Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ରଥ
ଶକଟାଦି ଚକ୍ରଯାନ l ଏହାର ଉପରଭାଗ ବିମାନାକାର, ଏହାକୁ ଘୋଡ଼ା, ହାତୀମାନେ ଟାଣନ୍ତି l ରାଜାମାନେ ରଥାରୋହଣ କରନ୍ତି l ଏହାର ଚାଳକକୁ ସାରଥୀ କୁହାଯାଏ l
ରଥକାର
ରଥ କାରିଗର l
ରଥଗୀତ
ରଥ ଟାଣିବାବେଳେ ଟାଣୁଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଡାହୁକ ଗାଉଥିବା ଅଶ୍ଳୀଳ ଗୀତ l
ରଥଭୋଗ
ରଥରେ ଯାଉଥିବା ଦିଅଁଙ୍କୁ ନୈବେଦ୍ୟ ସମର୍ପଣ l
ରଥଯାତ
ରଥଯାତ୍ରା l ଶ୍ରୀଗୁଣ୍ଡିଚା l ଶ୍ରୀ ଜଗନ୍ନାଥଙ୍କର ବିଶ୍ଵ ବିଖ୍ୟାତ ଗୁଣ୍ଡିଚା ଯାତ୍ରା l ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ ଅନୁଷ୍ଠିତ ହୁଏ l ଆଷାଢ଼ ମାସ ଶୁକ୍ଳ ଦ୍ଵିତୀୟାରେ ଏଇ ଯାତ୍ରା ହୁଏ l ପ୍ରଭୁ ବଳଦେବଙ୍କୁ ତାଳଧ୍ଵଜ, ସୁଭଦ୍ରାଙ୍କୁ ଦେବଦଳନ, ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବସାଇ ରଥ ଟଣାଯାଏ l ଏହାର ନଅଦିନ ପରେ ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହୁଏ l ଲିଙ୍ଗରାଜ ଦେବଙ୍କର ଅଶୋକାଷ୍ଟମୀ ଦିନ ରଥଯାତ୍ରା ହୁଏ, ତାଙ୍କ ରଥର ନାମ ରୁକୁଣାରଥ l
ରନ୍ଦା
କାଠକୁ ପାଲିସ କରିବା ପାଇଁ ବ୍ୟବହୃତ ବଢେଇ ଯନ୍ତ୍ର l ଲମ୍ବକାଠ ମଧ୍ୟରେ ଖଣ୍ଡେ ଧାରୁଆ ଲୁହାପାତ ପଶିଥାଏ l ଏହାକୁ କାଠ ଉପରେ ଟାଣିଲେ ଧାରୁଆ ପାତଦ୍ଵାରା କାଠ ପାଲିସ୍ ହୁଏ l ଲମ୍ବରନ୍ଦା ଓ ମାଠରନ୍ଦା ଇତ୍ୟାଦି ବିଭିନ୍ନ ରନ୍ଦା ଥାଏ l
ରନ୍ଦାକାଠ
ରନ୍ଦାମରା ବେଳେ ପାଲିସକରା କାଠରୁ ଗଳୁଥିବା ଗୁଣ୍ଡକାଠ l
ରନ୍ଦାପତର
ରନ୍ଦାରେ ବ୍ୟବହୃତ ଧାରୁଆ ଲୁହାପାତ l
ରନ୍ଧାଜଡ଼ା
ଗବ ମଞ୍ଜିକୁ ବାଟି ପାଣିରେ ସିଝାଇ ବାହାର କରାଯିବା ତେଲ l
ରନ୍ଧାପାଳି
ବଡ ପରିବାରରେ ରନ୍ଧାରନ୍ଧି କରିବା ପାଇଁ ଜଣକର ପାଳି l
ରମ୍ଭାତରୁ
ଆପଣାଛାଏଁ ଉଠୁଥିବା ଗଛ l
ରଶି
ଦଉଡି l
ରଶିଦେବା
ବେକରେ ଦଉଡି ଫାଶ ଲଗାଇ ଆତ୍ମହତ୍ୟା କରିବା l
ରସ
ଲୋକ ଚିକିତ୍ସାରେ ବ୍ୟବହୃତ ବିବିଧ ବୃକ୍ଷର ଛେଲି, ପତ୍ରାଦିକୁ ଛେଚାଯାଇ ତହିଁରୁ ମିଳୁଥିବା ନିର୍ଯ୍ୟାସ l
ରସକଦମ୍ବ
ଗଛବାଣ, ବାରୁଦ ଦ୍ଵାରା ତିଆରି କଦମ୍ବ ଗଛ ଭଳି ଖୁବ୍ ଜୋରରେ ଶବ୍ଦ କରୁଥିବା ବାଣ l
ରସକଦମ୍ବା
ଚୁଡାଗୁଣ୍ଡରେ ଚିନି ପାଗହୋଇ ପ୍ରସ୍ତୁତ ହେଉଥିବା ଏକ ପ୍ରକାର ମିଷ୍ଟାନ୍ନ l
ରସକୋରା
ଚିନିରେ ପାଗ ହୋଇଥିବା କୋରାନଡ଼ିଆରେ ବଳା ଯାଇଥିବା ଲଡୁ l
ରସଖଇ
ଚିନି ଉଖୁଡ଼ା, ଚିନିପାଗ କରାଯାଇଥିବା ଖଇ l
ରସଗୋଲା
ଦୁଧ ଛେନାରେ ପ୍ରସ୍ତୁତ ଚିନି ସିରାରେ ପଡିଥିବା ନରମା ଓ ସୁଆଦିଆ ମିଷ୍ଟାନ୍ନ l
ରସଫେଣା