Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଭିତର ଘର
୧. ରୋଷେଇ ଘର l ୨. ଅନ୍ତଃପୁର l
ଭିତର ଦୋଳ
ଫାଲ୍ଗୁନ ଶୁକ୍ଳ ନବମୀଦିନ ଦୋଳଠାକୁରଙ୍କୁ ଅବିର ଲାଗି l
ଭିତର ପୂଜା
ଦୁର୍ଗାଙ୍କର ଶରତ କାଳୀନ ପୂଜା ଆରମ୍ଭ l
ଭିତର ସେବା
ମନ୍ଦିର ଭିତରରେ କରାଯାଉଥିବା ସେବା l
ଭିନେଘର
କୋଠ ପରିବାର ପୃଥକ ପୃଥକ ହେବା ବ୍ୟବସ୍ଥା l
ଭୁଆ
ଅଣ୍ଡିରା ବିରାଡି l
ଭୁଆସୁଣୀ
କୁଳବଧୂ,ନୂଆ ହୋଇ ବିବାହିତା ନାରୀ l.
ଭୁଜା
୧. ଭଜା ଚାଉଳ,ମୁଢି,ଖଇ,ଚୁଡା ଭଜା,ହୁଡୁମ୍ବାଦି ଖାଦ୍ୟ l
ଭୁଜାଖିଆ
ଭୁଜା ଖାଇବା ପାଇଁ ଚାକରଙ୍କୁ ଦିଆଯିବା ଉପହାର ପଇସା l
ଭୁଜାଲି
ଏକ ଜାତୀୟ ବଙ୍କା କଟୁରୀ l
ଭୁଣ୍ଡି
୧. ଫରୁଆର ଅଗ୍ରଭାଗ l ୨. ପାଟଫୁଲିର ଅଗ୍ରଭାଗ l ୩. ସ୍ତନର ଅଗ୍ରଭାଗ l
ଭୁଦେଇ
ବୋଇତାଳୁ,କଞ୍ଚା କଖାରୁ l
ଭୁନି
ଧଡି ନଥିବା ବିଧବା ପିନ୍ଧା l
ଭୁନ୍ଦିଆଁ
ଭାଦ୍ରବ ମାସରେ ଅମଳ ଯୋଗ୍ୟ ଶସ୍ୟ l
ଭୁରା
ଶୁଖିଲା ମୋଟା ଗୁଡ l
ଭୁରୁକୁଣ୍ଡା
ଧାନଗଛର ପତୁରି ରୋଗ l
ଭୁର୍କା
ବାଉଁଶପାତିଆ ତିଆରି ବଡ ଟୋକେଇ l
ଭୁର୍କି
ବାଉଁଶ ପାତିଆ ତିଆରି ଛୋଟ ଟୋକେଇ l
ଭୁର୍ରା
ଧୂଆଁ ଖାଇବା ପାଇଁ ଚିଲମରେ ସଜା ଯାଇଥିବା ଧୂଆଁପତ୍ର l
ଭୁଲିଆ