Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଭୁଶି
୧.ଯଅ,ଗହମ ଇତ୍ୟାଦି ଶସ୍ୟର ଚୋପା l ୨. ନଡାକୁ ଛୋଟ ଛୋଟ ଖଣ୍ଡ, ପାଣିରେ ବତୁରା ହୋଇ ଗୋରୁଙ୍କୁ ଖିଆଯାଏ l
ଭୁ୍ଷୁଡି
ଜାରଜ,ବେଧଛୁଆ l
ଭୂଇଁ ଖଜୁରି
ପେଣ୍ଠି ଖଜୁରି,ଛୋଟ ଖଜୁରି ଗଛ l
ଭୂଇଁ ଚଣା
ବାଦାମ,ବୁଟ,ମୁଗ ଇତ୍ୟାଦି l ଏହା ଲଟା ଜାତୀୟ, ଏହାର ଚେରରେ ଛୁଇଁ ଧରେ ଏବଂ ଏଥିରେ ବୁଟ ପରି ମଂଜି ଥାଏ l
ଭୂଇଁଆଁ
ଭୂୟାଁ ଓଡିଶାର ଏକ ଜନଜାତି l
ଭୂଇଁଆଁଗାତ
ବିଲରେ ହୋଇଥିବା କୋକି ଗାତ l
ଭୂଇଁକଖାରୁ
କନ୍ଦମୂଳ,ଏହାର ଲଟା ଭୂଇଁରେ ମାଡେ,ମାଟି ତଳେ ମୂଳ ଫୁଲିଲେ ଏହାକୁ ଖୋଳାଯାଏ l
ଭୂଇଁଛତୁ
ହୁଂକାରେ ଉଠିଥିବା ଛତୁ l
ଭୂଇଁଡିମ୍ବିରି
ଛୋଟ ଛୋଟ ଫଳ ଥିବା ଡିମ୍ବିରି ଗଛ l
ଭୂଇଁଦଅଣ
ରଜ ସଂକ୍ରାନ୍ତିର ପରଦିନ,ଭୂଇଁ ରଜସ୍ୱଳା ହେବାର ଦ୍ୱିତୀୟ ଦିବସ l
ଭୂଇଁନିମ
ଚିରେଇତା ଭଳି ଏକ ବର୍ଷ ବଂଚୁଥିବା ଶାକ ଗୁଳ୍ମ l
ଭୂଇଁଫଟକା
ଶୂନଫଟକା l ବାରୁଦକୁ ଝୋଟ ସୂତାରେ ଗୁଡାଇ ପେଣ୍ଡୁ ପରି କରାଯାଏ ଏହାକୁ ଶୁଖିଲା ମାଟିରେ କଚାଡି ଦେଲେ ଏହା ଫୁଟି ଶବ୍ଦ କରେ l
ଭୂଇଁବରକୋଳି
ଏକ ପ୍ରକାରର ଛୋଟ ବରକୋଳି l
ଭୂଇଁବାଣ
୧. ବାମନ ନଡିଆ ଓ ଗଛ l ସାମାନ୍ୟ ବଢିଲେ ଏଥିରେ ଫଳ ହୁଏ l ୨. ଏକ ପ୍ରକାର ବାଣ, ଚୁଚୁନ୍ଦ୍ରୀବାଣ l
ଭୂଇଁବିରୁଡି
ହଳଦିଆ ରଙ୍ଗର ଛୋଟ ବିରୁଡି l
ଭୂତ
ପିଶାଚ l ଆତ୍ମା ମୋକ୍ଷ ହୋଇ ନଥିବା ଜୀବ l ମଶାଣିରେ କିମ୍ବା ଗଛରେ ଆଶ୍ରା ନିଅନ୍ତି l ମୃତ ବ୍ୟକ୍ତିଙ୍କ ଅତୃପ୍ତ ଆତ୍ମା ଅନ୍ୟମାନଙ୍କ ଉପରେ ସବାର ସାଜିଲେ ସେମାନେ ଅସ୍ୱାଭାବିକ ଆଚରଣ କରନ୍ତି l
ଭୂତଲାଗିବା
ଝିଅ,ସ୍ୱାମୀ ରହିତା ନାରୀ,ଯୁବତୀବିଧବା ମାନଙ୍କୁ ଭୂତ ଲାଗେ l ଏମାନେ ପ୍ରଳାପ କରନ୍ତି,ମୂର୍ଚ୍ଛିତା ହୁଅନ୍ତି l ଗୁଣିଆମାନେ ଆସି ମନ୍ତ୍ର ପ୍ରଭାବରେ ଝଡା ଫୁଙ୍କା କରି ଏମାନଙ୍କଠାରୁ ଭୂତ ଛଡାନ୍ତି l
ଭୂତି
ହଳିଆ ବା ମୂଲିଆକୁ ଦିଆଯିବା ଧାନ ମୂଲ l
ଭୂମିଦାନ
ବ୍ରାହ୍ମଣଙ୍କୁ ଭୂମିଦାନ କରାଯାଏ l ଯଜମାନ ଅଥବା ରାଜା ଏଇ ଭୂମିଦାନ କରିଥାନ୍ତି l
ଭେକ