भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଯାଉଁଳିଫାଶିଆ

କାନରେ ପିନ୍ଧା ଯାଉଥିବା ଯୋଡ଼ି ଫାଶିଆ l

ଯାଉଁଳିବନ୍ଧା

ଯୋଡ଼, ପୁଡ଼ା ବାନ୍ଧିବା ପାଇଁ ବ୍ୟବହୃତ ଲୁଗା ବା ଗାମୁଛା l

ଯାଉଁଳିବେତ

ଏକାଠି ବନ୍ଧାଥିବା ଦୁଇଟି ବେତ, ଏଥିରେ ପିଲାମାନଙ୍କୁ ଅବଧାନେ ପିଟି ଶାସନ କରନ୍ତି l

ଯାଉଁଳିମୁଦି

ଏକ ଆଙ୍ଗୁଠିରେ ପିନ୍ଧାଯିବା ଦୁଇଟି ମୁଦି l

ଯାଉଁଳିଶଙ୍ଖ

ଯୋଡ଼ଶଙ୍ଖ l

ଯାତ

ଦେବତାଙ୍କ ଉତ୍ସବ l

ଯାତ‌ଉପାସ

ଦିଅଁ ଦର୍ଶନ ନକରିବା ପର୍ଯ୍ୟନ୍ତ ଉପବାସ ରହିବା l

ଯାତତିଥ

ଯାତ୍ରା ତୀର୍ଥ l

ଯାତନାଟ

ଯାତ୍ରାଦିରେ ହେଉଥିବା ନାଚ ତାମସା l

ଯାତରା

୧. ଯାତ୍ରା l ୨. ଯାତ l ୩. ନାଟ୍ୟାଭିନୟ l ୪. ମେଳା l

ଯାତ୍ରା

୧. ଯାତରା, ଦେବତାଙ୍କ ଉତ୍ସବ l ୨. ଦେବ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ନାଟ୍ୟାଭିନୟ l ୩. ନାଚତାମସା l ୪. ଶ୍ରୀ ଜଗନ୍ନାଥଙ୍କ ଦ୍ଵାଦଶଯାତ୍ରା l ଯଥା : ସ୍ନାନ, ଶ୍ରୀଗୁଣ୍ଡିଚା, ଅୟନ, ଶୟନ, ପାର୍ଶ୍ଵପରିବର୍ତ୍ତନ, ଦେବ‌ଉତ୍‌ଥାପନ, ମକର, ଓଢ଼ଣ, ଦୋଳ, ଦମନକଚୋରି, ଚନ୍ଦନ ଓ ଚମ୍ପକଦ୍ଵାଦଶୀ ଯାତ୍ରା l

ଯାତ୍ରାକରିବା

ସର୍ବ ସାଧାରଣଙ୍କ ଦର୍ଶନ ଉଦ୍ଦେଶ୍ୟରେ ନୃତ୍ୟ, ଗୀତାଦି ଅଭିନୟ ଦେଖାଇବା l

ଯାତ୍ରାଖରଚ

ଚାକର, କୋଠିଆ ଓ ପିଲାମାନଙ୍କୁ ପର୍ବ-ପର୍ବାଣିରେ ପ୍ରଦତ୍ତ ପାରିତୋଷିକ, ମିଠେଇ ଖିଆ l

ଯାତ୍ରାଜମକ

ଯାତ୍ରାରେ ସୁଆଙ୍ଗ ଓ ଫାର୍ସ ଆଦି ବାହାରିବାବେଳେ ଲୋକ ଜମାହେବା l

ଯାତ୍ରାଦଳ

ଯାତ୍ରା ବା ନାଟ କରିବା ପାଇଁ ଗଠିତ ଦଳ l

ଯାତ୍ରୀଆଣିବା

ପୁରୀର ପଣ୍ଡାମାନେ ଭାରତର ବିଭିନ୍ନ ଅଂଚଳକୁ ଯାଇ ଯାତ୍ରୀ ଯୋଗାଡ଼ କରି ପୁରୀ ଆଣିବା l

ଯାତ୍ରୀଗୁମାସ୍ତା

ଯାତ୍ରୀ ଆଣିବା ପାଇଁ ପଣ୍ଡାମାନଙ୍କ ଦ୍ଵାରା ପ୍ରେରିତ କରଣ ଓ ଶୂଦ୍ରାଦି ବ୍ୟକ୍ତି l

ଯାତ୍ରୀବୃତ୍ତି

ଯାତ୍ରୀ ନେବା ଆଣିବା କରି ଜୀବିକା ନିର୍ବାହ ଯାହାର ବୃତ୍ତି l

ଯାନିଯାତରା

ପୁନିଅଁ ପରବ, ଦେବତାଙ୍କ ଉତ୍ସବ l

ଯୁଆଳି

ଜୁଆଳି, ହଳ କରିବାରେ ଗାଡି ଟାଣିବାରେ ବଳଦ ବେକରେ ରଖାଯିବା ବର୍ତ୍ତୁଳାକାର କାଠଖଣ୍ଡ l ହଳର ଯୁଆଳିରେ ଦୁଇଟି ସ‌ଅଳ କିଳା ମରାଯାଇଥାଏ l ଶଗଡ଼ ଯୁଆଳିରେ ଦୁଇ ମୁଣ୍ଡେ ଦୁଇଟି ବାକୁଲି କିଳା ଲାଗିଥାଏ l ଯୁଆଳିର ଠିକ ମଝିରେ ମରାଯାଇଥିବା କିଳାକୁ ଧର୍ମକଣ୍ଟା କୁହାଯାଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App