Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ରଇ
ଚିତାନିଆଁ, ମଶାଣିର ଜୁଇଗାଡ଼ରେ ଲଗାଯିବା ନିଆଁ l
ରଇକାଟିବା
ଉପରମୁଣ୍ଡର ପାଣିକୁ ନାଳି କରି ତଳ ଆଡ଼କୁ ଛାଡ଼ି, ମାଛଧରିବା l
ରଇକାଠ
ଶବଦାହ ପାଇଁ ବ୍ୟବହୃତ କାଠ l
ରଇଗାଡ
ଜୁଇଗାଡ଼, ଶବଦାହ ପାଇଁ ଖୋଳାଯିବା ଚୁଲା l
ରଇଜଳାଇବା
ଜୁଇଗାଡ଼ରେ କାଠ ଖଂଜି, ଏଥିରେ ଶବକୁ ରଖି ନିଆଁ ଲଗାଇବା l
ରଇତ
ରାଜ୍ୟବାସୀ ପ୍ରଜା, ଚାଷୀ l
ରଇତଭାଗିଆ
ଖମାରୋଇ, ରଇତଠାରୁ ଖଜଣାଦି ଅସୁଲ କରି ଜମିବାଡ଼ି ଦେଖାଶୁଣା କରୁଥିବା ବ୍ୟକ୍ତି l
ରଇଶୀତଳା
ଶବଦାହର ତୃତୀୟ ଦିନରେ ପଇଡ଼ ପାଣି ଛିଞ୍ଚି ଚିତାଗ୍ନି ପ୍ରଶମନ, ଅସ୍ଥି ସଂଗ୍ରହ ଓ ଭସ୍ମ ସଂଗ୍ରହାଦି କର୍ମ l
ରକଟା
ମଜା ହୋଇ ନଥିବା ଅଇଁଠା ବାସନରେ ଲାଗିଥିବା ଶୁଖିଲା ଖାଦ୍ୟାଂଶ l
ରକଟା ଛଡ଼ାଇବା
ଶୁଖିଲା ଖାଦ୍ୟାଂଶ ଲାଗିଥିବା ଅଇଁଠା ବାସନକୁ ମାଜି ସଫା କରିବା l
ରକା
କଙ୍କାଳ, ବେକାଦି ସ୍ଥାନରେ ଅଟକିଯାଇ କଷ୍ଟ ଦେଉଥିବା ବାୟୁ l ପବନ ଅଟକ l
ରକ୍ତ କାଟିବା
ରକ୍ତ ସଂପର୍କୀୟ କୁଟୁମ୍ବିତାକୁ ଅସ୍ଵୀକାର କରିବା l ସାମାଜିକ ଉତ୍ସବରେ ଏମାନଙ୍କୁ ନିମନ୍ତ୍ରଣ ନକରିବା l
ରକ୍ତଆମାଶା
ନାଳରକ୍ତ ଝାଡା l
ରକ୍ତସଂପର୍କ
ଜନ୍ମ ଓ ବିବାହାଦି ଦ୍ଵାରା ଗଢି ଉଠିଥିବା ଅବିଚ୍ଛିନ୍ନ ସଂପର୍କ l
ରକ୍ଷିତା
ରକ୍ଷେଈ ମାଇପ, ବିବାହ ନକରି ସ୍ତ୍ରୀ ରୂପେ ଚଳୁଥିବା ନାରୀ l
ରଖା(ଖେ)ଈ
ରକ୍ଷିତା ସ୍ତ୍ରୀ, ବାହା ନହୋଇ ପତ୍ନୀ ରୂପେ ଚଳୁଥିବା ନାରୀ l
ରଖିଆ
କୌଣସି ନାରୀକୁ ବିବାହ ନକରି, ତା’ ସହିତ ସ୍ଵାମୀ ଭାବରେ ଚଳୁଥିବା ପୁରୁଷ l
ରଗଡ଼
ମୃଦଙ୍ଗ ତାଳବାଦ୍ୟର ବିଶେଷ ଚମତ୍କାର ଅବସ୍ଥାର ବାଦ୍ୟଶୈଳୀ l
ରଗଡ଼ାବାଲି
ବଡ଼ ବଡ଼ ଦାନାଥିବା ବାଲି l
ରଗଡ଼ିବା