Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଭେଟ ମଣ୍ଡପ
ମହାଲକ୍ଷ୍ମୀ ଜଗନ୍ନାଥଙ୍କୁ ସାକ୍ଷାତ କରୁଥିବା ମଣ୍ଡପ l
ଭେଟଣା
ଭୂତ,ପ୍ରେତଙ୍କ ହାବୁଡରେ ପଡି ଚେତା ହରାଇବା l
ଭେଟା
ଭାରଦା,କୌଣସି ପୁରୁଷ ନିକଟରେ ନିଜ ବା ପର ସ୍ତ୍ରୀ କୁ ଆଣି ପହଞ୍ଚାଉଥିବା ବ୍ୟକ୍ତି l
ଭେଟି
୧.ଦର୍ଶନୀ, ରାଜା ବା ଦେବତାଙ୍କୁ ପ୍ରଥମେ ଭେଟିବା ସମୟରେ ପ୍ରଦତ୍ତ ଉପହାର l ୨. ରାଜା, ଜମିଦାର ପ୍ରଭୃତିଙ୍କୁ ସୁନିଆଁ, ନୂଆଖାଇ ଏବଂ ଦଶହରାଦି ପର୍ବ ସମୟରେ ପ୍ରଜା ଓ ଅଧସ୍ତନମାନେ ଦେଉଥିବା ଉପହାର l ଆଦିବାସୀ ସମାଜରେ ମକା, ବାଜରାଦି ଶସ୍ୟ, ମେଣ୍ଢା,କୁକୁଡାଦି ପଶୁପକ୍ଷୀ ଭେଟିଦେବା ପ୍ରଥା l
ଭେଡ
୧. ଶସ୍ୟ କ୍ଷେତ୍ର କିମ୍ବା ବାରି ବଗିଚାରର ସୁରକ୍ଷା ନିମିତ୍ତ ପ୍ରଦତ୍ତ ବାଡ l ୨. ନଈ ପଠା l
ଭେଁଡା
୧. ଯୁବକ, ଗର୍ବିତ,ଦିମାକିଆ l
ଭେଡା ତାଡିବା
ପଡିଆ ଜମିକୁ ଚାଷ କରିବା ପାଇଁ ଆବାଦ କରିବା l
ଭେଡାଦିଆ
ବାଡବନ୍ଦୀ,ଫସଲକୁ ବାଡଦେଇ ସୁରକ୍ଷିତ କରିବା l
ଭେଣ୍ଡା
ଭେଣ୍ଡିଆ,ଯୁବକ,ବଳିଷ୍ଠ l
ଭେଣ୍ଡି
କୃଷିଜାତ ଫଳଗୁଳ୍ମ ଓ ଗଛ l
ଭେଦା
ସମୂହ କାମ ପାଇଁ ଗାଁ ଲୋକଙ୍କ ଠାରୁ ଆଦାୟ କରାଯାଉଥିବା ଧାନ,ଚାଉଳ,ବିରି,ମୁଗାଦି ଶସ୍ୟ ଅଥବା ଟଙ୍କା l
ଭେରି
ତୂରୀ,ବଡ କାହାଳୀ l ଯୁଦ୍ଧ ସମୟରେ ଏଇ ଢକା ବାଜେ l
ଭେଲି ଗୁଡ
କାଠୁଆଗୁଡ l
ଭେଲୁଆ ବାଇଗଣ
ଅତି ବଡ ପାଳୁଆ ବାଇଗଣ l
ଭେଳା
ନୌକା,ନଈରେ ଭସାଇ ସ୍ଥାନାନ୍ତର ପାଇଁ ବନ୍ଧା ହୋଇଥିବା କାଠ ବା ବାଉଁଶ ପଟାଳି l କଦଳୀଗଡରେ ବତା କିଳାଦିଆ ହୋଇ ପ୍ରସ୍ତୁତ ଅସ୍ଥାୟୀ ଉଡୁପ l
ଭେଳିକି
କୁହୁକ, ଯାଦୁବିଦ୍ୟା,ଚାତୁର୍ଯ୍ୟ l
ଭେଳିକି
କୁହୁକ ଓ କିମିଆଁ ଦ୍ୱାରା ଚକ୍ଷୁବନ୍ଧନ,ଇନ୍ଦ୍ରଜାଲ l
ଭୋଗ
ଦେବଦେବୀଙ୍କ ଉଦ୍ଦେଶ୍ୟରେ ନିବେଦିତ ଭୋଜ୍ୟ ଦ୍ରବ୍ୟ,ନୈବେଦ୍ୟ,ଦେବତାଙ୍କୁ ନିବେଦିତ ହେବା ପରେ ଅନ୍ୟମାନେ ଏହାକୁ ସେବନ କରନ୍ତି l ପ୍ରତ୍ୟେକ ଦେବ ଦେବୀଙ୍କର ସ୍ୱତନ୍ତ୍ର ସ୍ୱତନ୍ତ୍ର ଭୋଗ ରହିଛି l
ଭୋଗ ମଣ୍ଡପ
ମନ୍ଦିର ସମ୍ମୁଖସ୍ଥ ନାଟ ମଣ୍ଡପ,ଏଇଠାରେ ଭୋଗ ପ୍ରସ୍ତୁତି ହୁଏ ଏବଂ ନୃତ୍ୟ ଗୀତାଦି ପରିବେଷିତ ହୁଏ l
ଭୋଗରା