भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234Next >

ଯ‌ଅ

ଯବଧାନ, ଶସ୍ୟ l

ଯଜମାନ

ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ତାଙ୍କ ଦ୍ଵାରା ହୋମ ଯଜ୍ଞାଦି କରାଉଥିବା ବ୍ୟକ୍ତି l

ଯଜ୍ଞ

ବେଦୋକ୍ତ ହୋମ, ପୂଜାବିଧି, ଦେବତାମାନଙ୍କୁ ଘୃତାହୂତି ଦେଇ ଆବାହନ l

ଯଜ୍ଞକୁଣ୍ଡ

ଯେଉଁ ହୋମ କୁଣ୍ଡରେ ଅଗ୍ନି ଜଳାଇ ଘିଅ ଆହୂତି ଦିଆଯାଏ l

ଯଜ୍ଞବେଦି

ଯେଉଁ ବେଦି ଉପରେ ଯଜ୍ଞ କରାଯାଏ l

ଯଜ୍ଞମଣ୍ଡପ

ଯେଉଁ ମଣ୍ଡପରେ ଯଜ୍ଞ କର୍ମ ସଂପନ୍ନ କରାଯାଏ l

ଯମଦାଢ଼

ଦୁଇ ପାଖରେ ଧାରଥିବା ଖଡ୍‌ଗ, କଟାରି l

ଯମଦୁତୀୟା

କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଦ୍ଵିତୀୟା, ଏଇଦିନ ଭାଇମାନଙ୍କୁ ଭ‌ଉଣୀମାନେ ମିଷ୍ଟାନ୍ନ ଆଦି ଖୋ‌ଇଥାନ୍ତି l

ଯମଦୂତ

ମୃତବ୍ୟକ୍ତିର ଆତ୍ମାକୁ ପୃଥିବୀରୁ ଯମଙ୍କ ନିକଟକୁ ନେଉଥିବା ବ୍ୟକ୍ତି l

ଯମମାସ

ଧର୍ମମାସ, କାର୍ତ୍ତିକମାସ l

ଯାଆ

ଦେଢ଼ସୁର ବା ଦିଅରଙ୍କ ପତ୍ନୀ l

ଯାଆଁବାଳ

ପିଲାର ପ୍ରଥମ ବାଳକଟା, କୌଣସି ଦେବ ଦେବୀ ପୀଠରେ ମାନସିକ କରି ପିଲାକୁ ଲଣ୍ଡା କରାଇବା l

ଯାଆଁଳ

ବଡ଼ ମାଛର ବହୁ ପିଲା, ଶିଶୁମାଛ l

ଯାଆଁଳ ଖେଳାଇବା

ବଡ଼ ମାଛ ଛୁଆମାନଙ୍କୁ ଖେଳିବାକୁ ଛାଡ଼ି ଦେଇ ନିଜେ ଜଗିବା l

ଯାଆଁଳ ଛାଡ଼ିବା

ଯାଆଁଳ ଆଣି ନିଜ ଜଳାଶୟ ବା ପୋଖରୀରେ ଛାଡ଼ିବା l

ଯାଆଁଳା

ଏକ ସମୟରେ ମାଆ ଗର୍ଭରୁ ଜନ୍ମିଥିବା ଦୁଇଟି ଶିଶୁ l

ଯାଉଁଳି

ଯୋଡ଼ି, ବୁଜୁଳି, କାନ୍ଧର ଉଭୟପଟକୁ ଓହଳିଥିବା ଏକ ଲୁଗା ବା ଗାମୁଛାରେ ବନ୍ଧା ଦୁଇ ପୁଟୁଳା l ବ୍ରତ ବେଳେ ବଡୁ ଯାଉଁଳି ପକାଏ l ଚକୁଳିଆପଣ୍ଡାମାନେ ଯାଉଁଳି ପକାନ୍ତି l

ଯାଉଁଳିଆଗୁଣା

ନାରୀମାନେ ନାକରେ ପିନ୍ଧୁଥିବା ଯୁଗଳ ଗୁଣା l

ଯାଉଁଳିକବାଟ

ଚୌକାଠରେ ଲାଗିଥିବା ଯୋଡ଼ି କବାଟ l

ଯାଉଁଳିନୋଳି

ଦୁଇଟି ନୋଳି ଏକତ୍ର ଯୋଡ଼ା ହୋ‌ଇ ତିଆରି ହୋ‌ଇଥିବା ନୋଳି l
< previous1234Next >

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App