Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ମଇ
ହଳଜମିକୁ ସମତଳ କରିବା ପାଇଁ ବଳଦ ଦ୍ୱାରା ଘୋଷରା ଯିବା ସରୁ ନିଶୁଣି l ଏହାର ଦୁଇ ମୁଣ୍ଡରୁ ଦୁଇଟି ଦଉଡି ଯୁଆଳିର ଦୁଇ ମୁଣ୍ଡରେ ବନ୍ଧାଯାଏ, ବଳଦ ଯୋଚାଯାଏ ଏବଂ ହଳିଆ ମଇ ଉପରେ ଛିଡା ହୋଇ ମଇ ଟଣାଯାଏ l
ମଇତା
କୁଆଁମଇତା ଲଟା ଓ ଫଳ l
ମଇତ୍ର
ମିତ୍ର,ବନ୍ଧୁ,ଦୁଇ ସମ ବୟସ୍କା ଅଥବା ସମ ମନସ୍କଙ୍କ ମଧ୍ୟରେ ମିତ୍ରତା, ପରସ୍ପର ପରସ୍ପରକୁ ‘ମୈତ୍ର’ ବୋଲି ସଂବୋଧନ କରିବା l ସ୍ତ୍ରୀ, ମୈତ୍ରାଣୀ l
ମଇଦାଣ୍ଡି
ମେରିଖୁଣ୍ଟ l ଧାନବେଙ୍ଗଳା ପକାଇବା ପାଇଁ ଦାଉଣି ଲାଗି ଖଳାରେ ପୋତା ଯାଇଥିବା ଖୁଣ୍ଟ l
ମଇଁଷାଳ
ମଇଁଷିଆଳ, ମଇଁଷି ଜଗୁଆଳ l
ମଇଁଷି ଘିଅ
ମଇଁଷି ଦୁଧର ଦହି ଗୋଳାଯାଇ ବାହାରିଥିବା ଲହୁଣୀରୁ ତିଆରି ଘିଅ l
ମଇଁଷିଆଳ ଛତା
ମଇଁଷିଆଳ ବ୍ୟବହାର କରୁଥିବା ତାଳପତ୍ର ଛପର ହୋଇଥିବା ବତା ତିଆରି ବଡ ଖୋଲା ଛତା l
ମଉ(ଲ)ଳା ଶ୍ରାଦ୍ଧ
ଆଶ୍ୱିନ ମାସରେ ପିତୃପକ୍ଷରେ ପୂର୍ବପୁରୁଷଙ୍କୁ ଦିଆଯିବା ଶ୍ରାଦ୍ଧ l
ମଉ(ହୁ)ରାଡି(ଳି)
ମଧୁର ଜଳରେ ଥିବା ଏକ ପ୍ରକାର ଛୋଟ ମାଛ l
ମଉଚ୍ଛବ
୧. ମହୋତ୍ସବ l ୨. ଅଷ୍ଟମ ପ୍ରହରାଦି ପରବର୍ତ୍ତୀ ଦିନ ହେଉଥିବା ସମୂହ ବୈଷ୍ଣବ ଭୋଜନ l
ମଉଜ ଭାତ
ଶିଶୁ ମାନଙ୍କ ଲାଗି ପିତା ମାତା ରାନ୍ଧିଥିବା ଘିଅ,ଡାଲି ଦିଆ ଭାତ, ଖେଚୁଡି l
ମଉଜପାଣି
ଲୁଣରେ ଲଙ୍କା, ରସୁଣାଦିକୁ ଦଳି, ତେଲ ଓ ତୋନି ମିଶାଇ ପ୍ରସ୍ତୁତ ହେଉଥିବା ଏକ ପ୍ରକାର ବ୍ୟଞ୍ଜନ l
ମଉଡ
୧. ମୁକୁଟ, ଟୋପି l ୨. ଚାରିକୋଣିଆ ଚାଳଘର l
ମଉଡ କଟା ସୁନା
ସ୍ୱର୍ଣ୍ଣ ମୁଦ୍ରା ଭାଙ୍ଗି ଅଳଂକାର ଗଢିବା ପାଇଁ ଥିବା ଖାଣ୍ଟି ସୁନା l
ମଉଡମାଳ
ସ୍ୱର୍ଣ୍ଣମୁଦ୍ରା ଗୁନ୍ଥାମାଳ,ଏହାକୁ ବେକରେ ପିନ୍ଧାଯାଏ l
ମଉଡାମରା ଘର
ବଙ୍ଗଳାଘର,ଚାରିକୋଣ ଥିବା ଚାଳଘର l
ମଉନି ବାବା
ମୌନ ବ୍ରତ ଅବଲମ୍ବନ କରିଥିବା ବାବାଜି l
ମଉଳା ନିୟନ୍ତ୍ରଣ
ବ୍ରତ ଘର ଓ ବାହାଘର ଅନକୂଳ ପରେ ମାମୁଙ୍କ ନିକଟକୁ ଲୁଗାଯୋଡ, ନଡିଆ, ଚନ୍ଦନାଦି ଦ୍ରବ୍ୟ ସହିତ ପଠାଇ ନିମନ୍ତ୍ରଣ କରାଯିବା ପ୍ରଥା l
ମଉଳାଅମାସ୍ୟା
ମହାଳୟ ଅମାବାସ୍ୟା, ଏଇଦିନ ମହାଳୟା ଶ୍ରାଦ୍ଧ ଦିଆଯାଏ l
ମଉଳାପକ୍ଷ