Odiya Loka Sanskruti Sabdakosa
Odisha Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ସଙ୍ଗୀତ ପିଲା
ଗୋଟିପୁଅ l ନୃତ୍ୟକାରୀ ଗୀତ ଗାଉଥିବା ବାଳକ l ଏଇ ସମୟରେ ତାକୁ କିଶୋରୀ ବେଶରେ ସଜାଇ ଦିଆଯାଏ l ରାସଲୀଳା, କୃଷ୍ଣଲୀଳାରେ ନୃତ୍ୟଗୀତ କରେ l
ସଙ୍ଗୀତଆଖେଡ଼ା
ସଂଗୀତଶିକ୍ଷା ବା ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା, ସଂଗୀତ ପ୍ରଶିକ୍ଷଣ ସ୍ଥାନ l
ସଜ
ଶିଳ୍ପୀ, କାରିଗରଙ୍କର ଯନ୍ତ୍ର l ଜୀବିକା ନିର୍ବାହ ପାଇଁ କାରିଗର, ବ୍ୟବସାୟୀ, କୃଷକ ଇତ୍ୟାଦି ବ୍ୟବହାର କରୁଥିବା ଉପକରଣାଦି l
ସଜ ଉଠିବା
ଦଶହରା ସମୟରେ ପୂଜା ହେବା ପାଇଁ ସ୍ଥାପିତ ହୋଇଥିବା ବଢେଇ କମାର ବଣିଆଦିଙ୍କ ଯନ୍ତ୍ର, ପୂଜା ପରେ ପୂଜାସ୍ଥାନରୁ ଉଠାଯିବା କର୍ମ l
ସଜକ୍ରିୟା
ମୃତ ବ୍ୟକ୍ତିର ମୃତ୍ୟୁ ଦିବସ ଠାରୁ ଦଶଦିନ ପର୍ଯ୍ୟନ୍ତ ପ୍ରତିଦିନ କରାଯାଉଥିବା ପ୍ରେତକର୍ମ l
ସଜପଖାଳ
ରନ୍ଧା ଭାତରେ ସାଙ୍ଗେ ସାଙ୍ଗେ ପାଣି ଢାଳି କରାଯାଉଥିବା ପଖାଳ l ଚାଇଁପଖାଳ l
ସଜବସା
ଦଶହରାବେଳେ ବଢେଇ, କମାର ବଣିଆଦି ନିଜ ନିଜର ଯନ୍ତ୍ରକୁ ଆସ୍ଥାନରେ ବସାଇ ଫୁଲ, ଚନ୍ଦନ, ସିନ୍ଦୂର ଲଗାଇ ପୂଜା କରିବା କର୍ମ l
ସଜବାଜ
ପହିଲି ରଜର ପୂର୍ବ ଦିବସରେ ରଜପାଇଁ ପ୍ରସ୍ତୁତି, ପିଠାପୋଡା, ଅଳତା ଲଗାଦି କାମ l
ସଜମଡା
ନଗଦ ମରିଥିବା ବ୍ୟକ୍ତିର ଶବକୁ ଦାହ କରିବା ପାଇଁ ମଶାଣିକୁ ନିଆହେବା l
ସଜଲୁଗା
ନଗଦ କଚା ହୋଇଥିବାରୁ ଲୁଗା l
ସଞ୍ଚା
୧. ଶ୍ରାଦ୍ଧ, ଶୁଦ୍ଧିଘର ଇତ୍ୟାଦିରେ ବ୍ରାହ୍ମଣଙ୍କୁ ପ୍ରଦତ୍ତ ଡାଲି, ଚାଉଳ, ପରିବାଦି ଭୋଜ୍ୟ ସାମଗ୍ରୀ l
୨. ବିବାହ, ବ୍ରତାଦିରେ ଦେବ ମନ୍ଦିରାଦିକୁ ପ୍ରେରିତ ଭୋଜ୍ୟ ସାମଗ୍ରୀ l
ସଞ୍ଚାର
୧. ପାଲାରେ ବାୟକ ଦ୍ଵାରା ଏକ ମୃଦଙ୍ଗ ବାଦ୍ୟ ବାଦନ l ୨. ମୃଦଙ୍ଗରେ ତାଳବାଦ୍ୟ ପରିବେଷଣ l
ସଞ୍ଜଦୀପ
ସନ୍ଧ୍ୟାଦୀପ, ସଂଧ୍ୟାବେଳେ ଦିଅଁଙ୍କ ପାଖରେ, ଚଉରା ମୂଳେ ଜଳା ଯାଉଥିବା ଦୀପ l
ସଞ୍ଜଦେବା
ସଂଧ୍ୟା ସମୟରେ ଦେବଦେବୀ ଓ ଚଉରାପାଖରେ, ଘରର ମୁଖ୍ୟ ଦ୍ଵାରରେ ଦିଆଯାଉଥିବା ବତି l
ସଞ୍ଜଧୂପ
ସନ୍ଧ୍ୟା ସମୟରେ ଦେବଦେବୀଙ୍କୁ ଅର୍ପଣ କରାଯାଉଥିବା ନୈବେଦ୍ୟ l
ସଞ୍ଜବତୀ
ସନ୍ଧ୍ୟାବେଳେ ଦ୍ଵାରମୁହଁ, ଚଉରା, ଦିଅଁଙ୍କ ନିକଟରେ ଜଳାଯାଉଥିବା ବତି l
ସଞ୍ଜା
ଜମିଦାରକୁ ନଗଦ ଖଜଣା ଦେବା ବଦଳରେ ଉତ୍ପାଦିତ ଫସଲର ଦେୟ ପ୍ରଦାନ l
ସଞ୍ଜା କରିବା
ଜମିର ସଂଜା ଦେବା ପାଇଁ ଜମିଦାରଙ୍କ ସହିତ ରୟତର ଚୁକ୍ତିପତ୍ର l
ସଞ୍ଜା ଖଜଣା
ରଏତି ଜମିରେ ଚାଷ କରି ଖଜଣା ବଦଳରେ ଉତ୍ପାଦିତ ଫସଲର କିଛି ଅଂଶ ପ୍ରଦାନ l
ସଞ୍ଜାପଟା