Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଭଙ୍ଗାଇବା
୧. ଗର୍ଭସ୍ଥ ଭୃଣକୁ ସବୁରି ଅଗୋଚରରେ ଗର୍ଭକୁ ମୁକ୍ତ କରିବା,ଭୃଣହତ୍ୟା,ଗର୍ଭନଷ୍ଟ, ଗର୍ଭପାତ l ୨. ବୃଷଭ ସଙ୍ଗମ ପରେ ଗାଈ ଗର୍ଭ ନ ରଖିବା l ୩. ଅଧିକ ମୂଲ୍ୟର ମୁଦ୍ରାକୁ ଖୁଚୁରା କରିବା l
ଭଚକାଦେବା
ନିଜକୁ ଗୋଡାଉଥିବା ବ୍ୟକ୍ତି କବଳରୁ କୌଶଳରେ ଖସିଯିବା l
ଭଜା
୧. ଭଜା ହୋଇଥିବା ଖାଦ୍ୟ l ୨. ତେଲ ବା ଘିଅରେ ଭଜା ହେବା l ୩. ବାଲିରେ ଚୁଡା, ମୁଢି ଇତ୍ୟାଦି ଭଜା ହେବା l
ଭଜା ଖରଡା
ଅଳ୍ପ ପାଣିରେ ଖରଡା ହୋଇ ପରେ ତେଲ ବା ଘିଅରେ ଭଜା ହୋଇଥିବା ତରକାରି l
ଭଜା ଭଜି ଆଟିକା
ଯେଉଁ ହାଣ୍ଡିକୁ ଚୁଲିରେ ବସାଇ ମୁଗ,ବିରି,ଖଇ ଇତ୍ୟାଦି ଭଜାଯାଏ l
ଭଜାଖଡିକା
ଚୁଡା, ଚାଉଳ,ଖଇ ଇତ୍ୟାଦି ଭାଜିବା ପାଇଁ ବ୍ୟବହୃତ ହେଉଥିବା ନଡିଆ ଖଡିକାରେ ଗୁଛ l
ଭଜ୍ନାଡାଙ୍ଗ
ଖାଦ୍ୟ ପଦାର୍ଥ ଭାଜିବା ପାଇଁ ବ୍ୟବହୃତ ଅଣକ ଭଳି କାଠ ଚଟୁ l
ଭଡ
ପ୍ରାଚୀନ କାଳରେ ବ୍ୟବହୃତ ପଣ୍ୟବାହୀ ବଡ ନୌକା l
ଭଡା
୧. ଗାଡି ଆଦି ବ୍ୟବହାର କରି ମାଲିକକୁ ଦିଆଯିବା ଧନ l ୨. ଗାଡିଏ ଜିନିଷ l
ଭଡୁଆ
୧. ବେଶ୍ୟାମାନଙ୍କ ସହିତ ବାଦ୍ୟ ବଜାଉଥିବା ବର୍ଣ୍ଣସଂକାର ଜାତିର ବ୍ୟକ୍ତି l ୨. ପୁରୁଷମାନଙ୍କୁ ବେଶ୍ୟା ଯୋଗାଣକାରୀ l
ଭଣଜା
ଭଉଣୀର ପୁଅ l
ଭଣିତା
ଗୀତର ଶେଷରେ କବିଙ୍କର ନାମ ଲେଖାଥିବା ପଦ l
ଭଣ୍ଡରା
ବାବାଜିମାନଙ୍କ ସମୂହ ଭୋଜି l
ଭଣ୍ଡା
୧. କଦଳୀ କାନ୍ଧିରେ ଅଗରେ ଥିବା ମୁକୁଳ ମଞ୍ଜରୀ l ୨. ଗୋଡରେ ଆଣ୍ଠୁ ତଳକୁ ପାଦ ପର୍ଯ୍ୟନ୍ତ ଥିବା ପଛ ପାଖରେ ମାଂସଳ ଅଂଶ l
ଭଣ୍ଡାର
ବହୁ ଦ୍ରବ୍ୟ ଏକାଠି ରହିଥିବା ଘର l
ଭଣ୍ଡାରି
୧. ବାରିକ, ବାଳ କାଟୁଥିବା ଶୂଦ୍ର ସେବକ l ୨. ଭଣ୍ଡାର ଘର ରଖୁଆଳ l
ଭଣ୍ଡାରିମୁଠି
ବାରିକର କ୍ଷୌର ସରଞ୍ଜାମ କତୁରୀ,ଖୁର,ନହରୁଣୀ,ପାନିଆଁ,ଦର୍ପଣ ଇତ୍ୟାଦି ରହିଥିବା ପୁଡି l
ଭଣ୍ଡାରୀ
ରାଜାଙ୍କ ଭଣ୍ଡାରଘରର ଦାୟିତ୍ୱ ବହନକାରୀ କର୍ମଚାରୀ l
ଭଣ୍ଡି
୧. ପାଟ ଫୁଲିରେ ଲାଗିଥିବା ଫୁଲି l ୨. ନାରୀମାନଙ୍କ ଜୁଡା ବନ୍ଧା ମୁଚୁଳା l ୩. ପଣସର ଡେମ୍ଫକୁ ଲାଗିଥିବା ଲମ୍ବ ଅଂଶ, ଏଥିରେ ପଣସର ଖୋଷା ଲାଗି ରହିଥାଏ l ୪. ଅଣ୍ଡିରା ତାଳଗଛର ପୁଷ୍ପ ମଞ୍ଜରୀ l
ଭତରା