भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12345678910Next >

ଭ‍‌ଅଁର

୧.ଭୃଙ୍ଗ, ଭ୍ରମର l ୨. କାଠରେ କଣା କରିବା ପାଇଁ ବଢେଇଙ୍କ ବ୍ୟବହୃତ ଯନ୍ତ୍ର l ଏହା ଅଗରେ ଥିବା ଧାରୁଆ ଲୁହାତିଳା ଘୂରି ଘୂରି କାଠ କଣା କରେ l

ଭ‌ଅଁରା

୧. ଫସଲ କିଆରି ଜଗିବା ପାଇଁ ବଡଛତା ପରି ବାଉଁଶବୁଣା ଗୋଲିଆ ଚାଳି l ୨. ବାଉଁଶ କାଠିରେ ବୁଣା ଖ‌ଇଞ୍ଚି l

ଭ‍ଅଁର୍‌ଜାଲ୍‌

ଭ‌ଉଁରି ଜାଲ,କ୍ଷେପାଜାଲ,ଏହା ସୂତାରେ ତିଆରି ,ଏହାକୁ ମୁଣ୍ଡ ଉପରେ ନେଇ ଘୂରାଇ ପାଣିକୁ ପକାଇ ମାଛ ଧରାଯାଏ l

ଭ‌ଇଁରା

ନଟୁ l

ଭ‌ଇଁଷା

ମୁହଁ ସଂଜର ପରବର୍ତ୍ତୀ ସମୟ l

ଭ‌ଇଁଷା ଅନ୍ଧାର

ମଇଁଷିଆଳ,ମ‌ଇଁଷି ଜଗୁଆଳ l

ଭଇଁସାଲ୍‌

ମ‌ଇଁଷି ଆଳ,ମ‌ଇଁଷି ଜଗୁଆଳ l

ଭଉଁର

କୁନ୍ଦ,ଯେଉଁ ଯନ୍ତ୍ର ଦ୍ୱାରା କାଠକୁ କୁନ୍ଦାଯାଏ l

ଭ‌ଉଁରି

୧. ଅଳଂକାରରେ ଲାଗିଥିବା ପେଚଲଗା ଖିଲ l ୨. ପାଣିର ଆବର୍ତ୍ତ l ୩. ଚନ୍ଦନ ଯାତ୍ରାର ଶେଷ ଦିବସ,ଏଇ ଦିନ ଦିଅଁକୁ ଡଙ୍ଗାରେ ବସାଇ ଜଳାଶୟ ସାରା ଚକ୍ରାକାରରେ ବୁଲାଯାଏ l ୪. ଡଙ୍ଗାକୁ ଚକ୍ରକାରରେ ବୁଲାଇବା ପରି ଏକ ପ୍ରକାର ଜଳକ୍ରୀଡା l ୫. କୁନ୍ଦ ଯନ୍ତ୍ର l

ଭ‌ଉଁରି କବାଟ

ବାହାର ପାଖରୁ କଞ୍ଚି ଭର୍ତ୍ତି କରି ଭିତର ପାଖ କିଳିଣୀକୁ ଖୋଲାଯାଇ ପାରୁଥିବା କବାଟ l

ଭ‌ଉଁରିଆ

ଅମିନ, ଜମି ମାପକାରୀ l

ଭ‌ଉଁରିଖେଳ

ଚନ୍ଦନ ଯାତ୍ରା l ବୈଶାଖ ଶୁକ୍ଳ ତୃତୀୟାଠାରୁ ୨୧ ଦିନ ପର୍ଯ୍ୟନ୍ତ ଦେବତାଙ୍କ ଜଳକ୍ରୀଡା ଉତ୍ସବ l

ଭ‌ଉଁରିଜାଲ

କ୍ଷେପାଜାଲ, ମୁଣ୍ଡ ଉପରବାଟେ ପାଣିକୁ ଫିଙ୍ଗା ଯାଉଥିବା ମାଛଧରା ଜାଲ l

ଭଏନ୍‌ଜୁଏଁ

ସାନ ଭ‌ଉଣୀର ସ୍ୱାମୀ l

ଭକିଆ

ଆଲୁଅ l

ଭକ୍ଷଭୋଜି

ଜାତିଭାଇ l ନିମିତ୍ତପର୍ବରେ ଖାଉଥିବା ନିମନ୍ତ୍ରିତ କୁଟୁମ୍ବାଦି l

ଭଖେନ୍‌ମାରବା

ଢଗ ମେଲିବା l

ଭଗାରି

୧. ଯେ ଭାଗନିଏ l ୨. ଜଣେ ଯାତ୍ରୀ ଗୁମାସ୍ତାଙ୍କ ଠାରୁ ପ୍ରାପ୍ୟ ପାଇଁ ତାକୁ ଭାଗ ଦେଉଥିବା ଯାତ୍ରୀ ଗୁମାସ୍ତା l

ଭଗୁଆ

ଗେରୁ ମାଟିର ଲଗାଯାଇଥିବା ଲୁଗା l

ଭଙ୍ଗଡ

ଭାଙ୍ଗଖୋର,ଭାଙ୍ଗୁଆ l
< previous12345678910Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App