भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଯୁଗ

୧. ବାରବର୍ଷ କାଳର ସମୟ l ୨. ପଶାଖେଳରେ ଦୁଇଟି ଗୋଟି ଗୋଟିଏ ଘରେ ଏକାଠି ବସିବା l ୩. ଯୁଆଳି l ୪. ଚାରିଯୁଗ ସତ୍ୟ, ତ୍ରେତୟା, ଦ୍ଵାପର, କଳି l

ଯୁଗଳ

ଯୋଡ଼ି ବା ଦୁଇଜଣ l

ଯୁବାକନ୍ୟା

ଯୁବତୀ, ବଢ଼ିଲା ଝୁଅ, ରଜସ୍ଵଳା କନ୍ୟା l

ଯୁବାଘର

ଆଦିବାସୀ ଯୁବକମାନଙ୍କ ଗୀତ, ନୃତ୍ୟାଦି ନିମିତ୍ତ ଗ୍ରାମରେ ଥିବା କୋଠାଘର l ଏଠାରେ ଏମାନେ ମଧ୍ୟ ଏକାଠି ଶୁଆବସା କରନ୍ତି l ଏହାକୁ ମଣ୍ଡଘର, ଧାଙ୍ଗଡ଼ାଘର ମଧ୍ୟ କୁହାଯାଏ l

ଯୂପକାଠ

ବଳିଦେବା ନିମିତ୍ତ ଦୁଇ କେନିଆ ଉପରଭାଗ ଥାଇ ପୋତାଯାଇଥିବା ହଳଦୀ, ସିନ୍ଦୂର ଓ ଫୁଲ ଚନ୍ଦନଦିଆ ପୂଜାଖୁଣ୍ଟି l

ଯୋକିଆ

ଦୁଇମୁଣ୍ଡ ବଙ୍କା ଥିବା ଲୁହାକଣ୍ଟା, ଏହାକୁ ଲଙ୍ଗଳ ମୁଣ୍ଡାରେ ଲଙ୍ଗଳ ଲୁହାକୁ ଅଟକାଇ ରଖିବାକୁ ବିନ୍ଧାଯାଏ l

ଯୋଗଣୀ

ଯୋଗିନୀ, ଡାଆଣୀ l

ଯୋଗସାଧିବା

ଯୋଗ ଅଭ୍ୟାସ କରିବା l

ଯୋଗାଡିଆ

ଜିନିଷ ପତ୍ର ଯୋଗାଇ ଦେଉଥିବା ବ୍ୟକ୍ତି, ଯୋଗାଡ଼ କରୁଥିବା ବ୍ୟକ୍ତି l

ଯୋଗୀ

ନାଥ ସଂପ୍ରଦାୟର ବ୍ୟକ୍ତି, ଏମାନେ ନାଉଥାଳ ଧରି ଭିକ୍ଷା କରନ୍ତି l

ଯୋଗୀଥାଳ

ଯେଉଁ ଥାଳଧରି ଯୋଗୀ ଭିକ୍ଷା କରନ୍ତି l ଏହା ଶୁଖିଲା ଲାଉ ଖୋଳପାରେ ତିଆରି, ଏହାକୁ ଭିକାରିଥାଳ କୁହାଯାଏ l

ଯୋଚିବା

ବଳଦଙ୍କୁ ଶଗଡ଼, ହଳ ବେଙ୍ଗଳା, ଘଣା ଇତ୍ୟାଦି କାମ ପାଇଁ ଲଗାଇବା l

ଯୋଡ

୧. ଲୁଗା ଓ ତା’ର ଏକ ସାର l ୨. ସରୁ ପାଣିଧାର l ୩. ଦୁଇ ପଦାର୍ଥକୁ ଏକାଠି କରିବା l

ଯୋଡ଼ିଆଷାଢ଼

ମଳମାସ ହେତୁ ଏକକାଳୀନ ପଡୁଥିବା ଦୋମାସୀ ଆଷାଢ଼ l ପ୍ରଭୁ ଜଗନ୍ନାଥଙ୍କର ନବକଳେବର ହୁଏ l

ଯୋଡ଼ିଘର

କାଞ୍ଜିଆହୁଦା l

ଯୋଡ଼ିନାଗରା

ଘୋଡ଼ାନାଚ ଅଥବା ବିବାହାଦି ମାଙ୍ଗଳିକ କାର୍ଯ୍ୟବେଳେ ମହୁରୀ ସହିତ ବାଜୁଥିବା ଦୁଇଟି ନାଗରା l

ଯୋଡିପିଆଦା

ଜମିଦାରଙ୍କ ଠାରୁ ପ୍ରେରିତ ତଲବ ଆଣିଥିବା ଦୁଇଜଣ ପିଆଦା l

ଯୋଡ଼ିମହୁରୀ

ଘୋଡ଼ାନାଚ ଅଥବା ମାଙ୍ଗଳିକ କାମରେ, ଉତ୍ସବ ଇତ୍ୟାଦିରେ ବାଜୁଥିବା ଦୁଇଟି ମହୁରୀ l

ଯୋଡିମୁଦି

ଦୁଇଟି ତାରରେ ଗୁଡା ହୋ‌ଇଥିବା ମୁଦି l

ଯୋଡ଼ିଶଙ୍ଖ

ଏକାଠି ବଜାଯାଉଥିବା ଦୁଇଟି ଶଙ୍ଖ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App