भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସୋରଣା

ଛୋଟ ଆକାରର ସଣ୍ଡୁଆସି l

ସୋରିଷା

୧. ସୋରିଷ ଦାନା ପରି ସୁନା ଥିବା ହାର l୨. କବାଟ ବା ସିନ୍ଦୁକରେ ମରାଯିବା ଛୋଟ ଲୁହାକଣ୍ଟା l

ସୋହୋରା

ଚୁଡା, ମୁଢି, ଖ‌ଇ ତିଆରି କରୁଥିବା ଶୂଦ୍ରଜାତି ବିଶେଷ l

ସୌଭାଗ୍ୟବ୍ରତ

ଫାଲଗୁନ ଶୁକ୍ଳ ତୃତୀୟାରେ ଉମାମହେଶ୍ଵର ବା ଲକ୍ଷ୍ମୀନାରାୟଣଙ୍କୁ ଆରାଧନା କରିବା ବ୍ରତ l ଏଇଦିନ ଦହି, ଦୁଧ, ଘିଅ, ମହୁ ପ୍ରଭୃତି ପାତ୍ରରେ ପୂରାଇ ବ୍ରାହ୍ମଣଙ୍କୁ ଦାନ କରାଯାଏ l

ସ୍ତ୍ରୀଆଚାର

ବିବାହ କାଳରେ ନାରୀମାନଙ୍କଦ୍ଵାରା ସଂପାଦିତ ମନ୍ତ୍ରହୀନ କର୍ମ l କୁକର୍ମ ବେଦିରେ ଜୋ‌ଇଁଙ୍କୁ ଅଳତା ସିନ୍ଦୂରଦେବା, ବରକନ୍ୟାଙ୍କୁ ଜୁଆ ଖେଳାଇବା ଇତ୍ୟାଦି ଆଚାର l

ସ୍ନାନପୂର୍ଣ୍ଣୀମା

ଜ୍ୟେଷ୍ଠପୂର୍ଣ୍ଣିମା, ଏଇଦିନ ବିଷ୍ଣୁଙ୍କୁ ସ୍ନାନ ମଣ୍ଡପରେ ବସାଇ ସ୍ନାନ କରାଯାଏ l

ସ୍ନାନମଣ୍ଡପ

ଯେଉଁ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ସ୍ନାନ କରାଯାଏ l

ସ୍ନାନଯାତ୍ରା

ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଗୋଟିଏ l ଜଗନ୍ନାଥ ବଳଦେବ ଓ ସୁଭଦ୍ରାଙ୍କର ସ୍ନାନ ଉତ୍ସବ, ଏକଶହ ଆଠଗରା ପାଣି ଢାଳି ସେମାନଙ୍କୁ ସ୍ନାନ କରାଯାଏ ଓ ଏହାପରେ ସେମାନଙ୍କୁ ଜର ହୁଏ ଓ ସେମାନେ ଅଣସର ଘରେ ରହନ୍ତି l

ସ୍ଵୟଂବର

କନ୍ୟାଦ୍ଵାରା ନିଜର ପତି ନିର୍ବାଚନ ଜନିତ ବିବାହ l କନ୍ୟାପିତାଙ୍କ ଦ୍ଵାରା ନିମନ୍ତ୍ରିତ ଯୋଗ୍ୟ ବ୍ୟକ୍ତିମାନଙ୍କ ମଧ୍ୟରୁ କନ୍ୟା ଜଣଙ୍କୁ ପତି ରୂପେ ବରଣ କରିବା ପରେ ତାଙ୍କ ସହିତ କନ୍ୟାର ବିବାହ ସଂପନ୍ନ ହୋ‌ଇଥାଏ l

ସ୍ଵାଇ

କରଜ ଦିଆ ଧାନ ଉପରେ ଏକ ଚତୁର୍ଥାଂଶ ସୁଧ ଆଦାୟ ବ୍ୟବସ୍ଥା l

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App