भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସିନ୍ଦୁକ

ଲୁହା ଓ କାଠ ତିଆରି ବଡ ବାକ୍ସ, ମଞ୍ଜୁଷା l ଏହାର ତଳପାଖ ଭୂଇଁରେ ରଖାଯାଏ l ଉପରପାଖରେ କବିଜା ଦ୍ଵାରା ଘୋଡଣି ଲାଗିଥାଏ l

ସିନ୍ଦୂର

ରକ୍ତବର୍ଣ୍ଣ ଚୂର୍ଣ୍ଣ l ଏହାକୁ ସଧବା ନାରୀମାନେ ମଥାରେ ପିନ୍ଧନ୍ତି l ବିଭିନ୍ନ ପୂଜା ଓ ମଙ୍ଗଳ କାମରେ ଏହା ବ୍ୟବହୃତ ହୁଏ l

ସିନ୍ଦୂରଟୋପା

ସଧବା ନାରୀମାନେ କପାଳରେ ଲଗାଉଥିବା ସିନ୍ଦୂରର ଗୋଲିଆ ଟୋପା l

ସିନ୍ଦୂରଫରୁଆ

ସଧବା ନାରୀମାନଙ୍କ ସିନ୍ଦୂର ଯେଉଁ ରୁପା ବା କାଠ ଫରୁଆରେ ରଖାଯାଏ l

ସିନ୍ଦୂରାଫାଟିବା

ଭୋର ହେବା l

ସିନ୍ଧିକାଠି

ଚୋରମାନେ କୋଲପ ଖୋଲିବା ପାଇଁ ବ୍ୟବହାର କରୁଥିବା ମନ୍ତ୍ରିତ କାଠି, ଯାହାକୁ ଛୁଆଁଇଲେ ତାଲା ଖୋଲିଯାଏ l

ସିନ୍ଧିଗାତ

ଚୋରମାନେ ଚୋରି କରିବା ପାଇଁ ଗୁପ୍ତରେ ଖୋଳୁଥିବା ସୁଡଙ୍ଗ ଗାତ l

ସିପା

ଚେପେଟା ଓ ସେମେଟା l

ସିପୁଟି

ଅଖା ସିଲେଇ କରୁଥିବା ଲୋକ l

ସିମ୍ବଖାଇ

ନୂଆଖିଆ l ଗଡଜାତ ଅଞ୍ଚଳରେ ପ୍ରଥମ ଅମଳ ଧାନରୁ ଚୁଡା, ଚାଉଳାଦିରେ ଖିରି, ଖେଚୁଡି ଇତ୍ୟାଦି କରି ଦିଅଁଙ୍କୁ ନୈବେଦ୍ୟ ପ୍ରଦାନ ଓ ସମୂହ ଭୋଜି ଉତ୍ସବ l

ସିରସ୍ତା ପୂଜା

ସୁନିଆଁ ଓ ଶ୍ରୀପଞ୍ଚମୀରେ ଜମିଦାରଙ୍କ କାଗଜପତ୍ର ପୂଜା l

ସିର୍‌ଫାସି

୧. ଦ‌ଉଡିର ମୁଣ୍ଡରେ ପଡୁଥିବା ଫାଶଗଣ୍ଠି l୨. ଦ‌ଉଡା ଦେଇ ଆତ୍ମହତ୍ୟା କରୁଥିବା ଲୋକ l ବେକରେ ଲଗାଇବା ଫାଶ ଦ‌ଉଡା l

ସିଂହଦରଜା

୧. ଦେବ ମନ୍ଦିରର ମୁଖ୍ୟଦ୍ଵାର, ଯାହାର ଦୁଇପଟେ ସିଂହ ମୂର୍ତ୍ତିଥାଏ l ୨. ଯେଉଁ ଦରଜାରେ ସିଂହଚିତ୍ର ଖୋଦିତ ହୋ‌ଇଥାଏ l

ସୁଆଙ୍ଗ

୧. ଶୋଭାଯାତ୍ରାର ପ୍ରଧାନ ଅଙ୍ଗ l ୨. ଯାତ୍ରାରେ ବେଶ ପିନ୍ଧି ଲଘୁ ଅଭିନୟ l ୩. ପ୍ରହସନ, ଫାର୍ସ l
୪. କୌଣସି ବ୍ୟକ୍ତିର ବେଶ ଧାରଣ କରି କରାଯାଉଥିବା ଅଭିନୟ l

ସୁଆର

ଶ୍ରୀମନ୍ଦିରରେ ପାକସେବକ, ଏକ ପ୍ରକାରର ଶୂଦ୍ର ଜାତିର ପାଚକ l

ସୁଆରପିଠା

ଶ୍ରୀମନ୍ଦିରରେ ପ୍ରତିଦିନ ସଞ୍ଜ ଧୂପବେଳେ ନୈବେଦ୍ୟ ହେଉଥିବା ବିଭିନ୍ନ ପିଠା ଭିତରେ ସବୁଠାରୁ ବଡପିଠା l

ସୁଆରି

ସବାରି l

ସୁଆଁରି

ଏକ ପ୍ରକାରର ପୁରପିଠା l

ସୁଉକା(କି)

ଏକ ଟଙ୍କାର ଏକ ଚତୁର୍ଥାଂଶ ମୁଦ୍ରା, ଚାରଣା l

ସୁକାନି

ନୌକାର ପଛ ମଙ୍ଗରେ ଥିବା ନିୟାମକ ଦଣ୍ଡ l ଏହା ସହିତ ଆହୁଲା ଲାଗିଥାଏ, ଏଇ ଦଣ୍ଡଟିକୁ ଏପଟସେପଟ କଲେ ନୌକାର ଗତିପଥ ବଦଳେ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App