ଆମ୍ବ ବଉଳ ଦିଆ ନିଆ ହୋଇ ଦୁଇ ଝିଅ ପରସ୍ପର ସଙ୍ଗାତ ବସି ବଉଳ ଡକାଡକି ହେବା l ୩. ବଉଳ ଗଛ l
ବଉଳ ଅମାବାସ୍ୟା
ପୌଷ ଅମାବାସ୍ୟା l ଏଇଦିନ ବଉଳ ଗଇଁଠା ଭୋଗ ହୁଏ l ଆମ୍ବ ଗଛ କୁ ଫୁଲ ଚନ୍ଦନ,ସିନ୍ଦୂର ଦେଇ ପୂଜା କରାଯାଏ ଓ ପିଠା ଭୋଗ କରି ଗଛକୁ ଫିଙ୍ଗାଯାଏ l ଜଗନ୍ନାଥଙ୍କ ଠାରେ ବଉଳ ଲାଗି କରାଯାଏ l
ବଉଳଝରା