Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ସୁକୁତୁଣୀ ପୂଜା
ସୁକୁତୁଣୀ ଦେବୀଙ୍କୁ ନାରୀମାନଙ୍କର ପୂଜା l ଏଥିପାଇଁ ଉପବାସ ରହିବାକୁ ହୋଇଥାଏ l
ସୁଟୁକା
ଚିଲମରୁ ଧୂଆଁ ଟାଣିବା l
ସୁଡୁକା
ଶବ୍ଦ କରି ହାପୁଡ଼ି ନେବା l
ସୁଦଶାବ୍ରତ
ଶୁକ୍ଳ ଦଶମୀ ଗୁରୁବାରରେ ପଡିଲେ ଏଇ ବ୍ରତ କରାଯାଏ l ସଧବା ନାରୀମାନେ ସୌଭାଗ୍ୟ ବୃଦ୍ଧି ପାଇଁ ଏଇ ବ୍ରତ କରନ୍ତି l ଦଶଖିଅ ସୂତା ବଳି ଏଥିରେ ଦଶଟି ଗଣ୍ଠି ପକାଇ, ଏଥିରେ ହଳଦୀ ବୋଳି, ବ୍ରତ ପୂଜା କରି ଏହାକୁ ଡାହାଣ ବାହୁମୂଳରେ ବାନ୍ଧନ୍ତି l
ସୁନାକୂଅ
ଶ୍ରୀ ଜଗନ୍ନାଥଙ୍କ ଦେଉଳ ବେଢାରେ ଶୀତଳା ଠାକୁରାଣୀଙ୍କ ଦେଉଳ ଦୁଆରେ ଥିବା କୂଅ l ପ୍ରଭୁଙ୍କ ସ୍ନାନ ପାଇଁ ଏଥିରୁ ପାଣି ନିଆଯାଏ l
ସୁନାଚିତା
କପାଳରେ ଚିତାମାରିବା ପରି ପତଳା ସୁନାଖଣ୍ଡ ଅଠା ଦେଇ ଲଗାଇବା l
ସୁନାଦୂବ
ଦୂବକେରା ପରି ଦିଶୁଥିବା ସୁନା ତାରରେ ତିଆରି ଜୁଡାରେ ଖୋଷାଯିବା ଅଳଂକାର l
ସୁନାବେଶ
ଶ୍ରୀ ଜଗନ୍ନାଥଙ୍କର ସୁନାବେଶ, ଶ୍ରୀଜୀଉଙ୍କଠାରେ ଆଷାଢ ଶୁକ୍ଳ ଏକାଦଶୀରେ ସୁନାଅଳଂକାର ଲାଗିହୋଇ କରାଯାଉଥିବା ବେଶ l କାର୍ତ୍ତିକପୂର୍ଣ୍ଣୀମା, ଦଶହରା ଓ ପୌଷପୂର୍ଣ୍ଣୀମାରେ ମଧ୍ୟ ପ୍ରଭୁଙ୍କର ଏଇ ସୁନାବେଶ ହୋଇଥାଏ l
ସୁନାରିବଣିଆ
ସୁନା, ରୁପା ଅଳଂକାର ଗଢୁଥିବା ବଣିଆ l
ସୁନିଆ
୧. ପୁରି ରାଜାଙ୍କ ସନ ଗଣନାରେ ନୂଆବର୍ଷ ଆରମ୍ଭ ଦିବସ l
୨. ଭାଦ୍ରମାସ ଶୁକ୍ଳ ଦ୍ଵାଦଶୀରେ ପୁରୀ ରାଜାଙ୍କ ଅଙ୍କ ପରିବର୍ତ୍ତନ l ଏଇଦିନ ରାଜା ଜମିଦାରମାନେ ସିରସ୍ତା ପୂଜା କରନ୍ତି ଓ ପ୍ରଜାମାନେ ତାଙ୍କୁ ବିଭିନ୍ନ ଦ୍ରବ୍ୟ ଭେଟି ଦିଅନ୍ତି l
ସୁନିଆଁ ପୂଜା
ରାଜା, ଜମିଦାର ମାନଙ୍କର ସୁନିଆଦିନ ଗଣପତି, ଲକ୍ଷ୍ମୀଙ୍କ ପୂଜା, ଉତ୍ସବ ଓ ଅନ୍ୟମାନଙ୍କ ଠାରୁ ଭେଟି ଗ୍ରହଣ l
ସୁନିଆଁଭେଟି
ପ୍ରଜା, କାରିଗରମାନେ ରାଜା ଓ ଜମିଦାରଙ୍କୁ ସୁନିଆଁରେ ଦେଉଥିବା ଉପହାର lଏହାକୁ ସୁନିଆଁସଲାମି ମଧ୍ୟ କହନ୍ତି l
ସୁନ୍ଥା
ମୁଣ୍ଡ ମଝି ଅଂଶରେ ଗାର ଟାଣିବା ପରି ଦୁଇପାଖକୁ କୁଣ୍ଡା ଯାଇଥିବା କେଶ ବିନ୍ୟାସ l
ସୁନ୍ଥାଣି
ଶବ ପୋଡିବା ସମୟରେ ଜୁଇଗାଡ ଉପରେ ଆଡ ବାଗରେ ଦିଆଯିବା ଆଡିକାଠ l
ସୁନ୍ଥାଣୁ
ତକିଆ l
ସୁରୁଟି
ରାଜା ବା ଦେବ ଦେବୀଙ୍କ ଆଗରେ ରଖାଯିବା ଚଅଁର ମୁଠା ପରି ସୁଦୃଶ୍ୟ ରୁପା ତିଆରି ବଇଠି l
ସୁରୁପୁଅ
କୋଡପୋଛା ପୁଅ, ସାନପୁଅ l
ସୁଲୁପ
ଏକ ମାସ୍ତୁଲ ଥିବା ଛୋଟ ଜାହାଜ l
ସୂତାକଟା
୧. ତୂଳାକୁ ସାଆଁରେଇ, ତାକୁଡି ବା ଚକିଦ୍ଵାରା ସୂତା ବାହାର କରିବା l ୨. ବିଭିନ୍ନ ବଳଣାରେ ବଳି ସୂତା ତିଆରି କରିବା l
ସୂତାକଣ୍ଡା