भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ରଙ୍କା

ଖାଦ୍ୟ ଦ୍ରବ୍ୟ ପ୍ରତି ଲାଳସୀ l

ରଙ୍ଗକାଢିବା

ହୁନ୍ଦର କରିବା, ଛ‌ଇ ଦେଖାଇବା l

ରଙ୍ଗକାର

ଚିତ୍ରକର l

ରଙ୍ଗଖେଳ

ହୋଲି ଖେଳ, ହୋଲି ଉତ୍ସବରେ ପରସ୍ପରକୁ ରଙ୍ଗ ଫିଙ୍ଗିବା ଖେଳ l

ରଙ୍ଗଘର

ନାଟ ଶିକ୍ଷା ପାଇଁ ଆଖଡ଼ାଘର, ବେଶଘର l

ରଙ୍ଗତାକାଚ

ପନି ମଡା ହୋ‌ଇ ହାତରେ ପିନ୍ଧା ଯାଉଥିବା ଚୁଡି l

ରଙ୍ଗତାମସା

ନାଟ ତାମସା l

ରଙ୍ଗସଭା

ସୁଆଙ୍ଗ, ନାଚ ତାମସା l

ରଜ

ଜ୍ୟେଷ୍ଠ ମାସର ମାସାନ୍ତ ଓ ଶେଷ ଦିନ ଏବଂ ଆଷାଢ଼ର ଆରମ୍ଭ ଦିନ – ଏଇ ତିନି ଦିନ ପାଳିତ ପର୍ବ l ପ୍ରଥମଦିନ ପହିଲିରଜ, ଦ୍ଵିତୀୟଦିନ ରଜସଂକ୍ରାନ୍ତି, ତୃତୀୟ ଦିନ ଭୂଇଁନ‌ଅଣ l ଏଇ ଉତ୍ସବରେ ଦୋଳି ବା ବାଗୁଡ଼ି ଖେଳ ହୁଏ l ପୋଡ଼ପିଠା ଖିଆଯାଏ l ଘରେ ଘରେ ଆନନ୍ଦ ଉତ୍ସବ ଲାଗିରହେ l ଏହା ଏକ କୃଷିଭିତ୍ତିକ ପର୍ବ l

ରଜଦୋଳି

ରଜ ପର୍ବରେ ଖେଳା ଯାଉଥିବା ଦୋଳିଖେଳ l ଏହା ପୁଣି ବାଉଁଶଦୋଳି, ଦ‌ଉଡ଼ାଦୋଳି ଓ ଚକ୍ରଦୋଳି ଭେଦରେ ଭିନ୍ନ ଭିନ୍ନ l କୁମାରୀମାନେ ଦୋଳିଗୀତ ଗାଇ ଦୋଳିରେ ଝୁଲନ୍ତି l

ରଜପୋଡ଼ପିଠା

ରଜ ଉତ୍ସବରେ ଖିଆ ଯାଉଥିବା ପୋଡପିଠା l ବିରିଚାଉଳ ବଟାକୁ ନଡିଆ ଛେନା ପୁରଦେଇ ଏଇ ପିଠା ପୋଡାଯାଏ l

ରଜା

ରାଜା, ରାଜ୍ୟର ମୁଖ୍ୟ l

ରଜାଉଆସ

ରାଜାଙ୍କ ଅନ୍ତଃପୁର l

ରଞ୍ଜା

ଲତା ଜାତୀୟ ଫସଲ ମାଡିବା ପାଇଁ ଦିଆଯାଇଥିବା ବାଡ, ଅଗିରାଦି l

ରଡନିଆଁ

ନିଆଁରେ ଦହକ, ଦହକନିଆଁ l

ରଣକୁହୁଡ଼ି

ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଘୋଟିଥିବା କୁହୁଡ଼ି l

ରଣଘଣ୍ଟ

ଦୋଳ ପୁନେଇଁ ସମୟରେ ଶୂଦ୍ରାଦି ଲୋକଙ୍କ ଦ୍ଵାରା ଅନୁଷ୍ଠିତ ନାଟ l

ରଣପା

କାଠ ବା ବାଉଁଶ ତିଆରି ଡେଙ୍ଗା ପାଦୁକା l ଏହା ତଳୁ ଦୁଇହାତ ଉଚ୍ଚ, ଏଥିରେ ଗୋଡ଼ ରଖିବା ପାଇଁ ଖାନ୍ଦି କରାଯାଇଥାଏ l ଏଇ ଖାନ୍ଦି ଉପରେ ଗୋଡ଼ ରଖି, ଦ‌ଉଡ଼ାରେ ଏହା ସହିତ ଗୋଡ଼ବାନ୍ଧି ଚଲାଯାଏ l

ରଣବାଜା

ଯୁଦ୍ଧବାଦ୍ୟ, ଟମକ, ନିଶାଣ, ଧେଣ୍ଡୁରାଦି ବାଦ୍ୟର ବୀରତ୍ଵ ପୂର୍ଣ୍ଣ ସ୍ଵରରେ ବାଦନ l

ରତା

ମାଗୁର ଜାତୀୟ ଛୋଟ ପଙ୍କୁଆ ମାଛ, ଏହା ମୁଣ୍ଡରେ ଶିଙ୍ଗ ଥାଏ ଓ ଏହାକୁ ଧରିବାବେଳେ ଶିଙ୍ଗ ଫୁଟିଯାଏ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App