Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଭାନ୍ସ ଘର୍
ରୋଷେଇ ଘର l
ଭାର
୧. ବାହୁଙ୍ଗୀର ଦୁଇପାଖରେ ଓହଳିଥିବା ବୋଝ l ୨.ଶିକା ବାହୁଙ୍ଗୀ l ୩. ବନ୍ଧୁବାନ୍ଧବ ଙ୍କୁ ପ୍ରଦାନ କରାଯାଉଥିବା ଉପହାର l
ଭାରତି
ଶରମୁଣା,ତୂଣୀର l
ଭାରଥୋର
ବନ୍ଧୁବାନ୍ଧବଙ୍କ ଘରକୁ ଦିଆଯିବା ଲୁଗା,ପନିପରିବା,ମିଷ୍ଟାନ୍ନ ଇତ୍ୟାଦି ଉପହାର l
ଭାରଦା
ପରପୁରୁଷ ଠାରୁ ଧନ ପାଇ ନିଜ ପତ୍ନୀକୁ ତା ଦ୍ୱାରା ସଂଭୋଗ କରିବାକୁ ସୁଯୋଗ ଦେଉଥିବା ପୁରୁଷ l
ଭାରି(ରୁ)ଆ
ବାହୁଙ୍ଗୀ ଦ୍ୱାରା ଯେ ବୋଝ ଭାର ବହନ କରେ l
ଭାରିଯା ତଳିଆ
ସ୍ତ୍ରୀ ଅନୁରକ୍ତ ପୁରୁଷ,ସ୍ତ୍ରୀର ଆଜ୍ଞା ପାଳକ l
ଭାଲା
ବର୍ଚ୍ଛା ବଡ ତେଣ୍ଟା l
ଭାଲୁକୁଣୀ
୧. ଖୁଦୁରୁକୁଣୀ, ଭାଦ୍ରବ ମାସ ରବିବାରରେ ଅବ୍ରାହ୍ମଣ କୁମାରୀମାନଙ୍କ ପାଳିତ ଓଷା l
ଭିଆଣ
ଗୁଡ ଇତ୍ୟାଦିର ପାଗ l
ଭିଆଣିଆଁ
ବିବାହାଦି ଉତ୍ସବରେ ବନ୍ଧୁଙ୍କୁ ଦିଆଯିବା ଲୁଗା l
ଭିକଥାଳ
ଭିକ ମାଗିବା ପାଇଁ ବ୍ୟବହୃତ ଶୁଖିଲା ଲାଉରେ ତିଆରି ଥାଳ l
ଭିକାରି
ଭିକମଗା ଲୋକ l
ଭିଟା
ପୈତୃକ ବାସ ଭୂମି, ଘରଡିହ l
ଭିଟାମାଟି
ଘରଡିହ ନିଅଁ l
ଭିଡାଜାଲ
କ୍ଷିଅଜାଲ,ମାଛ ମାରିବା ପାଇଁ ପାଣିରେ ପକାଇ ଭିଡା ଯିବା ବଡଜାଲ l
ଭିଣାକାଣ୍ଡ
ତୁଳା ଭିଣିବାର ଧନୁ l
ଭିଣାହାତୁଡି
ତୁଳାଭିଣା ଧନୁର ସୂତାକୁ ଭିଡିବା ପାଇଁ ଦୁଇ ମୁଣ୍ଡରେ ଲାଗିଥିବା ଦୁଇ ଗୋଲାକାର କାଠି l
ଭିଣୋଇ
ଭଉଣୀର ସ୍ୱାମୀ l
ଭିତର ଗାଆଣି