भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଭାଇକୁମାଳ

ସବାରିର ଆଗ ବାଉଁଶ କାନ୍ଧାଉଥିବା ବେହେରା ପ୍ରତି ସଂବୋଧନ l

ଭାଇଜିଉଁତିଆ

ଅଶିଣ ମାସରେ ମହାଷ୍ଟମୀ ଦିନ ନିଜ ଭାଇର ଶୁଭ ମନାସି ଭ‌ଉଣୀମାନେ ପାଳୁଥିବା ଓଷା l ଶାଶୁଘରୁ ଭ‌ଉଣୀ ଆସି ଭାଇକୁ ଫୁଲ ଚନ୍ଦନ ଦେଇ ତାର ଶୁଭ ମନାସେ, ଭାଇ ମଧ୍ୟ ଭ‌ଉଣୀ କୁ ନୂଆଲୁଗା ପିନ୍ଧାଏ l

ଭାଇଡାଭାଇ

ସଢୁ,ନିଜ ସ୍ତ୍ରୀ ଙ୍କ ଭ‌ଉଣୀର ସ୍ୱାମୀ l

ଭାଇଦୁତିଆ

ଯମ ଦ୍ୱିତୀୟା l କାର୍ତ୍ତିକ ମାସର ଶୁକ୍ଳ ଦ୍ୱିତୀୟା l.

ଭାଇଦେବା

ହାଟୁଆ ଜାତିର ଲୋକଙ୍କ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଜାତି ଭାଇମାନଙ୍କ ପକ୍ଷରୁ ପ୍ରତିନିଧି ସ୍ୱରୂପ ଜଣେ ଜଣେ ଭାଇକୁ ପଠାଇବା l

ଭାଇଭାତ

ବିବାହ ବ୍ରତ,ମଲା,ମୃତିକିଆ ଇତ୍ୟାଦିରେ ଜାତିଭାଇମାନଙ୍କୁ ପ୍ରଦତ୍ତ ଭୋଜନ l

ଭାଇସଭା

ଜାତିଭାଇମାନଙ୍କ ସଭା l

ଭାଉ

ବିକ୍ରିଦର l

ଭାଉଜ

ବଡ ଭାଇଙ୍କ ପତ୍ନୀ,ନୂଆବୋ‌ଉ l

ଭାଉଲିଆ

ଛୋଟ କୋଠରି ଥିବା ଡଙ୍ଗା lo

ଭାକୁଡା

ବେଶ୍ୟାପୁତ୍ର,ଭାଡୁଆ l

ଭାକୁଡି

ବଳିଖୁଣ୍ଟ, ଯେଉଁ ଖୁଣ୍ଟରେ ବଳି ପଶୁକୁ ବନ୍ଧାଯାଏ l

ଭାଗଚାଷ

ଜମି ମାଲିକକୁ ଚାଷ ଜମିର ଉତ୍ପନ ଶସ୍ୟରୁ ଅଧେ ଦେଇ ଜମି ଚଷିବା l

ଭାଗବତ ସପ୍ତା

ସପ୍ତାହ କାଳ ଭାଗବତ ପାଠ ଉତ୍ସବ l

ଭାଗବତଗାଦି

ଭାଗବତ ପୋଥି ପୂଜା କରିବା ପାଇଁ ଉପରକୁ ଉପର ରଖାଯିବା l

ଭାଗବତଘର

୧. ଭାଗବତ ପୋଥି ରଖାଯାଇ ପୂଜା କରାଯାଉଥିବା ଘର l ୨. ଗାଁର ସାଧାରଣ ଘର, ଏଠାରେ ସଂଧ୍ୟାରେ ଭାଗବତ ପଢାଯାଏ, ଭଜନ କୀର୍ତ୍ତନ ହୁଏ ଓ ଗାଁର ଭଲମନ୍ଦ ବୁଝାଯାଏ l

ଭାଗବତବଢା

ସପ୍ତାହବ୍ୟାପି ଭାଗବତ ପାଠ ଶେଷରେ ଭୋଗ କରାଯିବା ଓ ପ୍ରସାଦ ବଣ୍ଟା ଉତ୍ସବ l

ଭାଗବତମେଳଣ

ବିମାନରେ ଭାଗବତ ଗାଦି ନିଆଯାଇ ଗୋଟିଏ ସ୍ଥାନରେ ସମ୍ମିଳିତ ହେବାର ଉତ୍ସବ l

ଭାଗୁଆ

ଚାଷ ଜମି ଭାଗକାରୀ ଚାଷୀ l

ଭାଗୁଡି

ଖଣିରୁ କଢା ବା ଓଳିଆରୁ କଢା ଧାନର ମାପ କମିଯିବା ପରିମାଣ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App