भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସୂତାଗାଣ୍ଠି

ବହୁ ସୁତା ଏକାଠି ବନ୍ଧା ହୋ‌ଇଥିବା ବିଡା l

ସୂତାଜାଲ

ସୂତାରେ ବୁଣା ମାଛଧରା ଜାଲ l

ସୂର୍ଯ୍ୟପୂଜା

ରବିବାରରେ ସୂର୍ଯ୍ୟଙ୍କୁ ପୂଜା କରିବା ବିଧି l

ସୂର୍ଯ୍ୟବନ୍ଧୁ

ମହାପ୍ରସାଦ ଖୁଆଖୋ‌ଇ ହୋ‌ଇ, ଧର୍ମକୁ ସାକ୍ଷି ରଖି ପରସ୍ପର ବନ୍ଧୁତା ସ୍ଥାପନ l

ସୂର୍ଯ୍ୟମୁଖୀ

ଏକ ପ୍ରକାର ଫୁଲଗଛ, ସୂର୍ଯ୍ୟଙ୍କ ଆଡକୁ ଏହା ମୁହଁ କରି ଫୁଟେ, ଏହାର ଥୋପ ବଡ ଏବଂ ଏହାର ମଂଜିରୁ ତେଲ ବାହାରେ l

ସେକତୁଣୀ

ଏନ୍ତୁଡିଶାଳରେ ନବଜାତ ଶିଶୁକୁ ସେକୁଥିବା ନାରୀ l

ସେକଦେବା

୧. ସେକିବା l ୨. କଞ୍ଚା ଅବସ୍ଥାରେ ଥିବା ବଙ୍କା ବାଉଁଶକୁ ନିଆଁରେ ସେକି ବଙ୍କା ଅଂଶକୁ ସିଧା କରିବା l

ସେଜି

ଚାଳଘରେ ପଡୁଥିବା ରୁଅ, ଦଲମ l

ସେଡି

ପାଣି କୂଳରୁ ଡଙ୍ଗା ଉପରକୁ ଯା, ଆସ ପାଇଁ ପରାଯାଇଥିବା ପଟା l

ସେଢୁଅ

ଛୋଟ ସେଣା l ଏଥିରେ ଜଣେ ଲୋକ ପାଣି ନାଳିରୁ ଫସଲକୁ ପାଣି ବୋହିପାରେ l ଏହା କାଠରେ ତିଆରି, ଖଣ୍ଡିଏ ବେଣ୍ଟ ଲାଗିଥାଏ ଓ ଏହାର ଖୋଲା ଅଂଶ ପାଖରେ ଦ‌ଉଡି ଲାଗିଥାଏ, ଯାହାକୁ ଧରି ପାଣି ଛିଞ୍ଚାଯାଏ l

ସେଣା

ବାଉଁଶ ପାତିଆ ବୁଣା ଏକ ଜଳବାହୀ ଯନ୍ତ୍ର l ଏହାର ସାମନା ପଟ ଖୋଲା, ପଛ ପାଖରେ ଦୁଇକାଠି ଲାଗିଥାଏ l ଚାରିଟି ଦ‌ଉଡି ଦୁଇପାଖରେ ଲାଗିଥାଏ ଏହାକୁ ଦୁଇଜଣ ଧରି ପାଣି ବୁହାନ୍ତି l

ସେନାପଟା

ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିର ପଛ ପାଖରେ ଲାଗିଥିବା ଚିକ୍କଣ କାଠପଟା l

ସେବକ

୧. ବିଭିନ୍ନ ଜାତିର ସେବାକାରୀ ବ୍ୟକ୍ତି, ଧୋବା, ଭଣ୍ଡାରି, ବଢେଇ, କମାର ଇତ୍ୟାଦି l
୨. ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ସେବା ଦାୟିତ୍ଵରେ ଥିବା ଦେଉଳର କର୍ମୀ ଯଥା ପଣ୍ଡାସେବକ, ଆପଟସେବକ, ପତ୍ରୀବଡୁସେବକ, ସୁଆରସେବକ, ଗରାବଡୁ, ପ୍ରସାଦବଡୁ ସେବକ ଇତ୍ୟାଦି l

ସେବକ ନିଯୋଗ

ବିଭିନ୍ନ ସେବକଙ୍କ ସଂପ୍ରଦାୟ, ଗୋଷ୍ଠୀ l

ସେବାଖଞ୍ଜା

ଦେବସେବା ନିମିତ୍ତ ନିର୍ଦ୍ଦିଷ୍ଟ ସଂପତ୍ତି ବ୍ୟବସ୍ଥା l

ସେର

ମାର୍ଗଶିର ମାସର ଗୁରୁବାରରେ ହେଉଥିବା ମାଣବସା, ଲକ୍ଷ୍ମୀପୂଜା l

ସୋଇବଢ଼ନ୍ତି

ଏକ ଚତୁର୍ଥାଂଶ ସୁଧ ହାରରେ ଦିଆଯିବା ଧାନ କରଜ ଦେଇ ଆଦାୟ କରାଯିବା ସୁଧ l

ସୋଁଠା

ସୁନା ବା ରୁପାର ଛଡ଼ | ରାଜାଙ୍କ ଶୋଭାଯାତ୍ରା ବେଳେ ଆଗେ ଆଗେ ଏଇ ବାଡି ଧରି ଜଣେ ଚାଲନ୍ତି l

ସୋମବାର ବ୍ରତ

ପ୍ରତି ସୋମବାର ଉପବାସ, ହବିଷ ଭକ୍ଷଣ କରି ଅନୁଷ୍ଠିତ ଶିବ ଉପାସନାଦି ଧର୍ମକର୍ମ l

ସୋମବାରିଆ

ସୋମବାର ବ୍ରତ ପାଳନକାରୀ l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App