Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଷଠି
ପିଲା ଜନ୍ମ ହେବାର ଛଅଦିନରେ ଷଠୀଦେବୀଙ୍କ ପୂଜା l
ଷଠିଓଷା
ଭାଦ୍ରବ ମାସ ଶୁକ୍ଳ ପକ୍ଷ ୬ଷ୍ଠୀ ତିଥିରେ ମାଆମାନେ କରୁଥିବା ଷଠି ଦେବୀଙ୍କ ପୂଜା l ବଜ୍ରମୂଳି, ବାଉଁଶ ପତ୍ର, ସାରୁନଡାଦି, ବିଡାକରି ମାଆ ଶିଶୁକୁ ଧୀରେ ଧୀରେ ଆଘାତ ଦିଏ l ଏହାଦ୍ଵାରା ସମସ୍ତ ରିଷ୍ଟ ଖଣ୍ଡିତ ହୁଏ ବୋଲି ଧାରଣା ରହିଛି l
ଷଠିଘର
ଶିଶୁ ଜନ୍ମର ଷଷ୍ଠ ଦିନର ଉତ୍ସବ l ଏନ୍ତୁଡି ଶାଳରେ ଷଷ୍ଠ ଦିବସରେ ଚିକିଟାମାଟିରେ କାନ୍ଥରେ ଘର କରାଯାଏ l ଏଥିରେ କଉଡ଼ି ପୋତାଯାଏ l ସଧବାମାନେ ପ୍ରସୂତି ଓ ସନ୍ତାନକୁ ବନ୍ଦାପନା କରନ୍ତି l ଚକୁଳିପିଠା ଓ ଗୁଡ ବଣ୍ଟାଯାଏ l
ଷଠିଚଉଠୀ
ବାହାଘରର ଷଷ୍ଠ ଦିବସରେ କରାଯାଉଥିବା ଉତ୍ସବ l
ଷଠିଦିଉଚ୍ଛେଇଁ
ଷଠିଦେବୀ, ସନ୍ତାନର ସୁରକ୍ଷା କାରିଣୀ ଦେବୀ l
ଷଠିପୂଜା
ଷଠିଓଷା, ଷଠିଘର l
ଷଠିବାଡିଆ
ଷଠିଓଷା ଦିନ ମାଆ ଦ୍ଵାରା ସାରୁନଡା, ବଜ୍ରମୂଳି, ବାଉଁଶପତ୍ର ବିଡ଼ାରେ ପିଲାଙ୍କୁ ଧୀର ଆଘାତ ଏହା ଦ୍ଵାରା ପିଲାଙ୍କ ଅନିଷ୍ଟ ଦୂର ହୋଇଯାଏ ବୋଲି ଧାରଣା ରହିଛି l
ଷୋଡଶଦାନ
ମୃତକର ପ୍ରଥମ ଶ୍ରାଦ୍ଧ ବା ବାରପତ୍ରରେ ପ୍ରଦତ୍ତ ଶ୍ରାଦ୍ଧରେ ପ୍ରଦତ୍ତ ୧୬ ପ୍ରକାର ଦାନ l ଯଥା – ସୂନା, ରୁପା, ତମ୍ବା, କଂସା, ଗୋ, ଅଶ୍ଵ, ହସ୍ତୀ, ଗୃହ, ଭୂମି, ବୃକ୍ଷ, ବସ୍ତ୍ର, ଶଯ୍ୟା, ଉପାନହ, ଦାସୀ, ଅନ୍ନ, ଜଳ l
ଷୋଡଶପିଣ୍ଡ
ମହାଳୟାରେ ତୀର୍ଥ ସ୍ଥାନରେ କରାଯିବା ଶ୍ରାଦ୍ଧ ଶେଷରେ ଉଣେଇଶି ଗୋଟି ପିଣ୍ଡ l
ଷୋଡଶୋପଚାର
ଦେବଦେବୀଙ୍କର ଷୋଳ ପ୍ରକାର ପୂଜା ଉପଚାର l ଯଥା – ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମୁଖବାସ l
ଷୋଳଅଣା
୧. ଏକ ଟଙ୍କା ପରିମାଣ l ୨. ସଂପୂର୍ଣ୍ଣ ରୂପେ l
ଷୋଳନାମ
ଷୋଳ ଗୋଟି ନାମ, ମହାମନ୍ତ୍ର- ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ l
ଷୋଳପଣ
୧. ଏକ କାହାଣ ୩୨୦ ଗଣ୍ଡା l ୨. ପୂର୍ଣ୍ଣ ମାତ୍ରା l
ଷୋଳପଣି
ବର୍ଷକ ମଧ୍ୟରେ ରାଜାଙ୍କୁ ଦେୟ ପୂରା ରାଜସ୍ଵ |
ଷୋଳପାଲା