Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ରସାଣ
ପାଲିସ୍ କରିବା l
ରସାଣ ପଥର
କଠିନ ପଥର, ଏଥିରେ ସୁନା ଘଷିଲେ ସୁନାର ଜ୍ୟୋତି ବାହାରେ l କଷଟି ପଥର l ସୁନାର ଖାଣ୍ଟିପଣ ପରଖ ପାଇଁ ଏହା ବ୍ୟବହୃତ l
ରାଆଁତାଳି
ଧାନକଟା ବେଳେ ବିଲରୁ ଧାନ ସାଉଁଟୁଥିବା ଦରିଦ୍ର ଶ୍ରେଣୀର ଲୋକ l
ରାଇ
ସୋରିଷ ବାଟଣ ଦେଇ ତିଆରି କରାଯାଉଥିବା ତିଅଣ l
ରାଇ(ଏ)ଗୁରୁ
ରାଜାଙ୍କର ମନ୍ତ୍ରଗୁରୁ, ରାଜପୁରୋହିତ l
ରାଇତା
ପରିବା ସହିତ ସୋରିଷ ବାଟଣ ଓ ଖଟା ଦେଇ ପ୍ରସ୍ତୁତ ତରକାରି l
ରାଇଦାମୋଦର
କାର୍ତ୍ତିକ ମାସରେ ରାଧାକୃଷ୍ଣ ପୂଜା l ବିଧବାମାନେ ବାଲୁଙ୍କା ପୂଜା ସହିତ ଏଇ ବ୍ରତ ପାଳନ କରନ୍ତି l
ରାଉତ
୧. ରାଜାଙ୍କର ସୈନ୍ୟ l ୨. ଘୋଡାନାଚର ଚରିତ୍ର l
ରାଉଳ
ଦେବୀ ପୂଜକ ଶୂଦ୍ରଜାତି, ମାଳୀ l
ରାଖୀ
ରକ୍ଷାସୂତ୍ର l ଗହ୍ମାପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ହଳଦୀବୁଡା ସୂତା ବାନ୍ଧିଦିଏ, ଭାଇ ଏହାକୁ ବାନ୍ଧି ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଏ l
ରାଖୀପୂର୍ଣ୍ଣମୀ
ଗହ୍ମା ପୁନେଇଁ l ଶ୍ରାବଣ ପୂର୍ଣ୍ଣମୀ, ବଳଭଦ୍ର ଜନ୍ମ l
ରାଜଜେମା
ରାଜାଙ୍କ କନ୍ୟା, ରାଜଝିଅ l
ରାଜଟୀକା
ରାଜାମାନେ ସମ୍ରାଟଙ୍କ ମଥାରେ ପିନ୍ଧାଉଥିବା ଟୀକା l
ରାଜନଅର
ରାଜାଙ୍କ ଅନ୍ତପୁର, ବାସସ୍ଥଳ l
ରାଜବାଟୀ
ରାଜାଙ୍କ ଉଆସ l
ରାଜରାଣୀ
ରାଜାଙ୍କ ଧର୍ମପତ୍ନୀ l
ରାଜା
ରଜା, ରାଜ୍ୟମୁଖ୍ୟ, ରାଜ୍ୟ ଶାସକ l
ରାଜାଅଙ୍ଗିଲା
ରାଜା ବା ସାମନ୍ତଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ସ୍ଥାପିତ ଓ ପରିଚାଳିତ ଜେଗାଘର l
ରାଜିଖୁସିବାହା
ଆଦିବାସୀ ସଂପ୍ରଦାୟରେ ପ୍ରଚଳିତ ବରକନ୍ୟାଙ୍କ ପରସ୍ପର ସମ୍ମତିରେ ଅନୁଷ୍ଠିତ ବାହା l
ରାଣନିୟମ