भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଭାଙ୍ଗ

୧. ଗଂଜେଇ ଗଛର ପତ୍ର l ୨. ଗଞ୍ଜେଇ ପତି ସହିତ ମରିଚ, ଡାଲଚିନି ଇତ୍ୟାଦି ମିଶାଇ ବାଟି ପ୍ରସ୍ତୁତ କରାଯିବା ଏକ ପ୍ରକାରର ପାନୀୟ l

ଭାଙ୍ଗଡା

ଭାଙ୍ଗଖୋର,ନିଶାଖୋର,ଭାଙ୍ଗ ଖାଉଥିବା ଲୋକ l

ଭାଙ୍ଗପାଣି

ଗଂଜେଇ ପତ୍ରରେ ମରିଚ ମସଲା ମିଶାଇ ବଟାଯାଇ ପ୍ରସ୍ତୁତ କରାଯାଉଥିବା ପାନୀୟ l

ଭାଙ୍ଗୁଆ

ଭାଙ୍ଗଖୋର,ଭାଙ୍ଗ ଖିଆରେ ଅଭ୍ୟସ୍ତ,ନିଶାଖୋର l

ଭାଙ୍ଗୁତି

ଅଧିକ ପରିମାଣର ଜିନିଷକୁ ଭାଗ ଭାଗ କରି ଓଜନ କଲେ ଶେଷକୁ ମୋଟ ପରିମାଣଠାରୁ ଊଣା ପଡୁଥିବା ଅଂଶ l.

ଭାଙ୍ଗ୍

ଦୋକ୍ତା,ଧୂଆଁପତ୍ର ଗୁଣ୍ଡି,ଏହାକୁ ପାନରେ ଖିଆଯାଏ,ଚୂନରେ ଦଳି ପାଟିରେ ପକାଯାଏ l

ଭାଙ୍ଗ୍ ପତର

ଧୂଆଁପତ୍ର,ତମାଖୁ l

ଭାଞ୍ଜ

ଖାଦ l ସୁନା ରୁପା ଅଳଂକାରରେ ମିଶାଯିବା ନିକୃଷ୍ଟ ଧାତୁ l

ଭାଟ

ରାଜ ସ୍ତୁତିକାରୀ,ବଂଶାବଳୀର କୀର୍ତ୍ତି ପାଠକ l ସ୍ତୁତି ପାଠକ l

ଭାଟି

୧. ବଡ ଚୁଲି l୨. ମଦରନ୍ଧା ବଡହାଣ୍ଡି l ୩. ଧୋବାର ଲୁଗାସିଝା ବଡହାଣ୍ଡି l ୪. ଚୂନପୋଡା ଚୁଲି l ୫. କମାରର ନିଆଁଶାଳ l

ଭାଡି

୧. କାଠ ବାଉଁଶ ଇତ୍ୟାଦିର ବଡ ମଞ୍ଚା l ଏଥିରେ ଜିନିଷ ପତ୍ର ରଖାଯାଏ, ପୁଣି ଲତା ଲଟେଇ ଥାଏ l ୨. ମୁଢି,ଖ‌ଇ ଆଦି ଭାଜିବାର ଏକଥର l ୩. ଚୁଡାକଟାର ଏକଥର l

ଭାଡି ବହଲା

ଶିକାରକୁ ଘେର ଭିତରେ ପୂରାଇବା ପାଇଁ, ଚାରିପଟେ ଘେରି ବାଦ୍ୟନାଦ l

ଭାଡିଆ

ଭାଡି ଜଗୁଆଳ, ଭାଡି ଉପରେ ଥାଇ ଫସଲ ଜଗୁଥିବା ବ୍ୟକ୍ତି l

ଭାଣ୍ଡ

୧. ହାଣ୍ଡି,କୋଷ l ୨. ଭଣ୍ଡାରି, ମୁଠି l ୩. ପ୍ରହସନ ବା ରଙ୍ଗରସ କରୁଥିବା ବ୍ୟକ୍ତି, ବିଦୂଷକ l

ଭାତଖୁଆ

ଅନ୍ନ ପ୍ରାଶନ ଉତ୍ସବ l ଶିଶୁକୁ ପ୍ରଥମ କରି ଖିରି ଖୋ‌ଇବା ଉତ୍ସବ l

ଭାତନିଦ

ଖାଇବା ପରେ ହେଉଥିବା ଗାଢ ନିଦ l

ଭାତା

କମାର ନିଆଁ ଭାଟିକୁ ପବନ ଯୋଗାଉଥିବା ଚମମୁଣା l ଏଥିରେ ଖଣ୍ଡେ ଲୁହାନଳି କମାରର ନିଆଁ ଭାଟିରେ ଲାଗିଥାଏ ଓ ଏଇବାଟେ ପବନ ପଶାଇ ନିଆଁକୁ ତାଉ କରାଯାଏ l

ଭାତିଆ

ଚାକରକୁ ସେବା ବିନିମୟରେ ପ୍ରଦାନ କରାଯାଉଥିବା ବର୍ତ୍ତନ l

ଭାତୁଆଣି

ଭାତ‌ରନ୍ଧା ପାଇଁ ହାଣ୍ଡିରେ ଫୁଟୁଥିବା ଗରମ ପାଣି l

ଭାନୁମତୀ ଖେଳ

କୁହୁକ ଖେଳ, ଜାଦୁଖେଳ l ଗାଁ ଗାଁ ବୁଲି କୁହୁକିଆ ଦେଖାଉଥିବା ଖେଳ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App