भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ରାଣୀ

ରାଜାଙ୍କ ପତ୍ନୀ l

ରାଣୀହଂସପୁର

ଉଆସ, ଅନ୍ତଃପୁର l

ରାଣ୍ଡ

ବିଧବା l

ରାଣ୍ଡଛେଉଣ୍ଡ

ବାପା, ମାଆ ଓ ସ୍ଵାମୀହରା l

ରାଣ୍ଡବିଭା

ବିଧବା ବିବାହ l

ରାଣ୍ଡରପୁଅ

ନିରାଶ୍ରୟା ଦରିଦ୍ର ବିଧବାର ପୁଅ l

ରାଣ୍ଡହାତ

କାଚ, ଶଙ୍ଖା କଢାଯାଇଥିବା ହାତ l

ରାଣ୍ଡିଆ

କାମୁକ, ବେଶ୍ୟାଶକ୍ତ, ଚରିତ୍ରହୀନ, ଲମ୍ପଟ l

ରାଣ୍ଡିଖଣ୍ଡି

ନିରାଶ୍ରୟା ବିଧବା l

ରାଣ୍ଡୀ

ବିଧବା l

ରାତିଜଳକା

ଅନ୍ଧାରକଣା l

ରାବଣଛାୟା

ଏକ ପ୍ରକାରର କଣ୍ଢେଇନାଟ, ଛାୟାକଣ୍ଢେଇ ନାଟ l

ରାମତାଳି

ଦାସକାଠି, ଦୁଇଟି ସରୁ ଲମ୍ବା ପତଳା କାଠିକୁ ହାତରେ ବଜାଇବା ଓ ତାଳଦେବା l

ରାମନବମୀ

ଚୈତ୍ର ଶୁକ୍ଳ ନବମୀ, ରାମଙ୍କ ଜନ୍ମ ଉତ୍ସବ l ରାମଲୀଳା ଅଭିନୟ କରାଯାଏ l

ରାମନାମୀ

ରାମଲୀଳା ଅଭିନୟ l

ରାମରଜ

ସାଇଯାତ୍ରାରେ ନାଗାମାନେ ଦେହରେ ବୋଳି ହେଉଥିବା ଏକ ପ୍ରକାରର ହଳଦିଆ ମାଟି l

ରାମଲୀଳା

ରାମଚରିତ ବା ରାମାୟଣର ସଂପୂର୍ଣ୍ଣ ଅଭିନୟ l ବିଶେଷ ଘଟଣା ଗୁଡିକର ଅଭିନୟ l ଏଥିରେ ଗୀତ ଓ ବଚନିକା ଉଭୟ ନୃତ୍ୟ ସହିତ ପରିବେଷିତ ହୋ‌ଇଥାଏ l ଏହା ଏକ ପ୍ରମୁଖ ଲୀଳାଯାତ୍ରା l ବିଶେଷତଃ ଦେବମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣରେ ଏହା ଅଭିନୀତ ହୁଏ l

ରାମଶିଆଳ

ଏକ ପ୍ରକାରର ବଡ଼ ବିଲୁଆ l

ରାମାନନ୍ଦୀଚିତା

ମଥାରେ ରାମାନନ୍ଦୀ ଚିତା ତିଲକ ଲଗାଇବା, ଏହା ମଥାରୁ ନାକର ଅଧା ପର୍ଯ୍ୟନ୍ତ ଦୁଇଧାର ହୋ‌ଇ ଲମ୍ବିଥାଏ l ଏହାର ଦୁଇପାଖ ଓ ମଝି ମଧ୍ୟ ଧଳା l

ରାଶିତେଲ

ରାଶିର ନିର୍ଯ୍ୟାସ l ମାଲପା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App