Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ରାଶିପାନ
ଛୋଟ ଆକାରର ପାନ l
ରାଶିଲଡୁ
ଖସା ବା ରାଶି ଭାଜି ଗୁଡରେ ପାଗ କରି ବଳାଯାଇଥିବା ଲଡୁ l ଏହା ଗଣେଶଙ୍କୁ ଭୋଗ କରାଯାଏ l
ରାସ
ରାହାସ, ରାଧା କୃଷ୍ଣଙ୍କର ଯୁଗଳ ମିଳନ ଜନିତ ଗୀତ-ନୃତ୍ୟ l କାର୍ତ୍ତିକ ମାସରେ ବସନ୍ତରାସ ଉତ୍ସବ କରାଯାଏ l
ରାସବେଦି
ରାସ ମଣ୍ଡପ l କଦମ୍ବ ଗଛ ନିକଟରେ ଏଇ ମଣ୍ଡପ ହୋଇଥାଏ l ବିଭିନ୍ନ ପତ୍ରପୁଷ୍ପରେ ରାସକୁଞ୍ଜ ସଜାଯାଇଥାଏ l ମଝିରେ ରାଧାକୃଷ୍ଣ ମୂର୍ତ୍ତି ରଖି ରାସଗୀତ ଗାନ କରାଯାଏ l
ରାସଯାତ୍ରା
କାର୍ତ୍ତିକ ପୂର୍ଣ୍ଣିମାରେ ରାସଲୀଳାର ଅଭିନୟ l ଏଥିରେ ରାଧା, କୃଷ୍ଣ, ସଖୀ, ଗୋପୀ ଚରିତ୍ର ଥାଆନ୍ତି l ଅଭିନୟ କାଳରେ ଚରିତ୍ରମାନେ ସଂଗୀତ ଗାନ କରିବା ସହିତ ନୃତ୍ୟ କରନ୍ତି l
ରାହାଡି
ବାଳୁଙ୍ଗା ଧାନ ଓ ଏହାର ଗଛ l
ରାହାଧରାଳି
ଘର ଛପର ବେଳେ ମୂଲିଆ ଯୋଗାଣକାରୀ ମୁଖ୍ୟ ମୂଲିଆ l
ରାହାସ
ରାସ, ରାସଯାତ୍ରା, ରାସଲୀଳା l
ରାହାସମାଣ୍ଡୁଆ
ପର୍ବ ପର୍ବାଣିରେ ସଂକୀର୍ତ୍ତନ ଓ ନୃତ୍ୟାଦି ପ୍ରଦର୍ଶନ ପାଇଁ ଗାଁ ମଝିରେ ହେଉଥିବା ଛାମୁଡ଼ିଆ l
ରାହୁଆମାଟି
ଉର୍ବରା ଚାଷୋପଯୋଗୀ ମାଟି l
ରିଠାଫଳ
ଇଠାଫଳ, ଏହାକୁ ପାଣିରେ ଚକଟି ପାଟଲୁଗା ସଫା କରାଯାଏ, ସୁନା ଅଳଂକାର ମଧ୍ୟ ଏଥିରେ ମଜାଯାଏ l
ରୁଆ
୧. ଧାନ ତଳି ପକାଇ ଛୋଟ ଚାରାଗଛକୁ କାଦୁଆ ବିଲରେ ପୋତିବା l୨. ଗୋଟିଏ ମାଳକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜପିବା l ୩. ଗଛ ଛେଲିର ତନ୍ତୁ l
ରୁଆଗୁଣା
ଛୋଟ ଛୋଟ ବିନ୍ଦୁ ସୁନା ଖପା ଯାଇଥିବା ନାକଗୁଣା l
ରୁଆବସାଇବା
ଅଳଂକାରରେ ସୁନା, ରୁପାର ଝରାମାନ ଖଂଜିବା l
ରୁକୁଣାରଥ
ଲିଙ୍ଗରାଜଙ୍କ ରଥଯାତ୍ରାରେ ବ୍ୟବହୃତ ରଥ l ଏହାର ବାହୁଡ଼ା ନଥାଏ l
ରୁଖା
ଦୀପ ରଖିବାର କାଠ ତିଆରି ଆଧାର l ତଳେ ଏକ ମାଢିକାଠ ଉପରେ ସରୁ ଖୁଣ୍ଟ ଥାଏ ଓ ଉପରେ ଥାପନା କାଠ ଲାଗି ଏହା ଉପରେ ଦୀପ ରଖାଯାଏ l
ରୁଖାଭାତ
ତୁଚ୍ଛା ଭାତ, ତରକାରି ନଥାଇ ଖିଆଯିବା ଭାତ l
ରୁଢ
ମୁହଁରେ ବଢିଥିବା କେଶମୂଳ l
ରୁଷିଆଣିଘର
ବର ସହିତ ଆସିଥିବା ବରଯାତ୍ରୀମାନଙ୍କ ପାଇଁ ବ୍ୟବସ୍ଥିତ ବିଶ୍ରାମ ଘର l
ରୂଢବଢି