Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଲଇ
ବେତ, କୋରଟ, କିଆପଟ, ଛଣପଟ ଓ ଗଛଛାଲରୁ ବାହାରୁଥିବା ତନ୍ତୁ, ଏହାକୁ ବାନ୍ଧେଣି ରୂପେ ବ୍ୟବହାର କରାଯାଏ l
ଲଇଖଡୁ
ଶିଶୁମାନେ ପିନ୍ଧୁଥିବା ଲଇ ଭଳି ଗୁଡା ହୋଇଥିବା ପତଳା ଖଡୁ l
ଲଇଗଣ୍ଠି
ଲଇଦ୍ଵାରା ବତା ବା ଛଣ ଆଦିକୁ ଭିଡା ଯାଉଥିବା ଗଣ୍ଠି l
ଲଉଡ଼ି
ନଉଡ଼ି l ଦୋଳ ପୁନେଇଁରେ ଗୋପାଳମାନଙ୍କ ଦ୍ଵାରା ପ୍ରଦର୍ଶିତ ବାଡି ଖେଳ ଓ ଗୀତ ଗାନ l ଏଥିରେ ଶିଙ୍ଗା ବଜାଯାଏ l
ଲଉଲୀ
ନହୁଲୀ, ଯୁବତୀ l
ଲଉଲୀବୟସୀ
ନବଯୁବା, ନବଯୌବନା l
ଲକି
ପିତଳର ତସଲା l
ଲକ୍ଷ୍ମୀପାଟ
ଦେଉଳର ଦୁଆର ବନ୍ଧ ଉପରେ ଖଞ୍ଜା ଯାଉଥିବା ପଥରଖଣ୍ଡ l
ଲକ୍ଷ୍ମୀପାଦ
ନାରୀମାନେ ଘରର ଚଟାଣରେ ଲକ୍ଷ୍ମୀପାଦ କଳ୍ପିତ ପାଦର ଚିତା ଲେଖିବା, ଚିତାରେ ପାଦ ଚିତ୍ରିତ କରିବା l
ଲକ୍ଷ୍ମୀପୂଜା
୧. କୁମାର ପୂର୍ଣ୍ଣିମା, ମାର୍ଗଶିର ଗୁରୁବାର ଗୁଡିକରେ ଧନ ଏବଂ ସୌଭାଗ୍ୟ ବୃଦ୍ଧି ପାଇଁ ଲକ୍ଷ୍ମୀଙ୍କର ଉପାସନା l ୨. କାର୍ତ୍ତିକ ଅମାବାସ୍ୟାରେ ମଧ୍ୟ ଲକ୍ଷ୍ମୀପୂଜା କରାଯାଏ l ୩. ମାଣବସା l
ଲକ୍ଷ୍ମୀମାଡ଼ିଯିବା
ଧନ ବଢିବା l
ଲକ୍ଷ୍ମୀସାଆନ୍ତାଣୀ
ଲକ୍ଷ୍ମୀଠାକୁରାଣୀ, ଲକ୍ଷ୍ମୀଙ୍କ ଭଳି ସୁନ୍ଦରୀ, ଧନୀ, ଦାତ୍ରୀ l
ଲଗାଣ
୧. କ୍ରମାଗତ ବର୍ଷା ଲାଗି ରହିବା l୨. ଧାନ ବା ଟଙ୍କା କରଜ ଦେବା l
ଲଗାହାରୀ
ଦଉଡି ଦେଇ ଆତ୍ମହତ୍ୟା l
ଲଂଘା
ନାଆଚାଳିଆ ଘରର ଅଗଣାପାଖ ଯୋଡେଇ l
ଲଂଘାଉପାସ
ପୂରା ଉପାସ l
ଲଂଘାଖଣ୍ଡା
ଖୋଳରୁ ବାହାରିଥିବା ଖଣ୍ଡା l
ଲଂଘାପାଇକ
ଖୋଲା ଖଣ୍ଡା ଧରିଥିବା ପାଇକ l
ଲଙ୍କାଆମ୍ବ
ବାଜାମ୍ବ l
ଲଙ୍ଗଳ